ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିକଅପ ଓ ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଜଣେ ଗୁରୁତର

ପାପଡାହାଣ୍ଡି ,11/08, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦେଇଯାଇଥିବା 26 ନମ୍ବର ଜାତୀୟ ରାଜପଥର ଆମପାଣି ଘାଟିର ଖଡକା ନିକଟରେ ଶୁକ୍ରବାର ବୋଲେରୋ ପିକଅପ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଜଣେ ଗୁରୁତର ହୋଇଛନ୍ତି | ସେ ପିକ ଅପ ଡ୍ରାଇଭର ଯୋଗେଶ କୁମାର ସାହୁ ବୋଲି ଜଣାପଡିଛି ତାଙ୍କୁ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି | ସୂଚନା ଅନୁଯାୟୀ ବଲାଙ୍ଗୀର ଅଞ୍ଚଳ ର ଯୋଗେଶ ନିଜ ପିକଅପ OD03P1497 ଯୋଗେ ଧୂପକାଠି ବିକ୍ରି କରିବାକୁ ମଇଦଳପୁର ଅଞ୍ଚଳ ଆସି ନିଜ ଘର ବଲାଙ୍ଗୀର ଫେରିବା ସମୟରେ ଖଡ଼କା ଘାଟି ରେ କଟକ ରୁ ଜୟପୁର ଯାଉଥିବା ଟ୍ରକ OD02CK4630 ମୁହଁମୁହିଁ ଧକ୍କା ହୋଇଥିଲା | ଏଥିରେ ବୋଲେରୋ ପିକଅପ ଗାଡି ର ଡ୍ରାଇଭର ଜଗେଶ ଗୁରୁତର ହୋଇ ଗାଡି ଭିତରେ ଚାପି ହୋଇ ପଡିରହିଥିଲେ | ମଇଦଳପୁର ପୋଲିସ ଖବର ପାଇଁ ତୁରନ୍ତ ଘଟଣାସ୍ଥଳ ପହଞ୍ଚି ଗୁରୁତର କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ | ଦୁର୍ଘଟଣା ଯୋଗୁଁ ରାସ୍ତା ଜାମ ହୋଇ ଦୁଇ ପକ୍ଷରେ ଅନେକ ଗାଡି ଅଟକି ରହିଥିଲା | ଅଗ୍ନିଶ୍ରମ ବିଭାଗ ଓ ପୋଲିସ ମିଳିତ ଭାବେ ଦୁଇ ଗାଡି କୁ ରାସ୍ତା କଡ଼ରେ ରଖି ଟ୍ରାଫିକ ସମସ୍ୟା ଦୂର କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଇମ୍ଫା ରେ ଜାତୀୟ ଅଗ୍ନି ସେବା ସପ୍ତାହ ପାଳିତ 

masiha

ବାଟାଗୁଡ଼ା ସେବାଶ୍ରମ ହଷ୍ଟେଲରେ ଚିକିତ୍ସାରେ ଅବହେଳା ଯୋଗୁଁ ଛାତ୍ରର ମୃତ୍ୟୁ :ଉଚ୍ଚ କର୍ତ୍ତୃପକ୍ଷଙ୍କ ତଦନ୍ତ ପାଇଁ ଦାବୀ 

masiha

ମହାନତା ଦେଖାଇଲା ସେବା ଫାଉଣ୍ଡେସନ, ସହାୟତା ପାଇଁ ପ୍ରତିଶ୍ରୁତି ଦେଲା ମୋ ଅନୁଷ୍ଠାନ 

masiha

Leave a Comment

error: Content is protected !!