ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅପପୁଷ୍ଟି ରୋକିବା ପାଇଁ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ର ଅଭିନବ ପ୍ରୟାସ 

ଥେରୁବାଲି -୧୧/୦୮/୨୦୨୩ // ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ , ଇମ୍ଫା ର ସାମାଜିକ ଦାୟିତ୍ଵ ବୋଧ କାର୍ଯ୍ୟକ୍ରମ ର ପରିଚାଳନାକାରୀ ସଂସ୍ଥା ଥେରୁବାଲି ଶିଳ୍ପାଞ୍ଚଳ ର ୯ ଗୋଟି ଗ୍ରାମ ପଞ୍ଚାୟତ ର ୯୨ ଟି ଗ୍ରାମର ୧୦ ରୁ ୧୯ ବର୍ଷ ର କିଶୋରୀ ବାଳିକା ମାନଙ୍କ ମଧ୍ୟରେ ଅପପୁଷ୍ଟି କୁ ରୋକିବା ଓ ସର୍ବାଙ୍ଗୀନ ଶାରୀରିକ ବିକାଶ ର ଲକ୍ଷ୍ୟନେଇ “କନ୍ୟା ଏକ୍ସପ୍ରେସ୍ସ “ ଏକ ଅଭିନବ ପ୍ରୟାସ ଆଜି ଥେରୁବାଲିଠାରେ ଲୋକାର୍ପିତ ହୋଇଯାଇଛି । 

 ଏହା ଏକ ଭ୍ରାମ୍ୟମାଣ ଯାନ , ଯାହାକି ପ୍ରତିଦିନ ପ୍ରକଳ୍ପ ପରିଧିରେ ଅବସ୍ଥିତ ଗୋଟିଏ ଗ୍ରାମରୁ ଅନ୍ୟ ଏକ ଗ୍ରାମରେ ପହଞ୍ଚି , ସେହି ଗ୍ରାମର ପଞ୍ଜୀକୃତ କିଶୋରୀ ବାଳିକା ମାନଙ୍କର ଶରୀରରେ ହିମୋଗ୍ଲୋବିନ ସ୍ତରର ପରୀକ୍ଷଣ ସାଙ୍ଗକୁ ଲୌହ ଏବଂ କୃମି ନାଶକ ବଟିକା ପ୍ରଦାନରେ ସ୍ୱାସ୍ଥ୍ୟ ବିଭାଗକୁ ସହାୟତା କରିବା ଓ ସେମାନଙ୍କର ପୂର୍ଣ ଶାରୀରିକ ବିକାଶ ପାଇଁ ସେମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରାଇବା ଏବଂ ପ୍ରତି ପରିବାର ର ବାରିପଟେ ଫଳ ଓ ପନିପରିବା ବଗିଚା କରିବା ପାଇଁ ଉତ୍କୃଷ୍ଟ ମାନର ମଞ୍ଜି ଯୋଗାଇବା ଆଦି କାର୍ଯ୍ୟରେ ନିଯୋଜିତ ହେବ ।

 ପରୀକ୍ଷା ମୂଳକ ଭାବେ ୨୦୨୧ ମସିହାରେ ଏହା କଟକ ଓ ଯାଜପୁର ଜିଲ୍ଲାରେ ପ୍ରଚାଳନ କରାଯାଇ ୨୧ ଲକ୍ଷ କିଶୋରୀ ବାଳିକାଙ୍କ ନିକଟରେ ପହଞ୍ଚି ସେମାମାନଙ୍କର ସ୍ଵାସ୍ଥ୍ୟଗତ ଓ ବ୍ୟବହାରିକ ପରିବର୍ତ୍ତନ ରେ ଆଶାତୀତ ସଫଳତା ମିଳିବା ପରେ ରାୟଗଡ଼ ଜିଲ୍ଲାର ଥେରୁବାଲି ଅଞ୍ଚଳରେ ଏହି କାର୍ଯ୍ୟକ୍ରମକୁ ପ୍ରସାରିତ କରିବାକୁ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀମତୀ ଶୈଫାଳିକା ପଣ୍ଡା ପରାମର୍ଶ ଦେଇଥିଲେ ଓ ଓଡିଶାର ୩ ଗୋଟି ଜିଲ୍ଲାରେ ପରିବ୍ୟାପ୍ତ ହୋଇ ଏହି କାର୍ଯ୍ୟକ୍ରମ ତାର ଲକ୍ଷ୍ୟସାଧନ କରିଥିବାରୁ ସନ୍ତୋଷ ପ୍ରକାଶ କରିବା ସହ ଥେରୁବାଲି ଅଞ୍ଚଳରେ ଏହି କାର୍ଯ୍ୟକ୍ରମର ସଂପୂର୍ଣ୍ଣ ସଫଳତା କାମନା କରିବା ସଙ୍ଗେ ସଙ୍ଗେ ଅଞ୍ଚଳବାସୀଙ୍କର ସହଭାଗୀତା ଓ ସହଯୋଗିତା କାମନା କରିଥିଲେ । 

 ଆଜି ର ଏହି ଉଦଘାଟନୀ ଉତ୍ସବରେ ରାୟଗଡର , ଉପଜିଲ୍ଲାପାଳ ଶ୍ରୀମାନ ଭୀମସେନ ଶବର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରାୟଗଡ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଲାଲ ମୋହନ ରାଉତରାୟ କୋଲୋନରା ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀମାନ ଗୌର ଚନ୍ଦ୍ର ପଟ୍ଟନାୟକ , କୋଲନରା ଶିଶୁ ବିକାଶ ପ୍ରକଳ୍ପ ଅଧୀକାରୀ ଶ୍ରୀମତୀ ବିଜୟ ଲକ୍ଷ୍ମୀ ନିଶଙ୍କ , ସମସ୍ତ ପରିପାର୍ଶ୍ଵିକ ପଞ୍ଚାୟତର ସରପଞ୍ଚ , ସମିତି ସଭ୍ୟ , ମାନ୍ୟଗଣ୍ୟ ବ୍ୟକ୍ତି , ସମାଜସେବୀ ,ଓ ଇମ୍ଫାର ମୁଖ୍ୟ ପରିଚାଳକ ଶ୍ରୀ ଏମ.ଶ୍ରୀନିଭାସ,ଶ୍ରୀମାନ କଲୋଲ କୁମାର ନାୟକ ,ଉପମୁଖ୍ୟ ପରିଚାଳକ , ଇମ୍ଫା ହସ୍ପିଟାଲର ମୁଖ୍ୟ ଡାକ୍ତର ପ୍ରଶାନ୍ତ କୁମାର କରଙ୍କ ଊପସ୍ଥିତ ରେ ନାଲିଫିତା କାଟି ଓ ସବୁଜ ପତାକା ଦେଖାଇ କନ୍ୟା ଏକ୍ସପ୍ରେସ ଭ୍ରାମ୍ୟମାଣ ଯାନର ଶୁଭାରମ୍ଭ କରିବା ସଂଗେ ସଂଗେ ଏହି କାର୍ଯ୍ୟକ୍ରମ ର ଉଚ୍ଚ ପ୍ରଶଂସା କରିଥିଲେ ଓ ପର୍ଯ୍ୟାୟ କ୍ରମେ ଜିଲ୍ଲାର ଅନ୍ୟ ଅଂଚଳକୁ ପ୍ରସାରିତ କରିବାକୁ ଅନୁରୋଧ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏହି କାର୍ଯ୍ୟକ୍ରମ ଦ୍ୱରା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକ କ୍ରିୟାଶୀଳ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ।

ଇମ୍ଫା ଲୋକ ସମ୍ପର୍କ ବିଭଗର ବରିଷ୍ଠ ପରିଚାଳକ ଶ୍ରୀମାନ ଶକ୍ତି ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ଉପସ୍ଥତ ଅତିଥିବୃନ୍ଦଙ୍କୁ ସ୍ଵାଗତ ଜଣାଇବା ପରେ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ର ଉପ-ମୁଖ୍ୟ ପରିଚାଳକ ଶ୍ରୀମାନ ନିଲେନ୍ଦୁ ଚଟାର୍ଜୀ କନ୍ୟା ଏକ୍ସପ୍ରେସ ଭଳି ଏକ ଅଭିନବ ପ୍ରୟାସ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ଓ ଏହି କାର୍ଯ୍ୟକ୍ରମକୁ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମାନ ପ୍ରଭାକର ପଣ୍ଡା ଓ ଇମ୍ଫା ପ୍ରସାଶନିକ ବିଭାଗର କର୍ମଚାରୀମାନେ ସଫଳତାର ସହ ପରିଚାଳନା କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗାନ୍ଧିଜୀ ଜୟନ୍ତୀ ଉପଲକ୍ଷେ ଥାନା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

କଳାହାଣ୍ଡି:ମହୁମାଛି ଆକ୍ରମଣରେ ଜଣେ ମୃତ,୪ ଆହତ

masiha

ଜବାହର ନବୋଦୟ ବିଦ୍ୟାଳୟ ରେ ଝାଡାବାନ୍ତି |୧୨୨ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଙ୍କୁ ଆଗୁଆ ପ୍ରତିଷେଧକ ଔଷଧ ପ୍ରଦାନ । ଡେରା ପକାଇଛନ୍ତି ସ୍ୱାସ୍ଥ୍ୟ ଟିମ 

masiha

Leave a Comment

error: Content is protected !!