ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସେଁପୁର ରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା

ଭବାନୀପାଟଣା : ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସେଁପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବୁଧବାର ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି । ଏଥିରେ ବିଜ୍ଞାନରେ ୬୨ ଓ ଗଣିତରେ ୪୭ ଟି ପ୍ରକଳ୍ପ ଆସିଥିଲା । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଟିକଦେବ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ନରେଶ ସାହୁ ଏବଂ ସମ୍ମାନିତ ଅତିଥି ଭାବେ କୋଷାଧକ୍ଷ ଶ୍ରୀଯୁକ୍ତ ଶଶୀଭୂଷଣ ପ୍ରସାଦ ସାହୁ ଉପସ୍ଥିତ ରହି ଶିଶୁ ଭାଇ ଭଉଣୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ମେଳାର ପ୍ରକଳ୍ପ ଗୁଡିକର ମୂଲ୍ୟାଙ୍କନ କରିବା ନିମନ୍ତେ ନିକଟସ୍ଥ ଗଣାଦୀପ ଭୋଇ ଉଚ୍ଚ ବିଦ୍ୟାଳୟ ଅର୍ତ୍ତଳର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ବିଭୁଦତ୍ତ ପଟ୍ଟନାୟକ ଯୋଗଦେଇ ଥିଲେ । ଏଥିରେ ସ୍ୱାଗତ ଭାଷଣ ପ୍ରଧାନ ଆଚାର୍ଯ୍ୟ ଦେଇଥିବା ବେଳେ ଗୁରୁଜୀ ଜନାର୍ଦ୍ଦନ ବାଗ ମଞ୍ଚ ପରିଚାଳନା କରିଥିଲେ । ମେଳାର ବୃତ୍ତକଥନ ତୋଫାନ ଓ ଗଙ୍ଗାଧର ଗୁରୁଜୀ କରିଥିଲେ । ଏଥିରେ ଗୀତାଞ୍ଜଳି ବାଗ, ରଶ୍ମିତା ନାଏକ, ପ୍ରଭାତୀ ବେହେରା,ସୌଦାମିନୀ ସାହୁ,ରୀତା ସାହୁ,ପୂର୍ଣ୍ଣଚନ୍ଦ୍ର ନାଗ,ପ୍ରବୀଣ ତ୍ରିପାଠୀ,ଯଶୋବନ୍ତ ଚିନ୍ଦା,ଖୁସିରାମ ସାହୁ ଆଦି ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

ଖୁସି ରାମ ସାହୁ ଙ୍କ ରିପୋର୍ଟ୍ 

Related posts

ସ୍ଵାମୀ ବିବେକାନନ୍ଦଙ୍କ ଉଠ ଜାଗ ଅମୃତ ମହୋତ୍ସବ ପରିକ୍ରମା ରଥକୁ ସ୍ଵାଗତ

Sunil Chandra Nayak

କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ ଠାରେ ଛାତ୍ରୀଙ୍କୁ ପୋଷାକ ବଣ୍ଟନ

Sunil Chandra Nayak

ଗାନ୍ଧୀ ଜୟନ୍ତୀ ଅବସରରେ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!