ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ୍ବୁଲାନ୍ସ କୁ ଧକ୍କା ଦେଲା ତପସ୍ଵିନୀ ଏକ୍ସପ୍ରେସ ଟ୍ରେନ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ରାୟଗଡ଼ା, // ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ବୃନ୍ଦାବାଡିଠାରେ ଏକ ଆମ୍ବୁଲାନ୍ସକୁ ତପସ୍ୱିନୀ ଏକ୍ସପ୍ରେସ ଟ୍ରେନ ରାୟଗଡା ରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଟ୍ରେନ ଧକ୍କା ଦେଇଛି। ଓଡ଼ିଶା ମୋ ପରିବାର ଆମ୍ବଲାନ୍ସକୁ ମାଲବାହୀ ଟ୍ରେନ ଧକ୍କା ଦେବା ଫଳରେ ଆମ୍ବୁଲାନ୍ସ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଗାଡି ଯିବାଭଳି ରାସ୍ତା ନଥିବାରୁ ଡ୍ରାଇଭର କଲ୍ୟାଣସିଂପୁର ଯିବାକୁ ତରବର ରେ ସେ ରାସ୍ତାରେ ଯାଇଥିଲା କିନ୍ତୁ ସେହିସମୟରେ ତପସ୍ୱିନୀ ଏକ୍ସପ୍ରେସ ସେହି ଧାରଣା ଦେଇ ଯାଉଥିଲା, ଡ୍ରାଇଭର ଭୟରେ ଗାଡ଼ିରୁ ଓହ୍ଲେଇ ପଡିଥିଲା ହେଲେ ଏଥୁରେ କୌଣସି ବ୍ୟକ୍ତି ମୃତାହତ ହୋଇନାହାନ୍ତି।

ପ୍ରକାଶ ଯେ, ଓଡ଼ିଶା ମୋ ପରିବାର ଆମ୍ବୁଲାନ୍ସ କଲ୍ୟାଣସିଂହପୁର ଠାରୁ ଜଣେ ରୋଗୀକୁ ଧରି ବିଷମକଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହାପରେ ଖାଲି ଗାଡି ନେଇ କଲ୍ୟାଣସିଂହପୁର ଫେରିବା ସମୟରେ ଏକ ଫାଟକ ହୀନ ସବ୍ ରାସ୍ତାରେ ଯିବା ପାଇଁ ଆମ୍ବୁଲାନ୍ସ ଉଦ୍ୟମ କରିଥିଲା। ସେହି ରାସ୍ତା ଉପରେ ଥିବା ରେଳ ଧାରଣା ପାର ହୋଇ ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ତେବେ ଟ୍ରେନ ଡ୍ରାଇଭର ଚତୁରତା ସହ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା, ସାଙ୍ଗେ ସାଙ୍ଗେ ସ୍ଥାନୀୟ ଲୋକମାନେ ପହଞ୍ଚି ଆମ୍ବୁଲାନ୍ସକୁ ରେଳ ଧାରଣାରୁ ବାହାର କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଉରକେଲା କଲେଜରେ ‘ବନ ମହୋତ୍ସବ ସପ୍ତାହ’ ପାଳିତ

ଅନ୍ତରା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଝଲସିଲା ସ୍କୁଲ ପଡିଆ

masiha

ଲଥାକେନ୍ଧ ଠାରେ ବିଶ୍ୱାସେ ଦଳ ସମାଜ ଦ୍ୱାରା ଶ୍ରୀ ଶ୍ରୀ ନୃସିଂହମହା ପ୍ରଭୂ ଙ୍କ କଳସ ଯାତ୍ରା 

masiha

Leave a Comment

error: Content is protected !!