ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ତାରାପୁରରେ ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ୨ କଂଗ୍ରେସ, ୧ ବିଜେପି ନେତା

ଲାଞ୍ଜିଗଡ଼,୧୨/୦୮(ମନିସ)-ରାଜ୍ୟର ବିଜେଡି ସରକାର ଓ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଉପରେ ଆସ୍ଥା ପ୍ରକଟ କରି ଜଣେ ମହିଳା ନେତ୍ରୀଙ୍କ ସମେତ ୩ଜଣ କଂଗ୍ରେସ ନେତା ଆଜି ବିଜେଡିରେ ସାମିଲ ହୋଇଛନ୍ତି ! ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ବାସଭବନରେ ଆଜି ଏଇ ନେତାମାନେ ଦଳରେ ସାମିଲ ହୋଇଥିବା ସୂଚନା ମିଳିଛି ! ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଜଣେ ସଫଳ ନାରୀନେତ୍ରୀ, ସମାଜସେବୀ ଫୁଲମେ ମାଝୀ ଆଜି କଂଗ୍ରେସ ଦଳ ଛାଡ଼ି ବିଜେଡିରେ ଯୋଗଦେଇଥିବାବେଳେ କୁମଖାଲ ପଞ୍ଚାୟତର ପୂର୍ବତନ ସରପଞ୍ଚ ମୁଲୁ ମାଝୀ ଓ ବିଜେପିର ପ୍ରଫୁଲ୍ଲ ଦଳପତି ପ୍ରମୁଖ ଆଜି ବିଜେଡିରେ ଯୋଗଦେଇଥିବା ଜଣାପଡ଼ିଛି ! ବିଧାୟକ ଶ୍ରୀ ଦିଶାରୀଙ୍କ ତାରାପୁରସ୍ଥିତ ବାସଭବନରେ ଅନୁଷ୍ଠିତ ଏକ ଔପଚାରିକ ମିଶ୍ରଣ ପର୍ବରେ ବିଧାୟକ ଶ୍ରୀ ଦିଶାରୀଙ୍କ ସହିତ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ବିଜେଡି ଜିଲ୍ଲା ସଂପାଦକ ଜଗଦୀଶ ବେନିଆଁ, ବିଜେଡି ଜୋନ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ଯୁବନେତା ହିମାଦ୍ରୀ ପେସନିଆ, ତରୁଣ କୁମାର ଦାସ, ମନୋରଞ୍ଜନ ବିଶି, ବ୍ଲକ ଯୁବ ବିଜେଡି ସଭାପତି ଡିଲେଶ କୁମାର ନାଗ, ବନମାଳୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଆପ୍ ଦଳର ଜିଲ୍ଲା ସଭାପତିଙ୍କ ଝରିଗାଁ ଓ ଚନ୍ଦାହାଣ୍ଡି ଗସ୍ତ

Sunil Chandra Nayak

ଅଧ୍ୟକ୍ଷ୍ୟାପଦ ଛାଡିଲେ ନବ ନିର୍ବାଚିତ ବିଧୟିକା 

masiha

ମହିଳା ସଂରକ୍ଷଣ ବିଲ୍‌ କାଟ୍ ଖାଇବା ପ୍ରସଙ୍ଗରେ ଜିଲ୍ଲାସ୍ତରରେ ପ୍ରତିବାଦ କରିବେ ମହିଳା ,୨୪ ଓ ୨୫ରେ ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମହିଳା ଆକ୍ରୋଶ ସମ୍ମିଳନୀ : ଡା.ଐଶ୍ଚର୍ଯ୍ୟା ବିଶ୍ଵାଳ

Sunil Chandra Nayak

Leave a Comment

error: Content is protected !!