ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କୋମନା ପୋଲିସକୁ ବଡ଼ ସଫଳତା : ୧୩୧ କିଲୋରୁ ଅଧିକ ଗଞ୍ଜେଇ ସହ ୫ ଆନ୍ତଃରାଜ୍ୟ ମାଫିଆ ଗିରଫ, ୩ ଫେରାର

କୋମନା ପୋଲିସକୁ ବଡ଼ ସଫଳତା : ୧୩୧ କିଲୋରୁ ଅଧିକ ଗଞ୍ଜେଇ ସହ ୫ ଆନ୍ତଃରାଜ୍ୟ ମାଫିଆ ଗିରଫ, ୩ ଫେରାର

ନୂଆପଡା,୧୦.୦୬.(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲା କୋମନା ଥାନା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା । ଗତକାଲି ୯ ଜୁନ୍ ୨୦୨୬ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଏହି ବେଆଇନ କାରବାର ରେ ସଂପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ରାକେଟ ରେ ମଧ୍ୟପ୍ରଦେଶର ମାଫିଆ ମଧ୍ୟ ସାମିଲ ଥିବା ଜଣାପଡ଼ିଛି । ବୁଧୁବାର କୋମନା ପୋଲିସ ଷ୍ଟେସନ ରେ ଆହୁତ ଏକ ସାମ୍ୱାଦିକ ସମ୍ମିଳନୀରେ ଏ ସମ୍ପର୍କ ରେ ବିସ୍ତୃତ ଭାବେ ସୂଚନା ପ୍ରଦାନ କରାଯାଇଛି। ଉପରୋକ୍ତ ସାମ୍ବାଦିକ ସମ୍ମିଳନୀ ରେ ବରିଷ୍ଠ ପୋଲିସ ପ୍ରଶାସକ ଏସଡିପିଓ ଖିଲେଶ୍ୱର୍ ସାହୁ, ଆଇଆଇସି କୋମନା ଓ ଅନ୍ୟମାନେ ଉପସ୍ଥିତଥିଲେ।

ସାମ୍ବାଦିକ ସମ୍ମିଳନୀରେ ମିଳିଥିବା ସୂଚନା ଅନୁଯାୟୀ, କୋମନା ଥାନା ଅଧିକାରୀ ଇନ୍ସପେକ୍ଟର ଏସ୍. ମଲ୍ଲିକ ଓ ତାଙ୍କ ଟିମ୍ ଗତକାଲି ଅଞ୍ଚଳରେ ଦିବା ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଏକ ବିଶ୍ୱସ୍ତ ସୂତ୍ରରୁ ଗୁପ୍ତ ସୂଚନା ମିଳିଥିଲା ଯେ, ଜାତୀୟ ରାଜପଥ ୩୫୩, କୃଷ୍ଣା ଛକ ବସ୍ ଷ୍ଟାଣ୍ଡ ନିକଟରେ କିଛି ଲୋକ ୩ ଟି ବାଇକ୍‌ ରେ ଗଞ୍ଜେଇ ଆଣି ରାୟପୁର ପଠାଇବା ପାଇଁ ବସ୍‌ କୁ ଅପେକ୍ଷା କରିଛନ୍ତି ।

ଖବର ପାଇବା ମାତ୍ରେ ପୋଲିସ ଟିମ୍ ପକ୍ଷରୁ ତତ୍କାଳ ଘଟଣାସ୍ଥଳ ରେ ଚଢ଼ାଉ କରାଯାଇଥିଲା । ପୋଲିସକୁ ଦେଖି ୩ ଜଣ ବ୍ୟକ୍ତି ନିଜ ନିଜ ବାଇକ୍ ଧରି ଫେରାର ହୋଇଯାଇଥିବା ବେଳେ, ପୋଲିସ ସେଠାରେ ଘେରାବନ୍ଦୀ କରି ୫ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲା ।

୧୩୧ କିଲୋ ଗଞ୍ଜେଇ ଓ ମୋବାଇଲ୍ ଜବତ। ଗିରଫ ଅଭିଯୁକ୍ତମାନଙ୍କ ନିକଟ ରୁ ମାଜିଷ୍ଟ୍ରେଟ୍‌ ଙ୍କ ଉପସ୍ଥିତିରେ ଓଜନ କରାଯାଇ ୧୩୧.୦୬୦ କିଲୋଗ୍ରାମ (୧୩୧ କେଜି ୬୦ ଗ୍ରାମ) ନେଟ୍ ଗଞ୍ଜେଇ ଏବଂ ଗୋଟିଏ ଓପୋ କମ୍ପାନୀ ଏ୫୩ ମୋବାଇଲ୍ ଫୋନ୍ ଜବତ କରାଯାଇଛି । ଏ ନେଇ କୋମନା ଥାନାରେ କେସ୍ ନମ୍ବର ୧୯୦/୨୦୨୬, ଏନଡିପିଏସ ଆକ୍ଟର ଧାରା ୨୦(ବି)(ii) ସି/ ୨୯ ଅଧୀନରେ ମାମଲା ରୁଜୁ କରାଯାଇଛି ।

ଗିରଫ ଅଭିଯୁକ୍ତମାନଙ୍କ ପରିଚୟ ହେଲା ତୁଳାରାମ ନାଏକ (୫୮) – ପିତା-ସ୍ୱର୍ଗତ ସୁନ୍ଦର ନାଏକ (ଗ୍ରାମ- ଜେଠୁପାଲି, କୋମନା, ନୂଆପଡ଼ା), ଜଗେନ୍ଦ୍ର ଓରଫ୍ ପେଟୁ ରାଉତ (୩୨) ପିତା- ସ୍ୱର୍ଗତ ଜଗତରାମ ରାଉତ (ଗ୍ରାମ- ଜେଠୁପାଲି, କୋମନା, ନୂଆପଡ଼ା),ଡାଲୋ ତାଣ୍ଡି (୫୫) ସ୍ୱାମୀ- ବଡ ତାଣ୍ଡି (ଗ୍ରାମ- ଜେଠୁପାଲି, କୋମନା, ନୂଆପଡ଼ା),ସୂରଜ ମୀନା (୨୦) ପିତା- ବୀରବଲ ମୀନା (ଗ୍ରାମ- ଜାମୁନିଆ, ମଧ୍ୟପ୍ରଦେଶ) ଓ ପାତାଲ ଓରଫ୍ ଜିତେ କୁଚବନ୍ଦିଆ (୧୯) – ପିତା- ମାଙ୍ଗିଲାଲ କୁଚବନ୍ଦିଆ (ଗ୍ରାମ- ଅବଦୁଲ୍ଲାଗଞ୍ଜ, ରାଇସେନ, ମଧ୍ୟପ୍ରଦେଶ) ବୋଲି ଜଣା ପଡିଛି।

ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୩ ଜଣ ଫେରାର ଅଭିଯୁକ୍ତ ଏବଂ ରାଜ୍ୟ ବାହାର ର ଜଣେ ମୁଖ୍ୟ ସୂତ୍ରଧରଙ୍କ ନାମକୁ ପୋଲିସ ବର୍ତ୍ତମାନ ଗୋପନ ରଖିଛି । ଏହି ବେଆଇନ ଗଞ୍ଜେଇ କାରବାରର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ଏବଂ ଏଥିରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

Related posts

Big Achievement by GUNPUR police

masiha

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା; ମୁଣ୍ଡାଠାକୁରା ଗ୍ରାମରେ ପୋଲିସ ଦ୍ବାରା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

masiha

ବେକରେ ଦୌଡି ଦେଇ ଜଣଙ୍କର ଆତ୍ମ ହତ୍ୟା କାରଣ ଅସ୍ପଷ୍ଟ

masiha

Leave a Comment

error: Content is protected !!