ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅମିତ ସାହା ଙ୍କ ମନ୍ତବ୍ୟ ବିରୁଦ୍ଧରେ ବହୁଜନ ସଂଗ୍ରାମ ସମିତିର ଜୁନାଗଡ଼ ଠାରେ ବିକ୍ଷୋଭ ପ୍ରଦର୍ଶନ 

ଅମିତ ସାହା ଙ୍କ ମନ୍ତବ୍ୟ ବିରୁଦ୍ଧରେ ବହୁଜନ ସଂଗ୍ରାମ ସମିତିର ଜୁନାଗଡ଼ ଠାରେ ବିକ୍ଷୋଭ ପ୍ରଦର୍ଶନ 

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହା ସଂସଦ ରେ ଯେଉଁ ଭଳି ଭାବରେ ଭାରତ ରତ୍ନ ଡ଼. ବି. ଆର ଆମ୍ବେଦକର ଙ୍କୁ ତତ୍ସଲ୍ୟ କରି ଅପମାନିତ କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ। ଅମିତ ଶାହ ଙ୍କ ଏହି ଭିଡିଓ ସୋସିଆଲ ମେଡ଼ିଆ ରେ ଘୁରି ବୁଲୁଚି।ବାବାସାହେବ ଙ୍କ ପ୍ରତି ବିଜେପି ର ଅସଲି ଚେହେରା ଏହି ଭିଡ଼ିଓ ରୁ ସ୍ପଷ୍ଟ ବାରି ହୋଇ ପଡୁଛି। ତେଣୁ ତାର ପ୍ରତିବାଦ ରେ ଶୁକ୍ରବାର ସନ୍ଧ୍ୟା ୭ ଟା ରେ ଜୁନାଗଡ଼ ଠାରେ ବହୁଜନ ସଂଗ୍ରାମ ସମିତି ର କର୍ମକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ କରିଥିଲେ l ଶ୍ରୀଯୁକ୍ତ ସାହା ତାଙ୍କ ମନ୍ତବ୍ୟରେ ଆମ୍ବେଦକର ଆମ୍ବେଦକର କହିବା ଆଜି ଏକ ଫେସନ ପାଲଟି ଗଲାଣି,ସେମାନେ ଯେତେଥର ଏ ନାମ ଜପୁଛନ୍ତି, ତା ବଦଳରେ ଭଗବାନ ଙ୍କ ନାମ ଜପିଥିଲେ ସେମାନଙ୍କ ସାତ ପୁରୁଷା ସ୍ଵର୍ଗରେ ଉପଭୋଗ କରିଥାନ୍ତେ ବୋଲି କହିଥିଲେ l ଏହି ଟିପ୍ପଣୀ ଦେଶର ଜନସାଧାରଣଙ୍କୁ ଆଘାତ ଦେଇଛି ତେଣୁ ଅମିତ ସାହା ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ପ୍ରତିବାଦ କରିଛନ୍ତି l କାର୍ଯ୍ୟକ୍ରମ ରେ ଚିତ୍ତ ରଞ୍ଜନ ନିଆଲ ଙ୍କ ନେତୃତ୍ୱରେ ଯତୀନ୍ଦ୍ର କର, ସୁଶାନ୍ତ ନାଏକ, ରତନ ଧଙ୍ଗଡ଼ା ମାଝୀ, ନରେନ୍ଦ୍ର କ୍ଷିତି, ଗୌରାଙ୍ଗ ସୁନା , ଶିବଶଙ୍କର ମହନ ,ସତ୍ୟନାରାୟଣ ,ସୁନ୍ଦରଲାଲ କୁମାର ,ରଂଜିତ ତାଣ୍ଡି ,ରାହୁଲ ନାଏକ ସମେତ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ। 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ମୁଖ୍ୟମନ୍ତ୍ରୀ ସଭା ଗୃହ ଉଦଘାଟିତ

masiha

ଆଦିବାସୀ ପଞ୍ଚାୟତ ସମାବେଶ – କୁଳି ମାନଙ୍କୁ ଆଦିବାସୀ ଜାତି ପ୍ରଣାମ ପତ୍ର ଦେଇଥିବାରୁ ଜିଲ୍ଲାପାଳ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ବିରୋଧରେ ଏଫ. ଆଇ. ଆର. ଦେବ ଆଦିବାସୀ ସଂଘ 

masiha

ନେହରୁ ଯୁବକେନ୍ଦ୍ର କଳାହାଣ୍ଡି ତରଫ ରୁ ଯୁବ ଉତ୍ସବ ପାଳନ

Sunil Chandra Nayak

Leave a Comment

error: Content is protected !!