ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗାଡିମୋଟର ଯାଞ୍ଚ, ଜଣେ ଗିରଫ

ଡାବୁଗାଁ, ୮/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପକ୍ଷରୁ ସୋମବାର ରାତ୍ରିରେ ଗାଡି ମୋଟର ଯାଞ୍ଚ କରାଯାଇଥିଲା | ଏଥିରେ ପୋଲିସର ଲକ୍ଷ୍ୟ ଥିଲା ମଦ୍ୟପାନ କରି ଗାଡି ଚଳାଉ ଥିବା ଗାଡିଗୁଡିକ ଯାଞ୍ଚ କରାଯାଇଥିଲା | ଏଥିରେ ଯାଞ୍ଚ କରିବା ପରେ ଗୋଟିଏ ଗାଡି ଧରାପଡିଥିଲା | ଏହି ଗାଡି ର ଡ୍ରାଇଭର ମଦ୍ୟପାନ କରି ଗାଡି ଚଳଉଥିଲା | ଉକ୍ତ ଡ୍ରାଇଭର ହେଲା କୋଷାଗୁମୁଡା ଥାନା ଅଧୀନ ଘଡାଧନୁଆ ଗ୍ରାମର ବସନ୍ତ ପନକା (୨୧) ଙ୍କୁ ଗିରଫ କରଯାଇଥିଲା | ମଙ୍ଗଳବାର ଡ୍ରାଇଭର ବସନ୍ତ ପନକାକୁ ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯାଇଛି | ଏନେଇ ଥାନା କେସ ନଂ ୧୫୦/୨୩ ରେ ଏକ ମାମଲା ରୁଜୁ କରାଯାଇଛି | ଏହି ଯାଞ୍ଚ ସମୟରେ ଥାନା ଏଏସଆଇ ଶିଶିରକାନ୍ତ ଘୋଷ, ବିଜୟ କୁମାର ସାହୁ, ପୁଷ୍ପଲତା ସୁନାନୀ ଓ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପୁଣି ଲାଗିଲା ମାଉ ପୋଷ୍ଟର       

masiha

ଅବକାରୀ ବିଭାଗ ର ଚଢ଼ାଉ,୪ ଗିରଫ

Sunil Chandra Nayak

ସୀମାନ୍ତରେ ଆଦିବାସୀଙ୍କୁ ପ୍ରତାରଣା : ୨୫ ବର୍ଷ ଧରି ହଜାର ହଜାର ଏକର ଜମି ଆନ୍ଧ୍ର ଡାକ୍ତରଙ୍କ ହାତରେ ,  ଏକରକୁ ବାର୍ଷିକ ମିଳୁଛି ମାତ୍ର ୪ହଜାର ରୁ ୬ହଜାର ଟଙ୍କା

Sunil Chandra Nayak

Leave a Comment

error: Content is protected !!