ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗାନ୍ଧୀ ପାର୍କ ରୁ ଚୋରି: ରାତ୍ରି ଜଗୁଆଳି ନିଯୁକ୍ତି ଦାବୀ 

ନବରଙ୍ଗପୁର(ମସିହା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଗାନ୍ଧୀ ପାର୍କ ରୁ ଚୋରି ହୋଇଥିବା ଦେଖାଯାଇଛି । ଉକ୍ତ ପାର୍କ କୁ ନୂତନ ରୂପରେ ରୂପାନ୍ତରଣ କରିବା ପାଇଁ ଡାବୁଗାଁ ବ୍ଲକ ତରଫରୁ ପ୍ରଚେଷ୍ଟା ଚାଲିଥିବା ବେଳେ ପାର୍କ ରୁ ସୌନ୍ଦର୍ଯ୍ୟ ପାଇଁ ଲଗାଯାଇଥିବା ଲୁହା ଗ୍ରିଲ ୪ଟି କୌଣସି ଦୁର୍ବୁତ୍ତ ଚୋରେଇ ନେଇଥିବା ଜଣାଯାଇଛି । ଉକ୍ତ ପାର୍କ ରୂପାନ୍ତରଣ ପରେ ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ଛୋଟ ପୁଅ ଓ ଝିଅ ସେଠାକୁ ଖେଳିବାକୁ ଯାଇଥାନ୍ତି । ଏପରି ଘଟଣା ହେବା ପରେ ଚୋରକୁ ଧରି ଉଚିତ୍ ଦଣ୍ଡ ଦେବା ପାଇଁ ଜନସାଧାରଣ ରେ ଦାବୀ ହୋଇଛି । ରାତ୍ରି ଜଗୁଆଳି ରହିଥିଲେ ଏଠାରୁ ଚୋରି ହୋଇ ନ ଥାଆନ୍ତା l ଏଥିନେଇ ସରକାର ପାର୍କ ର ରକ୍ଷଣା ବେକ୍ଷଣ କରିବା ପାଇଁ ରାତ୍ରି ଜଗୁଆଳି ରଖିବା ପାଇଁ ଦାବୀ ହୋଇଛି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସୁନା ଦୋକାନ ରୁ ଚୋରୀ ଅଭିଯୋଗ

Sunil Chandra Nayak

ପୂର୍ବତନ ପିଇଓଙ୍କ ଆତ୍ମହତ୍ୟା ଉଦ୍ୟମ; ସରକାରୀ ଅର୍ଥ ହଡପ ଅଭିଯୋଗରେ ହୋଇଥିଲେ ନିଲମ୍ବିତ

Sunil Chandra Nayak

ଅବକାରୀ ଚଢ଼ାଉ,୨ ଜଣ ଗିରଫ 

masiha

Leave a Comment

error: Content is protected !!