ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁଗଳ୍ପ ପ୍ରତିଯୋଗିତାର ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ବିଶ୍ବବିଦ୍ୟାଳୟ ଛାତ୍ର

ବାଲେଶ୍ଵର,୧୧/୮/୨୩- ବାଲେଶ୍ଵର ଜିଲ୍ଲା ଖଇରା ଠାରେ ପ୍ରତିଷ୍ଠିତ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ହ୍ଵାଟ୍ସଆପ୍ ଗୃପରେ ପ୍ରାୟ ପ୍ରତ୍ୟେକ ସପ୍ତାହରେ କବି ଲେଖକ ମାନଙ୍କ ଦକ୍ଷତାର ବିକାଶ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଗତ ତା ୦୩/୮/୨୩ ରିଖରେ ଶିଶୁଗଳ୍ପ ପ୍ରତିଯୋଗିତା ହୋଇଥିଲା । ଯାହାର ପ୍ରସଙ୍ଗ ଥିଲା- ” ଅଳସୁଆ ଦୁଃଖ ପାଏ ” । ଜଣେ ଅଳସୁଆ ଜୀବନରେ କିପରି ଦୁଃଖ ପାଏ, ଏହାକୁ ନେଇ ଲେଖକ ମାନଙ୍କ ଠାରୁ ବହୁତ ସୁନ୍ଦର ସୁନ୍ଦର ଲେଖା ଆସିଥିଲା । ସେମାନଙ୍କ ମଧ୍ୟରେ (୧) ଲବଦାନ ନାଏକ, ଛାତ୍ର, ଜୟପୁର, କୋରାପୁଟ (୨) ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ଼ (୩) ସୁକାନ୍ତି ସ୍ବାଇଁ, ଆସିକା, ଗଞ୍ଜାମ (୪) ସୁଜାତାରାଣୀ ଶତପଥୀ, ଦିଗପହଣ୍ଡି, ଗଞ୍ଜାମ (୫) ଗୀତାଞ୍ଜଳି ସ୍ବାଇଁ, ଭୁବନେଶ୍ୱର, ଖୋର୍ଦ୍ଧା (୬) ବିଳାସିନୀ ପୃଷ୍ଟି, ଭୁବନ, ଢେଙ୍କାନାଳ (୭) ତୁଷାରକାନ୍ତ ପ୍ରସାଦ, ବରୀ, ଯାଜପୁର (୮) ସୁଚିତ୍ରା ନାୟକ, ଭୁବନେଶ୍ୱର, ଖୋର୍ଦ୍ଧା (୯) ମମତା ବେହୁରା, କଟକ (୧୦) ଦୁର୍ଯ୍ଯୋଧନ ବେହେରା, ଢେଙ୍କାନାଳ (୧୧) କୁମାରୀ ପୁଷ୍ପଲତା ମୁଣ୍ଡା, ମଙ୍ଗଳପୁର, କେନ୍ଦୁଝର (୧୨) ସ୍ବର୍ଣ୍ଣପ୍ରଭା ମହାପାତ୍ର, ସୁବର୍ଣ୍ଣପୁର (୧୩) ରଶ୍ମିରେଖା ସାହୁ, ଭୁବନେଶ୍ୱର, ଖୋର୍ଦ୍ଧା (୧୪) ଅନସୂୟା ଦେବତା, ଅତାବିରା, ବରଗଡ (୧୫) ଦ୍ରୌପଦୀ ମହାପାତ୍ର, ତିଖିରି, କେନ୍ଦ୍ରାପଡା (୧୬)ବିନୋଦିନୀ ନାୟକ, ଛତ୍ରପୁର, ଗଞ୍ଜାମ ପ୍ରମୁଖ । ସମସ୍ତ ଲେଖା ଗୁଡିକୁ ସମୀକ୍ଷା କରିଥିଲେ ଯାଜପୁର ଜିଲ୍ଲା ଦଶରଥପୁରର ଲେଖିକା ଓ କବୟିତ୍ରୀ ସରସ୍ୱତୀ ପଣ୍ଡା । ଶ୍ରୀମତୀ ପଣ୍ଡା ଜଣେ ସୁ-ଗୃହିଣୀ ହୋଇଥିଲେ ମଧ୍ୟ ନିଶା ତାଙ୍କର ସାହିତ୍ୟ ସାଧନା । ଏଥିପାଇଁ କଳାକାର, ସାହିତ୍ୟିକା ଓ ସୁଲେଖିକା ଭାବେ ରାଜ୍ୟର ବିଭିନ୍ନ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ତାଙ୍କର ସାହିତ୍ୟ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇବା ଜାରି ରହିଛି । ନିକଟରେ ନିଜର ପୁସ୍ତକ ” ନୀଳନିମନ୍ତ୍ରଣ ” ଉନ୍ମୋଚିତ ହୋଇଯାଇଛି । ମୋ ଅନୁଷ୍ଠାନର ମଧ୍ୟ ଜଣେ ଶ୍ରେଷ୍ଠ ସମୀକ୍ଷାକାରିଣୀ ଭାବେ ସ୍ଥାନ ପାଇଛନ୍ତି । ସେହି ଲେଖିକା ମହାଶୟାଙ୍କ ସମୀକ୍ଷାରୁ ଲବଦାନ ନାଏକ ପ୍ରଥମ ସ୍ଥାନ, ଦୁର୍ଯ୍ଯୋଧନ ବେହେରା ଦ୍ବିତୀୟ ସ୍ଥାନ ଓ ରଞ୍ଜୁଲତା ପାଢୀଙ୍କୁ ତୃତୀୟ ସ୍ଥାନ ମିଳିଛି । କୋରାପୁଟ ଜିଲ୍ଲା ଜୟପୁର ଠାରେ ଥିବା ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ଦ୍ବିତୀୟ ବର୍ଷର ଛାତ୍ର ଲବଦାନ ନାଏକ ଏଥର ପ୍ରଥମ ସ୍ଥାନ ପାଇବାରେ ସକ୍ଷମ ହୋଇଛନ୍ତି । ଯାହାଙ୍କ ଘର ରାୟଗଡା ଜିଲ୍ଲା କାଶିପୁର ଅଟେ । ଛାତ୍ର ଜୀବନରୁ ସାହିତ୍ୟ ପ୍ରତି ମନୋନିବେଶ କରିଥିବାରୁ ଅନୁଷ୍ଠାନ ତରଫରୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା । ନିଜର ଶିକ୍ଷା ସହିତ ସାହିତ୍ୟରେ ଉତ୍ତରୋତ୍ତର ଉନ୍ନତି ହେଉ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏ ଅନୁଷ୍ଠାନରେ ପ୍ରଥମ ଥର ପାଇଁ ଛାତ୍ର ଲବଦାନ ନାଏକ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଡିସେମ୍ବର ୨୭ ତାରିଖ ବାର୍ଷିକ ଉତ୍ସବରେ ଉପସ୍ଥିତ ରହି ପ୍ରମାଣ ପତ୍ର ଗ୍ରହଣ କରିବା ନିମନ୍ତେ ସମ୍ପାଦକ ଶ୍ରୀ ନାଏକଙ୍କୁ ଅନୁରୋଧ କରିଛନ୍ତି । ଆଗାମୀ ଦିନରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ମାନେ କିପରି ଏଥିରେ ସମ୍ପୃକ୍ତ ହେବେ ସେଥିପାଇଁ ଅନୁଷ୍ଠାନର ସମସ୍ତ ସଦସ୍ୟ/ସଦସ୍ୟା ମାନେ ଆଗ୍ରହ ପ୍ରକାଶ କରିବା ନିତ୍ଯାନ୍ତ ଆବଶ୍ୟକ ମନେ ହୋଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପଥର ଖଣି ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ : ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ଭଂଜପୁର ଜଗଦ୍ଧାତ୍ରୀ ମେଳାର ୩ୟ ସନ୍ଧ୍ୟାରେ ଦର୍ଶକଙ୍କ ମନମୋହିଲା ଯୋଗାସନ, ଓଡ଼ିଶୀ ଓ ଭଜନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!