ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପଦ ସଙ୍କୁଳ ଅବସ୍ଥାରେ ରାଜସ୍ଵ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ 

ନବରଙ୍ଗପୁର -(ମସିହା)ରାଜ୍ୟ ସରକାର ଙ୍କ ୫ ଟି ମାଧ୍ୟମରେ ରୂପାନ୍ତରିକରଣ ଯୋଜନା ଆଧୁନିକତା ସ୍ପର୍ଶରେ ବର୍ତ୍ତମାନ ଫଳପ୍ରଦ ହୋଇ ଆକୃଷ୍ଟ ହେବାକୁ ଲାଗିଲାଣି l ଏତିକିରେ ନବରଙ୍ଗପୁର ଜିଲ୍ଲା ଗଠନ ହେବାର ଦୀର୍ଘ ୩୧ ବର୍ଷ ପୂର୍ବରୁ ଜିଲ୍ଲା ଭିତ୍ତିକ କାର୍ଯ୍ୟାଳୟ ମାନଙ୍କ ନିର୍ମାଣ ଗୃହର ଅବସ୍ଥା ନଷ୍ଟ ହୋଇ ବିପଦ ସଙ୍କୁଳ ଅବସ୍ଥାରେ ରହିଛି l ଏହାର ଏକ ବାସ୍ତବ ନମୁନା ନନ୍ଦାହାଣ୍ଡି ବ୍ଳକ ଅଧିନରେ ଥିବା ମେଣ୍ଡ୍ରି ରାଜସ୍ଵ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ କୁ ଦେଖିଲେ ଜଣା ପଡିବ l ପ୍ରଥମେ କାର୍ଯ୍ୟାଳୟ ଗୁଡିକ କାଠ, ଆଜବେଷ୍ଟସ ଛପରରେ ନିର୍ମାଣ ହୋଇ ଥିଲା l କ୍ରମେ କାର୍ଯ୍ୟାଳୟ ର ଆଜବେଷ୍ଟସ୍ ହଟାଯାଇ ସେହି ସ୍ଥାନରେ କଙ୍କ୍ରିଟର ସ୍ଳlପ ଦିଆଗଲା ସିନା ନୂତନ ଗୃହ ନିର୍ମାଣ ହୋଇ ପାରିଲା ନାହିଁ l ତାହାକୁ ପୁଣି ଏମର୍ଜେନ୍ସି ରେ ରିପେରିଂ ମଧ୍ଯ ମଝିରେ କରାଯାଇଥିଲା l ତଥାପି ବର୍ଷା ଦିନେ ବର୍ଷା ପାଣି ଝରି କାର୍ଯ୍ୟାଳୟ ଭିତରେ ସନ୍ତସନ୍ତିଆ ହେଉଛି lମେଣ୍ଡ୍ରି ପଞ୍ଚାୟତ ଦେଇ ଯାଇଥିବା ରାଜ୍ୟ ରାଜପଥ ପାର୍ଶ୍ବରେ ୬ ଟି ମୌଜା ର ୨୨ ହଜାର ଲୋକେ ଏହି ରାଜସ୍ଵ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଉପରେ ନିର୍ଭରଶୀଳ l ପ୍ରତ୍ୟେକ ଦିନ ସାଧାରଣ ଚାଷୀ ମାନଙ୍କ ଠାରୁ ଆରମ୍ଭ କରି ଜମି ମାଲିକ, ଜରି ପାଇଁ ଗରିବ ଲୋକ ରାଜସ୍ଵ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇଥାନ୍ତି l ମୁଖ୍ୟ ରାସ୍ତା ଠାରୁ ୧୦ ଫୁଟ ତଳେ ରହିଥିବା କାର୍ଯ୍ୟାଳୟର ଗୃହ ଟି ଛାତ ସହିତ ସମାନ ଦେଖା ଯାଉଛି l ବର୍ଷା ଦିନରେ ପାଣି କାର୍ଯ୍ୟାଳୟ ପରିସରକୁ ଯାଇ ପାଣି ଜମୁଛି l ଲୋକେ ଯିବା ଆସିବା ରେ ନାହିଁ ନଥିବା ହଇରାଣ ହେଉଛନ୍ତି l ଲୋକଙ୍କ ଗୋଡ ଖସି ପଡୁ ଥିବାର ଦେଖାଯାଉଛି l ବାରମ୍ବାର ବ୍ଳକ, ଜିଲ୍ଲା ପ୍ରଶାସନ କୁ ଜଣାଇଲେ ରିପେରିଂ ପାଇଁ କିଛି ଟଙ୍କା ବରାଦ କରୁଛନ୍ତି l ଯାହା କେବଳ ଠିକାଦାର ଓ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଙ୍କୁ ହିଁ ଫାଇଦା ହେଉଛି l କାର୍ଯ୍ୟାଳୟରେ ଥିବା ଭଙ୍ଗା ଦାଦରା ଟେବୁଲ, ଚେୟାର ଓ ଅତ୍ୟାବଶ୍ୟକ ଲୋକଙ୍କ ନଥିପତ୍ର ଦେଖିଲେ କାର୍ଯ୍ୟାଳୟ ଭଳି ଲାଗୁନି l ଲୋକଙ୍କ ପାଇଁ ବସିବା ପାଇଁ ଜାଗା ନାହିଁ l କାର୍ଯ୍ୟାଳୟ ପାଇଁ ୩୦ ସେଣ୍ଟ ଜାଗା ରହିଛି l ହେଲେ କାର୍ଯ୍ୟାଳୟର ଗୃହକୁ ଦେଖିଲେ ଆବାସ ଯୋଜନା ରେ ଦିଆଯାଇଥିବା ଦୁଇ ବଖରା ଘର ଭଳି ଦେଖାଯାଉଛି l ତେବେ ବାର୍ଷିକ ଲକ୍ଷାଧିକ ଟଙ୍କା ର ରାଜସ୍ଵ ଆଦାୟ କରି ସରକାରଙ୍କୁ ଚାଲାଣ କାଟୁଥିବା କାର୍ଯ୍ୟାଳୟ ଗୃହକୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ରୂପାନ୍ତରିକରଣ କରାଯାଇ ଗୃହ ନିର୍ମାଣ କରିବାକୁ ଜନସାଧାରଣରେ ଦୃଢ଼ ଦାବୀ କରାଯାଉଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୫ତମ ଜନ୍ମ ଜୟନ୍ତି ପାଳିତ

masiha

ଓଡ଼ିଶା ବନ୍ଦ ଡାକରା ଯୋଗୁଁ ଥୁଆମୂଲ ରାମପୁର ଅଞ୍ଚଳବାସୀ ଯାତାୟାତ ବାଧାପ୍ରାପ୍ତ

Sunil Chandra Nayak

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

masiha

Leave a Comment

error: Content is protected !!