ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନମୁଣ୍ଡା ଓ ପଲଶାଗୋରା କ୍ଲଷ୍ଟର ରେ ମୌଳିକ ସାକ୍ଷରତା କର୍ମଶାଳା ଅନୁଷ୍ଠିତ

ବୌଦ୍ଧ – 11/08 – ଆଜି ଜବାହାର ନବୋଦୟ ବିଦ୍ୟାଳୟ ,ପାଲଝର ତରଫରୁ ଶିକ୍ଷକ ଶ୍ରୀ ଦିଲ୍ଲୀପ କୁମାର ବାଡତ୍ୟା ଙ୍କ ପ୍ରଯୋଜନାରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ (FLN)କୁ ନେଇ ଏକ କର୍ମଶାଳା ଆୟୋଜନ ହୋଇ ଯାଇଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଓ ପଲଶାଗୋରା କ୍ଲଷ୍ଟର ଅନ୍ତର୍ଗତ ପ୍ରାଥମିକ ବିଦ୍ୟାଳୟ ଠାରେ ଗଦ୍ୟ ପଠନ ଓ ପଦ୍ୟ ଆବୃତ୍ତି ମାଧ୍ୟମ ରେ ମୌଳିକ ସାକ୍ଷରତା ଜ୍ଞାନ ପ୍ରତି ସଚେତନତା ସମ୍ପର୍କିତ କର୍ମଶାଳା ରେ ଉପସ୍ଥିତ ରହି ଶ୍ରୀ ଦିଲ୍ଲୀପ କୁମାର ବାଡତ୍ୟା ତାଙ୍କ ବକ୍ତବ୍ୟ ରେ ଅକ୍ଷର ଜ୍ଞାନ ଓ ପଠନ ଉପରେ ଗୁରୁତ୍ଵ ଦେବା ସଙ୍ଗେ ସଙ୍ଗେ ପିଲାମାନକୁ ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଅଧିକ ରୁ ଅଧିକ ଆବେଦନ କରିବା ପାଇଁ ସଚେତନ କରାଇଥିଲେ । ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ମୌଳିକ ପଠନ ,ଆବୃତ୍ତି ଓ ଲିଖନରେ ଆୟୋଜିତ ପଦ୍ୟ ଆବୃତ୍ତି ଓ ଗଦ୍ୟ ପଠନ ପ୍ରତିଯୋଗୀତା ରେ ପଲଶାଗୋରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିବାୟ ପାଣ୍ଡେ ,ଚନ୍ଦନ କମ୍ପ,ଶୁଭମ ଦରୁଆନ ଏବଂ ପଦ୍ୟ ଆବୃତ୍ତି ରେ ପ୍ରିୟଙ୍କା ପ୍ରଧାନ , ସୋନାକ୍ଷୀ ମିଶ୍ର ,ଆଦ୍ୟାଶା ଭୋକ୍ତା ନିଜର ଦକ୍ଷତା ପ୍ରଦର୍ଶନ କରିଥିବା ବେଳେ ମନମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ର ଜଳେଶ୍ଵର ମେହେର , ପୁନମ ବାରିକ, ସୃତି ନାୟକ ପଦ୍ୟ ଆବୃତ୍ତି ରେ ଦକ୍ଷତା ପ୍ରଦର୍ଶନ କରିଥିବା ଯୋଗୁଁ ପ୍ରଶଂସା ପତ୍ର ବିତରଣ କରାଯାଇଥିଲା ।ମନମୁଣ୍ଡା CRCC ଶ୍ରୀମତୀ ପ୍ରଜିଣା ପାଢୀ ଓ ପଲଶାଗୋରା CRCC ଶ୍ରୀ ହୃଦାନନ୍ଦ ଦନ୍ତା ଉପସ୍ଥିତ ରହି ସମସ୍ତ କାର୍ଯ୍ୟ କ୍ରମ କୁ ତଦାରଖ କରିବା ସଙ୍ଗେ ସଙ୍ଗେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ରେ ମନମୁଣ୍ଡା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରୀତାରଣୀ ତ୍ରିପାଠୀ ଓ ପଲଶାଗୋରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମାନିନୀ ସାହୁ କର୍ମଶାଳା କୁ ସଂଯୋଜନା କରିଥିଲେ ।କର୍ମଶାଳା ରେ ଉପସ୍ଥିତ ଥିବା ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ହେଲେ ଘୁଲୁଘୁଲାପଦର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରାଣଦେଇ , ବାଲିଜୋରି UGME ର ପ୍ରଧାନ ଶିକ୍ଷକ ଶ୍ରୀ ଉଦ୍ଧବ ମହାଳିକ , ପିପିଲିପାଲି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀ ଅଶୋକ କୁମାର ମହାକୁଡ , କୁଣ୍ଡାମାଳ UGHS ର ସହକାରୀ ଶିକ୍ଷକ ଶ୍ରୀ ତ୍ରିଜିବ୍ କୁମାର ପ୍ରହରାଜ , ଜୁନାନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ନରେନ୍ଦ୍ର କୁମାର ଭୋଇ , ପଞ୍ଚଖଣ୍ଡି ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଶକ୍ତିଦାଶ ପୂଜାରୀ ,ପରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପଂଚାନନ ସ୍ଵାଇଁ ଏବଂ ନୋଡାଲ ପ୍ରାଥମିକ ବିଦ୍ୟାଳୟ ପଲଶାଗୋରା ଓ ମନମୁଣ୍ଡା ର ସମସ୍ତ ଛାତ୍ରଛାତ୍ରୀ , ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ନୂଆପଡା ଜିଲ୍ଲା ମିନିଷ୍ଟାଡିୟମ ଠାରେ ବିଶ୍ଵ ହକି ପାଇଁ ମିନି ମାରାଥନ ଦୌଡ଼

Sunil Chandra Nayak

ସଞ୍ଜୁକ୍ତା ସେବା ନିକେତନ ତରଫରୁ ଅସହାୟତାକୁ ସେବା କାର୍ଯ୍ୟକ୍ରମ

Sunil Chandra Nayak

ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟର ପରିଚାଳନା ଭାର କାହାର ? ପ୍ରକଳ୍ପ ନା ବିଦ୍ୟାଳୟ ଗଣ ଶିକ୍ଷା ବିଭାଗ ଖାଲିଥିବା ଟି ଜି ଟି ଶିକ୍ଷକ ପି ଇଟି ଶିକ୍ଷକ କ୍ଲାସିକାଲ ଶିକ୍ଷକ ନିଯୁକ୍ତି ଦେବ କିଏ ? 

Leave a Comment

error: Content is protected !!