ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଆନ୍ତର୍ଜାତୀୟ ଯୁବ ଦିବସ – ୨୦୨୩ ପାଳିତ

  ଡାବୁଗାଁ,୧୨/୮ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଆନ୍ତର୍ଜାତୀୟ ଯୁବ ଦିବସ ଶନିବାର ପାଳିତ ହୋଇଯାଇଛି । ଏହି ଉତ୍ସବ ଟି ଭୈରବ ସ୍ନାତକ ମହାବିଦ୍ୟାଳୟ ର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ତରଫରୁ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହେନ୍ଦ୍ର ଦେବରପଲ୍ଲୀ କହିଲେ ମେରା ମାଟି ମେରା ଦେଶ – ୨୦୨୩ ଯାହା ଯୁବ ବର୍ଗକୁ ଏକ ବାର୍ତ୍ତା ଯାହା ଦେଶକୁ ସୁରକ୍ଷା ସହ ଦେଶ ର ବିକାଶ ରେ ସାମିଲ ରହିବା ଦରକାର ଏଥି ସହିତ ଯୁବ ସମାଜ ଦେଶ ପାଇଁ ଏକ କବଚ ସଦୃଶ୍ୟ ସେମାନଙ୍କ ଦ୍ଵାରା ଦେଶ ସୁରକ୍ଷା ଓ ଏକ ଶ୍ରେଷ୍ଟ ଦେଶ ର ସୃଷ୍ଟି ବୋଲି ନିଜ ବକ୍ତବ୍ୟରେ କହିଲେ । ମୁଖ୍ୟ ଅତିଥି ଭୈରବ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ଗନ୍ତାୟତ କହିଲେ ଦେଶ ଯେବେ ସୁରକ୍ଷା ରେ ସୁଦୃଢ ରହିଛି ସେତିକି ବେଳେ ଦେଶର ସୁରକ୍ଷା ଓ ସେନା ବାହିନୀ କଥା ମନେ ପଡେ କାରଗିଲ ଯୁଦ୍ଧ ଠାରୁ ଆରମ୍ଭ କରି ଦେଶ ସ୍ଵାଧୀନତା ପର୍ଯ୍ୟନ୍ତ ଗୋଟିଏ ବାର୍ତ୍ତା ଦିଏ ଯାହା ବୀର ସୈନିକ ମାନଙ୍କ କଥା ମନେ ପଡିଲେ ସେହି ଶବ୍ଦଟିଏ ମନେପଡେ କର ବା ମର ଆଜି ବି ସେହି ବୀର ସୈନିକ ମାନେ ଅମର ବୋଲି ନିଜ ବକ୍ତବ୍ୟ ରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଥମେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ୧୯ ଜଣ ସଦସ୍ୟ କୁ ନେଇ ଏକ ସଚେତନତା ବାର୍ତ୍ତା ସହିତ ସ୍ଲୋଗାନ ଦେଇଥିଲେ | ଏହାପରେ ମହାବିଦ୍ୟାଳୟ ର ୨୦୦ ଛାତ୍ରୀ ଛାତ୍ର ଙ୍କୁ ନେଇ ଏକ ସାଧାରଣ ସଭା ର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଏହି ମହାବିଦ୍ୟାଳୟ ଅର୍ଥନୀତି ବିଭାଗୀୟ ମୁଖ୍ୟ ଉର୍ମିଳା ବ୍ରହ୍ମା, ଇତିହାସ ବିଭାଗୀୟ ମୁଖ୍ୟ ପୁଷ୍ପାଞ୍ଜଳି ସାହୁ, ଓଡ଼ିଆ ବିଭାଗୀୟ ମୁଖ୍ୟ ଚନ୍ଦନା ପଣ୍ଡା, ରାଜନୀତି ବିଜ୍ଞାନ ବିଭାଗୀୟ ଅଧ୍ୟାପକ ମେକ୍ସ୍ ନାୟକ, ଇତିହାସ ବିଭାଗୀୟ ଅଧ୍ୟାପକ ଦୟାରାମ ମନୋହର ଯୋଗ ଦେଇଥିଲେ । ଏହି ସଭା ରେ ଛାତ୍ରୀ ଛାତ୍ର ମଧ୍ୟ କିଛି ବକ୍ତବ୍ୟ ଦେଇଥିଲେ । ଏହା ପରେ ଓଡ଼ିଆ ବିଭାଗୀୟ ଅଧ୍ୟାପିକା ଶ୍ରୀମତୀ ମନିସା ସରକାର ଧନ୍ୟବାଦ ଅର୍ପଣ କରିଥିଲେ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜନସାଧାରଣଙ୍କର ସଚେତନତା ପାଇଁ ପୋଷଣ ପାଖଡା-2023 ପାଳନ ଅବସରରେ ପଦଯାତ୍ରା ଏବଂ ସାଇକେଲ ରାଲି 

Sunil Chandra Nayak

ଦକ୍ଷତାଭିତ୍ତିକ ତାଲିମ ଦ୍ୱାରା ପୀଡିତାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଆମର ମୂଳ ଲକ୍ଷ୍ୟ :ଉପମୁଖ୍ୟମନ୍ତ୍ରୀ

masiha

ବ୍ରଜଘାତ ରେ ଯୁବକ ମୃତ 

Leave a Comment

error: Content is protected !!