ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଳାମୁଣ୍ଡା ଠାରେ ସରପଞ୍ଚ ସଂଘର ଦ୍ବିତୀୟ ବୈଠକ 

ଗୋଳାମୁଣ୍ଡା-(ମସିହା) ଗୋଳାମୁଣ୍ଡା ବ୍ଲକ ସରପଞ୍ଚ ସଂଘର ସଭାପତି ପୁରୁଷୋତ୍ତମ ରାଉତଙ୍କ ଆହ୍ବାନ କ୍ରମେ ଗୋଳାମୁଣ୍ଡା ଠାରେ ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁମହାନନ୍ଦ  ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ବେଳେ ସମସ୍ତ ସରପଞ୍ଚ ନିଜ ନିଜ ପରିଚୟ ପ୍ରଦାନ କରିଥିଲେ ଓ ବୈଠକ ଆରମ୍ଭ କରିଥିବା ବେଳେ ଅଞ୍ଚଳର ଅନେକ ସମସ୍ୟା ଉପରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରୁ ବାଦ ପଡିଥିବା ଯୋଗ୍ୟ ହିତାଧିକାରୀ ମାନଙ୍କୁ କେମିତି ଏସିସିସି ତାଲିକାରେ ଅନ୍ତର୍ଭୁକ୍ତ କରାଯିବ, ସମସ୍ତ ବୃଦ୍ଧ , ବୃଦ୍ଧା ଦିବ୍ୟାଙ୍ଗ ମାନଙ୍କୁ ଭତ୍ତା କେମିତି ନିଜ ନିଜ ଘରେ ପାଇ ପାରିବେ , ନିଜ ନିଜ ଗ୍ରାମ ପଞ୍ଚାୟତ ର ଫଣ୍ଡ୍ କୁ ନିଜ ଗ୍ରାମରେ ବିକାଶ ହୋଇ ପାରିବ , ଗ୍ରାମ ପଞ୍ଚାୟତ ରେ କେମିତି ବିଭିନ୍ନ ଯୋଜନାରେ ବହୁତ ସରକାରୀ ଅର୍ଥ ଆସିବ , ପ୍ରତି ଗ୍ରାମ ପଞ୍ଚାୟତରେ ନିର୍ବାହୀ ଅଧିକାରୀ ମାନଙ୍କୁ କେବଳ ଏକ ଗ୍ରା:ପ ରେ ଦାୟିତ୍ବ ଦିଆଯାଉ ବୋଲି ଆଲୋଚନା କରିବା ସହ ଏହି ସବୁ ଦାବି ବ୍ଲକ ଅଧ୍ୟକ୍ଷ ନିକଟରେ ରଖିଥିଲେ । ଏହି ପରିପ୍ରେକ୍ଷୀରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଯେ,ମୁ ମାନ୍ୟବର ବିଧାୟକ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ର ନିକଟରେ ଓ ଜିଲାପାଳ ବୈଠକରେ ଉପସ୍ଥାପନା କରିବି ବୋଲି ବୈଠକର ମୁଖ୍ୟ ଅତିଥି ଭାବେ ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ସରପଞ୍ଚ ସଂଘର ସଭାପତି ପୁରୁଷୋତ୍ତମ ରାଉତ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା ପ୍ରତିନିଧି,

Related posts

କେସିଙ୍ଗା ୧୯୯୭ ରୋପ୍ୟ ସଂଗଠନ ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ

Sunil Chandra Nayak

ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କ ପରଲୋକ 

Sunil Chandra Nayak

ଫିରିଙ୍ଗିଆ ବିଲୁପଦର ଗ୍ରାମ ରେ ବଳଦ କିଣା କୁ ନେଇ ଗୁଳିମରା ଘଟଣା ମାମଲାରେ ୪ ଜଣ ଅଭିଯୁକ୍ତ କୁ ଗିରଫ କଲା ପୋଲିସ

Sunil Chandra Nayak

Leave a Comment

error: Content is protected !!