ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିଶlନ ମୋର୍ଚ୍ଚା ପକ୍ଷରୁ ବ୍ଲକ ସମ୍ମୁଖରେ ଗଣ ଧାରଣ

ଜୁନାଗଡ଼, ୦୯/୦୮//  କଳାହାଣ୍ଡି ଜିଲ୍ଲା ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଶତାଧିକ ଚାଷୀ ଜୁନାଗଡ଼ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣ ଦେଇଥିଲେ l ଏଥିରେ  ବନ୍ୟା, ବାତ୍ୟା,ମରୁଡି, ଫସଲ ଜନିତ ରୋଗ ବନ୍ୟା ଜନ୍ତୁଙ୍କ ଦ୍ଵାରା ବ୍ୟାପକ ଫସଲ ନଷ୍ଟ ଇତ୍ୟାଦି ର କ୍ଷୟ କ୍ଷତି ର ଭରଣ , ବିଦ୍ୟୁତ୍ ସଂଶୋଧନ ବିଲ ୨୦୨୨ କୁ ପ୍ରତ୍ୟାହାର, ସ୍ବାମୀ ନlଥନ କମିଶନ ଙ୍କ ସୁପାରିସ ଅନୁଯାୟୀ କୃଷି ଉତ୍ପାଦିତ ଫସଲ ର ସର୍ବ ନିମ୍ନ ସହାୟକ ମୂଲ୍ୟ ପ୍ରଦାନ  ଆଇନ ର ସଂଶୋଧନ ଭଳି ୪ ଦଫା ଦାବି ପତ୍ର ବିଡ଼ିଓ ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇ ଥିଲା l  କିସାନ୍ ମୋର୍ଚ୍ଚା ସଭାପତି  ତଥା ଆବାହକ ବିଶ୍ଵନାଥ କର ଙ୍କ  ଅଧକ୍ଷ ତା ରେ ଅନୁଷ୍ଠିତଏହି କାର୍ଯ କ୍ରମରେ ଲକ୍ଷ୍ମଣ  ରଣ ବିର, ନିରଞ୍ଜନ ପ୍ରଧାନ, ସରୋଜ କୁମାର ଶତପଥୀ, ଲକ୍ଷ୍ମଣ ଭୋଇ, କର୍ତକେଶ୍ୱର୍ ବାଗ, ମହାବେବ ନାଏକ,ଭବାନୀ ବାଗ, ଚନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରି ଥିଲେ lଏହି ଧାରଣାରେ ବିଭିନ୍ନ ଅଂଚଳୁ ଶତାଧିକ ଚାଷୀ ଉପସ୍ଥିତ ରହି ଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ପ୍ରିୟ କାର୍ଯ୍ୟାଳୟ ଠାରେ ବିଶ୍ଵ ଅଟିଯିମ୍ ଦିବସ ପାଳିତ

Sunil Chandra Nayak

ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳ ଙ୍କୁ ଭେଟିଲେ ଓକିଲ ସଂଘ

masiha

ସ୍ବସ୍ତି ଝଙ୍କାର ର ୨୭ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଆସନ୍ତା ୨୦ ରୁ ଓ କବିତାୟନ ଆସନ୍ତା ୨୫ ଓ ୨୬ ରେ……

Sunil Chandra Nayak

Leave a Comment

error: Content is protected !!