ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

‘ ମାସା’ ସଂଗଠନ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ପାଳିତ

ମୟୂରଭଞ୍ଜ -୯/୮ ( ମସିହା)ଆଜି ବିଶ୍ବ ଆଦିବାସୀ ଦିବସ ପାଳିତ ।ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି ।ପ୍ରାରମ୍ଭରେ ମେଡିକାଲ ଛକ ନିକଟରେ ଆଦିବାସୀଙ୍କ ଆଇକନ ଵୀର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଆଶୀର୍ବାଦ ଭିକ୍ଷା କରାଯାଇଥିଲା ।ପରେ ଏକ ବିଶାଳ ଶୋଭାଯାତ୍ରାରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ୪ ଦଫା ଦାବି ସମ୍ବଳିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।ଦାବି ପ୍ରମୁଖ ହେଲା ୟୂସିସିକୁ ଓଡ଼ିଶାରେ ଲାଗୁ ନ କରାଯାଉ,ସାନ୍ତାଳି,ହୋ,ମୁଣ୍ଡାରୀ ଭାଷାକୁ ଦ୍ବିତୀୟ ରାଜଭାଷା ମାନ୍ୟତା ପ୍ରଦାନ କରାଯାଉ,ହୋ,ମୁଣ୍ଡାରୀ ଭାଷାକୁ ଅଷ୍ଟମ ଅନୁଛେଦରେ ସାମିଲ କରାଯାଉ, ରାଇରଙ୍ଗପୁର ମହାବିଦ୍ୟାଳୟକୁ ସୁନାରାମ ସୋରେନ ନାମରେ ନାମିତ କରାଯାଉ ।ଏହି କାର୍ଯ୍ୟକ୍ରମରେ ସୁନିଲ ସୋରେନ,ମାହାଙ୍ଗା ହେମ୍ବ୍ରମ,ରାମ ମୁର୍ମୁ ହାଡିବନ୍ଧୁ ଟୁଡୁ,ଲକ୍ଷ୍ମଣ ଟୁଡୁ,ପିତା ସୋରେନ,ଜୁଲି ବାସ୍କେ,ପ୍ରିୟା ହାଁସଦା, ମାୟାବତୀ ମୁର୍ମୁଙ୍କ ସମେତ ବହୁ ମାସା କର୍ମି ସାମିଲ ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମୂଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ରାଜ୍ୟ ସରକାର ଙ୍କ ୫ଟି ସଚିବ ଭି କେ ପାଣ୍ଡିୟାନ ଙ୍କ ଉପରେ କାଳିମାଡ ଘଟଣାକୁ ନେଇ ଧର୍ମଗଡ ବିଜୁ ଜନତା ଦଳର ତୀବ୍ର ନିନ୍ଦା ସହ ନୀରବ ଶୋଭାଯାତ୍ରା

masiha

ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ ଯୋଗ କେନ୍ଦ୍ରର ୨୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଜୀବନ କୌଶଳ ଶିକ୍ଷା ତାଲିମ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!