ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ର ପୂର୍ବତନ ଉପ ସଭାପତି ରାଜଧାନୀ ଦିଲ୍ଲୀ ରେ ପାଳିଆମେଣ୍ଟ ଘେରାଉ ରେ ସାମିଲ 

ନୂଆପଡା, (ସୁଜିତ କୁମାର ପ୍ରଧାନ) ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ଉପସଭାପତି ତଥା ପୂର୍ବତନ ରାଷ୍ଟ୍ରୀୟ ସଂଯୋଜକ କମଲ ଚରଣ ତାଣ୍ଡି ରାଜଧାନୀ ଦିଲ୍ଲୀଠାରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଦେଶର ବେରୋଜଗାର ସମସ୍ୟା, ଦରଦାମ ବୃଦ୍ଧି, ମଣିପୁର ତଥା ହରିଆଣାର ଧାର୍ମିକ ଦଙ୍ଗାକୁ ରୋକିବାରେ କେନ୍ଦ୍ର ସରକାରଙ୍କ ବିଫଳତା, ରାଷ୍ଟ୍ରୀୟ ସ୍ତରରେ ବଢ଼ୁଥିବା ଅସହିଷ୍ଣୁତା ଓ ଘୃଣା ପ୍ରଭୃତିକୁ ନେଇ ପାର୍ଲିଆମେଣ୍ଟ ଘେରାଓ କରାଯାଇଥିଲା ଏଥିରେ ନୂଆପଡା ଜିଲ୍ଲାରୁ ଶ୍ରୀ ତାଣ୍ଡି ଯୋଗ ଦେଇଥିଲେ । ଏହି ଅବସରରେ ଦେଶର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଏହି ଘେରାଓ ରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ବର୍ଷିଥିଲେ । ଘେରାଓ ସମୟରେ ପୋଲିସ ଅଟକାଇବାକୁ ଚେଷ୍ଟା କରିବାରୁ ସେମାନଙ୍କ ସହ କଂଗ୍ରେସ ସମର୍ଥକଙ୍କ ଧସ୍ତାଧସ୍ତି ହୋଇ ଅନେକେ ଗିରଫ ହୋଇଥିଲେ । ଶ୍ରୀ ତାଣ୍ଡିଙ୍କୁ ମଧ୍ୟ ଗିରଫ କରାଯାଇ ପରେ ଛାଡ଼ି ଦିଆ ଯାଇଥିବା ସୂଚନା ମିଳିଛି ।

Related posts

ବି ଜେ ପି ମଣ୍ଡି ଅବ୍ୟବସ୍ଥା ନେଇ ଦେଲା ଦାବୀପତ୍ର ଓ ଗୋବିନ୍ଦ ସାହୁଙ୍କ ମ୍ରୁତ୍ୟୁ ସନ୍ଦେହ ନେଇ ସତ୍ୟାଗ୍ରହ ପ୍ରତିବାଦ

Sunil Chandra Nayak

ଡାବୁଗାଁ ବିଜେପି ତରଫରୁ ମାଁ ଠାକୁରାଣୀଙ୍କ ପୂଜାର୍ଚ୍ଚନା

masiha

ଵିଜାତଳା ବିଜେପି ପକ୍ଷରୁ ଦୁର୍ନୀତି ବିରୋଧରେ ଜନଆକ୍ରୋଶ ସମାବେଶ ଶୋଭାଯାତ୍ରା ସହିତ ବ୍ଲକ ଘେରାଉ

masiha

Leave a Comment

error: Content is protected !!