ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ଓ ଅଭିଭାବକ ବୈଠକରେ ହଟଗଳ

ପାପଡାହାଣ୍ଡି,12/08,  —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ହରିଜନ ସାହି ପ୍ରାଥମିକ ବିଦ୍ୟାଳୟ ଠାରେ ଶନିବାର ଶିକ୍ଷକ ଓ ଅଭିଭାବକ ବୈଠକରେ ହଟ ଗଳ ଦେଖାଦେଇଥିଲା | ବିଦ୍ୟାଳୟର ସମସ୍ୟା ନେଇ ଅଭିଭାବକ ମାନେ ବିଗିଡ଼ିଥିଲେ | ଏହି ବୈଠକ ରେ ବିଦ୍ୟାଳୟ ସଭାପତି ସାବିତ୍ରୀ ସୋରାପୁଟଙ୍କ ସଭାପତିତ୍ୱରେ ୱାର୍ଡ ସଭ୍ୟ ଗଙ୍ଗାଧର ନାୟକ, ପ୍ରଧାନ ଶିକ୍ଷୟତ୍ରୀ ସୁନିତା ପରିଡା ପ୍ରମୁଖ ମଞ୍ଚାସିନ ରହିଥିଲେ | ଏହି ବିଦ୍ୟାଳୟ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ 63 ଜଣ ଛାତ୍ରୀଛାତ୍ର ପାଠ ପଢନ୍ତି | ଜଣେ ହିଁ ଶିକ୍ଷୟତ୍ରୀ ସୁନିତା ପରିଡା ଦାୟିତ୍ୱ ରେ ଅଛନ୍ତି | ପିଲାଙ୍କ ଭବିଷ୍ୟତ କଣ ହେବ ଏନେଇ ଅଭିଭାବକ ବିଗିଡ଼ିଥିଲେ | ବିଦ୍ୟାଳୟ ଶ୍ରେଣୀ ଗୃହ ବର୍ଷା ହେଲେ ପାଣି ଗଲୁଛି | ବିଦ୍ୟାଳୟ ରେ ବିଦ୍ୟୁତ ନାହିଁ | ଲୋକ ବିଦ୍ୟାଳୟ ପରିସର ରେ ଆବର୍ଜନ ପକାଉଛନ୍ତି | ପରିବେଶ ବାତ୍ତାବାରଣ ଖରାପ ରହିଛି ବୋଲି ଅଭିଭାବକ ବିଗିଡିଥିଲେ | ଏନେଇ ପ୍ରଧାନ ଶିକ୍ଷୟତ୍ରୀ ସିଆରସୀ ମନୋଜ କୁମାର ମାଝୀ କୁ ଜଣେଇଥିଲେ | ଉକ୍ତ ବୈଠକ ରେ ଏବିଇଓ ପୂର୍ଣ୍ଣଚନ୍ଦ୍ର ପୂଜାରୀ, ଏବିଇଓ ସୁଦର୍ଶନ ନାୟକ ଓ ସିଆରସି ମନୋଜ କୁମାର ମାଝୀ ପହଁଚି ଅଭିଭାବକ ସମସ୍ୟା ବିଷୟରେ ବୁଝିଥିଲେ | ବିଦ୍ୟାଳୟ ସମସ୍ୟା ନେଇ ପ୍ରଧାନ ଶିକ୍ଷୟତ୍ରୀ ଜଣେଇଥିଲେ | ଏନେଇ ଏବିଇଓ ସୁଦର୍ଶନ ନାୟକ ଅଳ୍ପ ଦିନ ମଧ୍ୟରେ ଆଉ ଜଣେ ଶିକ୍ଷକ ଏହି ବିଦ୍ୟାଳୟ ରେ ଯୋଗ ଦେବେ, ଆମେ ପୂର୍ବ ରୁ ହିଁ ଡିଇଓ କୁ ଲିଖିତ ଜଣେଇଛୁ ବୋଲି କହିଥିଲେ | ବିଦ୍ୟାଳୟ ର ଅନ୍ୟ ସମସ୍ୟା ବିଦ୍ୟୁତ, ପାଚେରୀ, ବିଦ୍ୟାଳୟ ମରାମତି ସମସ୍ୟା ସ୍ଥାନୀୟ ବ୍ଲକ ଅଧକ୍ଷା, ବିଡ଼ିଓ,ସରପଞ୍ଚ କୁ ରେଜୁଲେସନ କରି ଦିୟନ୍ତୁ ଏହାର ସମସ୍ୟା ର ସମାଧାନ ହୋଇଯିବ ବୋଲି କହିଥିଲେ | ମୋ ସ୍କୁଲ ଅଭିଯାନ ରେ ଅଭିଭାବକ ଯେତେ ଟଙ୍କା ଜମା କଲେ ସରକାର ତାହାର ଦୁଇ ଗୁଣ ଟଙ୍କା ଦେବେ ସେହି ଟଙ୍କାରେ ବିଦ୍ୟାଳୟ ପରିବେଶ ସଫା କରିବା ସହ ଅନ୍ୟାନ୍ୟ କାମ ହୋଇପାରିବ ବୋଲି କହିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣା ଠାରେ ଜନ ସୂଚନା ଅଧିକାର ନିୟମ ସମ୍ପର୍କୀତ କର୍ମଶାଳା

masiha

ଭାରତୀୟ ଡାକ ବିଭାଗ ଦ୍ଵାରା ମହିଳା ସଶକ୍ତିକରଣ ନିମନ୍ତେ ସରକାର ଙ୍କର ନୂଆ ଯୋଜନାର ଆଲୋକୀକରଣ

Sunil Chandra Nayak

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ” ସୁରଭି ” କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!