ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ରଙ୍ଗ ମସ୍କାର” ଶୀର୍ଷକ ଏକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

କୋରାପୁଟ, ୧୦.୦୮ ୨୦୨୩ – ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଏକାଡେମୀର ଆଞ୍ଚଳିକ ଆର୍ଟ ଗ୍ୟାଲେରୀ କୋରାପୁଟ ଠାରେ “ରଙ୍ଗ ମସ୍କାର” ଶୀର୍ଷକ ଏକ ସମସାମୟୀକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପ୍ରଧାନ, ଭାରତୀୟ ପ୍ରଶାସନିକ ସେବା ଶିକ୍ଷାନବିଶ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପ୍ରଦର୍ଶନୀକୁ ଉଦଘାଟନ କରି କୋରାପୁଟ ଠାରେ ଓଡ଼ିଶା ଲଳିତ କଳା ଏକାଡେମୀର ଉକ୍ତ ପ୍ରଦର୍ଶନୀ କୋରାପୁଟର ଆଞ୍ଚଳିକ ଶିଳ୍ପୀମାନଙ୍କୁ କଳା କ୍ଷେତ୍ରରେ ଅଧୂକ ଉତ୍ସାହିତ କରିବା ସହିତ ସେମାନଙ୍କୁ ରାଜ୍ୟ ତଥା ଜାତୀୟ କ୍ଷେତ୍ରରେ ପ୍ରତିଷ୍ଠିତ କରିବାକୁ ସୁଯୋଗ ସୃଷ୍ଟି କରିବ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ କୋରାପୁଟ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତି ଶୁଖ ଜେନା ଉପସ୍ଥିତ ରହିବା ସ୍ଥଳେ ଏହି ପ୍ରଦର୍ଶନୀ ସ୍ଥାନୀୟ କଳାନୁରାଗୀ ତଥା ଶିଳ୍ପୀମାନଙ୍କୁ ବୁଲି ଦେଖିବା ପାଇଁ ସୁଯୋଗ ସୃଷ୍ଟି କରିଛି ବୋଲି କହିଥିଲେ । ପ୍ରଦର୍ଶନୀରେ ଶିଳ୍ପୀମାନଙ୍କ ଦ୍ବାରା ଅଙ୍କିତ ଭଗବାନ ବୁଦ୍ଧ, ମୋ ଓଡ଼ିଶା, ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରା ଉପରେ ଆଧାରିତ ମୋଟ ୫୦ ଟି ଚିତ୍ର ସ୍ଥାନ ପାଇଛି । ଏହି ପ୍ରଦର୍ଶନୀ ଆସନ୍ତା ଅଗଷ୍ଟ ୨୫ ପର୍ଯ୍ୟନ୍ତ ସାଧାରଣ ଦର୍ଶକଙ୍କ ପାଇଁ ଖୋଲା ରହିବ ବୋଲି ସଚିବ ପଞ୍ଚାନନ ସାମଲ ଜଣାଇଛନ୍ତି । ଏକାଡେମୀର ଗ୍ୟାଲେରୀ ତଦାରଖ ଦାୟୀତ୍ବରେ ଥ‌ିବା କେଶବ ଖରା ପ୍ରଦର୍ଶନୀ ପରିଚାଳନା କରିଥିଲେ ।

କୋରାପୁଟ ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମିଶନ ବାତ୍ସଲ୍ୟ ଯୋଜନା ଅଧୀନରେ ଅନାଥ ପିଲା ଏଵଂ ଏକକ ଅଭିଭାବକ ପିଲାଙ୍କ ସ୍ୱତନ୍ତ୍ର ଶିବିର ଆୟୋଜନ

Sunil Chandra Nayak

ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ତରଫରୁ ବୁଦ୍ଧିଜିବୀ ସମ୍ମେଳନ

Sunil Chandra Nayak

ବିକଳ୍ପ ଅନୁଷ୍ଠାନ ତରଫରୁ ବୃକ୍ଷରୋପଣ ,ବାଲ୍ୟ ବିବାହ, ଗୁଣିଗାରେଡ଼ି ବିରୋଧରେ ଏବଂ ନାରୀ ସୁରକ୍ଷା ବିଷୟରେ ସଚେତନତା ଶିବିର

Sunil Chandra Nayak

Leave a Comment

error: Content is protected !!