ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୈତ୍ରୀ କମ୍ପାନୀ ସହାୟତାରେ ବାଳକର ହୃତପିଣ୍ଡର ସଫଳ ଅସ୍ତ୍ରୋପଚାର

ମୈତ୍ରୀ କମ୍ପାନୀ ମାଲିକ ଶ୍ରୀନିବାସ ରାଓ ପୀଡିତ ପରିବାରଙ୍କୁ ଆଶ୍ଵସନା ଦେଇ ତାଙ୍କର କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି

ଥୁଆମୂଳ ରାମପୁର/କାଶୀପୁର : ୦୮/୦୮:- (ମନିସ): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସୁଙ୍ଗେର ପଞ୍ଚାୟତ ଅନ୍ତର୍ଗତ ଶାଗବାରୀ ଗ୍ରାମର ଜଣେ ଅସହାୟ ନାବାଳକଙ୍କୁ ମୈତ୍ରୀ କମ୍ପାନୀ ପକ୍ଷରୁ ସହାୟତା ପ୍ରଦାନ କରିଥିବାରୁ ତାଙ୍କର ହୃଦ ରୋଗର ସଫଳ ଅସ୍ତ୍ରୋପଚାର କରାଯାଇଥିବା ବର୍ତ୍ତମାନ ଅଞ୍ଚଳରେ ଚର୍ଚ୍ଚା ଜୋରଧରିଛି। ମିଳିଥିବା ସୂଚନା ଅନୁସାରେ ଜଣାପଡିଛି ଯେ ପୀଡିତ ନା ବାଳକ ହେଉଛନ୍ତି ସାଗବାରୀ ଗ୍ରାମର ଜନୈକ ବ୍ଯକ୍ତି ସୁଶାନ୍ତ ନାଏକଙ୍କ ପୁଅ ଭବାନୀ ଶଙ୍କର (୧୩) ସେ ନିଜ ଗ୍ରାମରେ ଥିବା ବିଦ୍ୟାଳୟରେ ୮ ମ ଶ୍ରେଣୀରେ ଅଧ୍ଯୟନ କରୁଥିବା ଛାତ୍ର। ହେଲେ ସେ ଦୀର୍ଘ ଦିନ ଧରି ହୃଦ ରୋଗ ରେ ପୀଡିତ ରହିଥିଲେ। ଏନେଇ ପରିବାରରେ ଦୁଃଖ ରହିବା ସହିତ ଆର୍ଥିକ ଅବସ୍ଥା ଠିକ ନ ଥିବା ହେତୁ ପୁଅର ଚିକିତ୍ସା କରାଇବାରେ ଅର୍ଥ ବାଧକ ସାଜିଥିଲା। ଉକ୍ତ ଘଟଣା କୁ ନେଇ ଅଞ୍ଚଳରେ କାର୍ଯ୍ୟରତ ମୈତ୍ରୀ କମ୍ପାନୀ ମାଲିକ ଶ୍ରୀନିବାସ ରାଓ ଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଖବର ପାଇବା ମାତ୍ରେ ତୂରନ୍ତ ଭବାନୀଶଙ୍କର ଙ୍କୁ ଏକ ସ୍ଵତନ୍ତ୍ର ଗାଡି ଯୋଗେ ବିଶାଖାପାଟଣା ସ୍ଥିତ ‘ ଇଣ୍ଡଷ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ଗତ ଦୁଇଦିନ ଧରି ସେଠାରେ ଭବାନୀଶଙ୍କର ଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନିରୀକ୍ଷଣ କରାଯାଇଥିଲା। ପରେ ସୋମବାର ଦିନ ଦ୍ବୀପହର ସମଯରେ ତାଙ୍କ ହୃତପିଣ୍ଡ ର ସଫଳ ଅସ୍ତ୍ରୋପଚାର କରାଯାଇଥିବା ଜଣା ପଡ଼ିଛି। ଉକ୍ତ ଖବର ପାଇଲା ପରେ ଅଞ୍ଚଳରେ ଏକ ଖୁସିର ଲହରୀ ଖେଳିଯାଇଛି। ପୁଣି ଜଣେ ଅସହାୟ ନାବାଳକ ଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଥିବା ଯୋଗୁଁ ମୈତ୍ରୀ କମ୍ପାନୀ ମାଲିକ ଶ୍ରୀ ଶ୍ରୀନିବାସଙ୍କୁ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଭୃରିୟସୀ ପ୍ରସଂଶା କରୁଥିବା ଜଣାପଡିଛି ମିଳିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ମିଶନ୍ – 78 ପକ୍ଷରୁ ଏକଦିବସୀୟ ବହୁଜନ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ

masiha

ଭାଗ୍ୟବତୀ ଦାସ (ଜହ୍ନ) ଶ୍ରାଦ୍ଧ ବାର୍ଷିକୀ ରେ ” ଜହ୍ନ ଗଲାପରେ ” ସ୍ମୃତି ଗ୍ରନ୍ଥ ଉନ୍ମୋଚିତ 

masiha

ନୂତନ ଆଦର୍ଶ ଥାନା ଉଦ୍ଘାଟିତ

masiha

Leave a Comment

error: Content is protected !!