ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ନୀତି ଅଭିଯୁକ୍ତ VAW ଙ୍କୁ ଅନୁକମ୍ପା ଦେଖାଉଥିବା ଅଧିକାରୀ ଜଣକ କିଏ ?

ନର୍ଲା/ମସିହା/08/08/23 // ନର୍ଲା କଳାହାଣ୍ଡି ଜିଲ୍ଲା ଭଳି ଏକ ଅନୁନ୍ନତ କୃଷି ଭିତ୍ତିକ ନିର୍ଭରଶୀଳ ଜିଲ୍ଲାରେ କୃଷକ ମାନଙ୍କୁ ବିଭିନ୍ନ ଯୋଜନା ରେ ନାନା ପ୍ରକାର ର କୃଷି ଓ କୃଷକ ର ଉନ୍ନତି କରିବା ପାଇଁ ସରକାର ଅଙ୍ଗୀକାର ବଦ୍ଧ ଥିବା ବେଳେ କିଛି ଅସାଧୁ ଲାଭଖୋର ଦୁର୍ନୀତି ଗ୍ରସ୍ତ କର୍ମଚାରୀ ମାନଙ୍କପାଇଁ ବିଭାଗ ନିନ୍ଦିତ ହେବା ସଙ୍ଗେ ସଙ୍ଗେ ଯୋଜନା ହେଉଛି ବାଟବଣା ଏଭଳି ସାଙ୍ଘାତିକ ଅଭିଯୋଗ ଆସି ପହଞ୍ଚିଛି ନର୍ଲା ବ୍ଲକ ଭାନପୁର ଗ୍ରାମପଞ୍ଚାୟତ ର କୃଷି କର୍ମଚାରୀ ଙ୍କ ବିରୋଧରେ ପ୍ରାପ୍ତ ସୂଚନା ରୁ ଜଣାଯାଏ ଯେ  ଉକ୍ତ ପଞ୍ଚାୟତ ରେ ଆଠ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଗ୍ରାମ୍ୟ କୃଷି କର୍ମଚାରୀ ଙ୍କ କାର୍ଯ୍ୟକାଳ ମଧ୍ୟରେ ଶତାଧିକ ଚାଷୀଙ୍କ ନାମରେ ସରକାର ଯୋଗାଉଥିବା ରିହାତି ସାର , ଔଷଧ , ବିହନ ଓ ଅନ୍ୟାନ୍ୟ ସାମଗ୍ରୀ ଆତ୍ମସାତ କରିବା ଏବଂ ଅଭିଯୋଗ କଲେ ଚାଷୀ ମାନଙ୍କୁ ଦୁର୍ବ୍ୟବହାର କରିବା ଓ ନାଲି ଆଖି ଦେଖାଇ ଧମକ ଚମକ ଦେବା ଓ ମିଥ୍ୟା କେସ ଫସାଇବା ଆଦି ସଙ୍ଗୀନ ଅଭିଯୋଗ ବାରମ୍ବାର ହେଉଥିଲେ ମଧ୍ୟ ଏଭଳି ଦୁର୍ନୀତି ଖୋର କର୍ମଚାରୀ ଙ୍କୁ କେଉଁ ସ୍ୱାର୍ଥରେ ବିଭାଗୀୟ ଅଧିକାରୀ ତାଙ୍କ ସୁରକ୍ଷା କବଚ ପାଲଟି ତାଙ୍କୁ ସୁରକ୍ଷା ପ୍ରଦାନ କରି ଚାଲିଛନ୍ତି ତାହା ମଧ୍ୟ ତଦନ୍ତ ସାପେକ୍ଷ ପ୍ରକାଶ ଥାଉ କି ପୂର୍ବରୁ ମଧ୍ୟ ଶ୍ରୀମତୀ ମହାପାତ୍ର ଙ୍କ ବିରୋଧରେ ଭିନ୍ନ ଭିନ୍ନ ସମୟରେ ତିନିଗୋଟି ଗମ୍ଭୀର ଅଭିଯୋଗ ହୋଇଥିଲା ଅଭିଯୋଗ ର କୌଣସି ତଦନ୍ତ ନ କରି ଅଭିଯୋଗକାରୀ ଙ୍କୁ ନ ପଚାରି ଅଧିକାରୀ ମାନେ ଅଫିସ ରେ ବସି ହାତଗୁଞ୍ଜା ନେଇ ସମ୍ପୃକ୍ତ ମହିଳା ଙ୍କ ସପକ୍ଷରେ ସୁହାଇଲା ଭଳି ରିପୋର୍ଟ ପ୍ରଦାନ କରିଥିବା ଚାଷୀମାନେ ପ୍ରକାଶ କରିଛନ୍ତି କିନ୍ତୁ ଅନୁରୂପ ଭାବରେ ଅଭିଯୋଗ ଆଣି ବର୍ତ୍ତମାନ ର ସରପଞ୍ଚ ନିଜ ପଞ୍ଚାୟତ ର ଚାଷୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଭାନପୁର ସରପଞ୍ଚ ଅନ୍ତରାମ ମାଝୀ ଓ ସମସ୍ତ ୱାର୍ଡ ସଭ୍ୟ, ସଭ୍ୟା ଏବଂ ସମବାୟ ସମିତି ର ସଭାପତି ଯତୀନ୍ଦ୍ର ପଧାନ ଓ ସମିତି ର ସମସ୍ତ ସଦସ୍ୟ ମିଳିତ ଭାବରେ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କୁ ଅଭିଯୋଗ ର ଆଲୋଚନା କରି ଏକ ପ୍ରସ୍ତାବ ପାରିତ କରି ଏହି ଦୁର୍ନୀତି ଖୋର VAW ଙ୍କ ବିରୋଧରେ ହୋଇଥିବା ଅଭିଯୋଗ ର ନିରପେକ୍ଷ ଭାବରେ ପୁଙ୍ଖାନୁପଙ୍ଖ ତଦନ୍ତ ଦାବି କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ବଦଳି ଦାବି କରିଛନ୍ତି ଅନ୍ୟ ପକ୍ଷରେ ଅଭିଯୋଗ ପାଇବା ପରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନର୍ଲା କୃଷି ଜିଲ୍ଲା ଅଧିକାରୀ ଙ୍କୁ ପତ୍ର ସଂଖ୍ୟା ୭୭୧୯/୨୦.୦୭.୨୦୨୩ ରେ ଏକ ପତ୍ର ଲେଖି ଅଭିଯୋଗ ର ତଦନ୍ତ କରି ଯଥାଶୀଘ୍ର ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏଭଳି ସ୍ଥିତିରେ ଏହାର ଉଚିତ୍ ତଦନ୍ତ କରାଯାଇ ଉକ୍ତ କର୍ମଚାରୀ ଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଜନ ଆନ୍ଦୋଳନ କରି କୃଷି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସମସ୍ତ ଅଭିଯୋଗକାରୀ ମାନେ ଚେତାବନୀ ଦେଇଛନ୍ତି

ଦୀପକ ଠାକୁର, ମସିହା, ନର୍ଲା

Related posts

ଟେନ୍ସନ୍‌ର ମୂଳ କାରଣ ନକାରାତ୍ମକ ଚିନ୍ତା, ଅନାବଶ୍ୟକ ଆଶା, ଭୟ ଏବଂ ନିଜର ପ୍ରକୃତ ସ୍ୱରୂପକୁ ଭୁଲିଯିବ 

ମହାଶିବରାତ୍ରୀ ଅବସରରେ ଶିବ ମନ୍ଦିର ପରିସରରେ ଯୋଗଶିକ୍ଷା ଦେଲେ ଜ଼ିଲ୍ଲାପାଳ

Sunil Chandra Nayak

ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘ ର ଠାକୁରାଣୀ ରଥକୁ ଧର୍ମଗଡ ଠାରେ ଭବ୍ୟ ସ୍ୱାଗତ

Sunil Chandra Nayak

Leave a Comment

error: Content is protected !!