ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ ସେବା ପ୍ରାଧିକରଣର ତାଲିକାଭୁକ୍ତ ଆଇନଜୀବୀ ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର

ନବରଙ୍ଗପୁର, ୧୦/୦୮(ମସିହା) ନବରଙ୍ଗପୁର ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ର ତାଲିକାଭୁକ୍ତ ଆଇନଜୀବୀ (Panel Lawyers) ମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଜିଲ୍ଲା କୋର୍ଟ ପରିସରରେ ଆୟୋଜିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିର ରେ ଆଇନଜୀବୀ ମାନଙ୍କୁ ବିଭିନ୍ନ ଆଇନ ବିଷୟରେ ତାଲିମ ପ୍ରଦାନ କରଯାଇଥିଲା ଓ ନିଜ ନିଜ ଅଞ୍ଚଳର କିପରି ଲୋକ ମାନଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର, କର୍ତ୍ତବ୍ୟ ବିଷୟରେ ସଚେତନ କରିବେ, ଏହା ବ୍ୟତିତ ଲୋକ ଅଦାଲତର ଉପଦେୟତା, ମଧ୍ୟସ୍ତତା କେନ୍ଦ୍ରର କାର୍ଯ୍ୟ କଳାପ ଓ ଉପଦେୟତା ବିଷୟ ନେଇ ଲୋକଙ୍କୁ ଅବଗତ କରାଇବେ ତାହା ବିଷୟ ନେଇମଧ୍ୟ ତାଲିମ ପ୍ରଦାନ କରଯାଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ. ସଂଜୀବ ଦୁବେଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ. ସଂଜୀବ ଦୁବେ ଯୋଗ ଦେଇଥିଲେ ଏବଂ ଆଇନଜୀବୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲା ଜର୍ଜ (POCSO Act) ଶ୍ରୀମତୀ ପ୍ରଣତୀ ସାହା, ଅତିରିକ୍ତ ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ ଶିବ ପ୍ରସାଦ ମିଶ୍ର, ମୁଖ୍ୟ ବିଚାରବିଭାଗୀୟ ଦଣ୍ଡାଧିକାରୀ, ନବରଙ୍ଗପୁର ଶ୍ରୀଯୁକ୍ତ ବିନୋଦ ବିହାରୀ ସାହୁ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚୀବ ଶ୍ରୀଯୁକ୍ତ ଜନକ ରାଉତ, ବରିଷ୍ଟ ଦେବାନୀ ଜର୍ଜ ରାଜୀବ ଲୋଚନ ସାହୁ, ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ଶ୍ରୀଯୁକ୍ତ ସୁକାନ୍ତ କିଶୋର ଜେନା ଓ ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ନବରଙ୍ଗପୁର ଶ୍ରୀମତୀ ପ୍ରଜ୍ଞା ପଣ୍ଡା ପ୍ରମୁଖ ଆଇନଜୀବୀ ମାନଙ୍କୁ ବିଭିନ୍ନ ଆଇନ ବିଷୟ ନେଇ ତାଲିମ ପ୍ରଦାନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚୀବ ଶ୍ରୀଯୁକ୍ତ ଜନକ ରାଉତ ଏହି ତାଲିମ ଶିବିରର ପରିଚାଳନା କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବ୍ୟାସାୟ ବିଷ୍ଣୁ ରୂପାୟ ଆଲୋଚନା ଚକ୍ର ଆୟୋଜିତ

Sunil Chandra Nayak

ଜିଲ୍ଲାର ନିର୍ବାଚନ ମଣ୍ଡଳୀ ଭୋଟ ଦାନ କେନ୍ଦ୍ରର ନାମ ଓ ସ୍ଥାନ ପରିବର୍ତ୍ତନ ସମ୍ବନ୍ଧରେ ରାଜନୈତିକ ଦଳ ସହିତ ଜିଲ୍ଲାପାଳଙ୍କ ବୈଠକ 

masiha

ଭବାନୀପାଟଣା ଠାରେ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ କାର୍ଯ୍ୟଶକ୍ତି ଓ ସଚେତନତା ବୈଠକ 

Sunil Chandra Nayak

Leave a Comment

error: Content is protected !!