ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନ ମନ୍ତ୍ରୀ ଙ୍କୁ ସରକାରୀ ଓକିଲ ଙ୍କ ସୌଜନ୍ୟ ମୂଳକ ସାକ୍ଷାତ

ନବରଙ୍ଗପୁର–(ମସିହା)ଆଜି ଓଡିଶା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କ ଉମରକୋଟ ଗସ୍ତ ସମୟ ରେ ଏଠାରେ ଥିବା ସରକାରୀ ଓକିଲ ମାନେ ମନ୍ତ୍ରୀ ସାରକା ଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ l ଏହି ସମୟ ରେ ଆଇନ ମନ୍ତ୍ରୀଙ୍କୁ ସରକାରୀ ଓକିଲ ଙ୍କ ମାସିକ ଭତ୍ତା ବୃଦ୍ଧି କରିବା ପାଇଁ ଦାବୀ ଜଣାଇଥିଲେ l ଏ ବିଷୟ ରେ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ କହିଥିଲେ l ସରକାରୀ ଓକିଲ ଙ୍କ ଦରମା ବୃଦ୍ଧି ସମ୍ପର୍କିତ ବିଲ ଆର୍ଥିକ ମଞ୍ଜୁରୀ ପାଇସାରିଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱୀକୃତି ପାଇଁ ପଠାଯାଇଛି l ଅତିଶୀଘ୍ର ଏହି ଦାବୀ ପୁରଣ ହେବାକୁ ଯାଉଛି ବୋଲି ମନ୍ତ୍ରୀ ସାରକା କହିଥିଲେ l ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ସାଂସଦ ରମେଶ ମାଝୀ, ପ୍ରକାଶ ମାଝୀ, ଉଠା ଜଳସେଚନ ନିଗମ ର ଉପଦେଷ୍ଟା ପ୍ରମୋଦ ପାଢ଼ୀ,ସରକାରୀ ଓକିଲ ଝାଡେଶ୍ବର ମହାନ୍ତି, ମନୋହର ମହାନ୍ତି, ପ୍ରଶାନ୍ତ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ 

masiha

ପୂର୍ବତନ ପ୍ରଧାନଶିକ୍ଷକ ଖଗେନ୍ଦ୍ର ସାର୍ ଙ୍କ ପରଲୋକ

Sunil Chandra Nayak

୧୨ ତମ ଜିଲ୍ଲା ବିଦ୍ୟାଳୟ ସମୂହ ଖୋ ଖୋ ଓ କବାଡି ପ୍ରତିଯୋଗିତା -୨୦୨୫-୨୬ 

Sunil Chandra Nayak

Leave a Comment

error: Content is protected !!