ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହେଲ୍ପ ଲାଇନ ସଭାଗୃହ ରେ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ,  ୨୫ ବିଦ୍ୟାଳୟ ରୁ ୭୬ ପ୍ରତିଯୋଗୀ ଙ୍କ ଅଂଶଗ୍ରହଣ

ନବରଙ୍ଗପୁର ୧୧/୮ (ମସିହା)୭୭ ତମେ ସ୍ୱାଧୀନତା ଦିବସ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ସ୍କୁଲ ଓ କଲେଜ୍ ସ୍ତର ରେ ବିଭିନ୍ନ ପ୍ରତିଯୋଗିତା ମାନ ଜାରି ରହିଛି । ଏହି ଅବସର ରେ ଉମରକୋଟ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ହେଲ୍ପ ଲାଇନ” ର ସଭା ଗୃହ ଠାରେ ଏକ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ରେ ଓଡିଶା ଉଠା ଜଳ ସେଚନ ନିଗମ ର ଉପଦେଷ୍ଟା ତଥା ସ୍ବେଛାସେବୀ ସଂସ୍ଥା “ହେଲ୍ପ ଲାଇନ” ର ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ବରିଷ୍ଟ ସଦସ୍ୟ ତଥା ପୌର ପରିଷଦ ର ଉପାଧ୍ୟକ୍ଷ ସୁଧାଂଶୁ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆଜିର ଏହି ପ୍ରତିଯୋଗିତାରେ ଉମରକୋଟ ପୌରାଞ୍ଚଳ ର ମୋଟ ୨୫ ଟି ବିଦ୍ୟାଳୟ ରୁ ୭୬ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ଆଜିର ଏହି ପ୍ରତିଯୋଗିତାରେ ଉମରକୋଟ ପେଣ୍ଡ୍ରlଣୀ ମହାବିଦ୍ୟାଳୟ ଅଧ୍ୟାପକ ସମୀର ମହାନ୍ତି, ଏସିଆନ୍ ହାଡୱେର ର ପରିଚାଳନା ନିର୍ଦ୍ଦେଶିକା ରିତା ବୈରାଗୀ ଓ ଶିକ୍ଷୟତ୍ରୀ ଦମୟନ୍ତୀ ଗଣ୍ଡ ବିଚାରକ ମଣ୍ଡଳୀ ଭାବରେ ଉପନୀତ ହୋଇଥିଲେ । ଏହି ପ୍ରତିଯୋଗିତା ରେ ବରିଷ୍ଟ, କନିଷ୍ଠ ଓ ଉପ କନିଷ୍ଟ ବିଭାଗ ରେ ଯଥାକ୍ରମେ ନୀଳତୋପଳା ପଣ୍ଡା, ଟୁଟୁ ସାନ୍ତା ଓ ଆୟାଜ୍ ରାଜା ପ୍ରଥମ, ସମ୍ରାଟ ସାଗର ଦାସ , ପ୍ରଜ୍ଞା ପଟ୍ଟନାୟକ ଓ ସାଇକୃତି ପଣ୍ଡା ଦ୍ଵିତୀୟ ଏବଂ ସବିତା ଭତ୍ରା, ନୁପୁର ରାୟ ଓ ଅର୍ପିତା ଜେନା ତୃତୀୟ ସ୍ଥାନ ହାସଲ କରିଛନ୍ତି । ସମସ୍ତ ବିଜେତା ଙ୍କୁ ଆସନ୍ତା ଉପଖଣ୍ଡ ସ୍ତରୀୟ ୭୭ ତ୍ତମ ସ୍ଵାଧୀନତା ଦିବସ ପାଳନ ଅବସର ରେ ପୁରସ୍କାର ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟ ରେ ସଂସ୍ଥା ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦୁର୍ଗା ପ୍ରସାଦ ମଲିକ କ୍ରୀଡା ସଂଯୋଜକ ସଲିମ୍ ରାଠୋର, ସଦସ୍ୟ ରବି ସୁନା,ଶାନ୍ତିଲତା ମହାନ୍ତି କୁସୁମ ନାୟକ ଦମୟନ୍ତୀ ଗଣ୍ଡ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ସଂସ୍ଥା ର ସଭାପତି କୃଷ୍ଣ ପ୍ରସାଦ ପଟ୍ଟନାୟକ ଓ ଉପସଭାପତି ଇଂ ଚନ୍ଦନା ମଲିକ ମଞ୍ଚ ପରିଚାଳନା କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଡିଜିଟାଲ ଫସଲ ସର୍ବେକ୍ଷଣ ନେଇ ପ୍ରସ୍ତୁତି ବୈଠକ

masiha

ସି ପି ଆଇ ଏମ୍ ର ପୂର୍ବତନ ସାଧାରଣ ସମ୍ପାଦକ କମ୍ରେଡ ସୀତାରାମ ଯେଚୁରୀ ଙ୍କ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ନାରୀ ମନସ୍ତତ୍ତ୍ୱର ସଫଳ ଚିତ୍ରଣ ଗଳ୍ପ ଗୁଡ଼ିକୁ କରିଛି ପ୍ରାଣବନ୍ତ ଗାଳ୍ପିକା ରଶ୍ମି ରଞ୍ଜିତା ସିଂହ ଙ୍କ ଗଳ୍ପ ସଂକଳନ”ଫୁଲ ପାଖୁଡ଼ା ରେ ଶୀତ” ଉନ୍ମୋଚିତ

masiha

Leave a Comment

error: Content is protected !!