ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ ବ୍ଲକରେ ସାମାଜିକ ସୁରକ୍ଷା ଭତ୍ତା ୨୫୦୦ଟଙ୍କା କରିବା ପାଇଁ “ମୁଇଁ କଳାହାଣ୍ଡିଆ ଫର କଳାହାଣ୍ଡି” ସଙ୍ଗଠନର ଦସ୍ତଖତ ଅଭିଯାନ

ବର୍ତ୍ତମାନ ରାଜ୍ୟରେ ଯେଉଁଭଳି ଭାବରେ ପନିପରିବା, ଖାଦ୍ୟ ସାମଗ୍ରୀ ତଥା ନିତ୍ଯ ବ୍ୟବହାର୍ଯ୍ୟ ଜିନିଷର ଦର ଯେମିତି ବୃଦ୍ଧି ପାଉଛି ସେଥିରେ ଦୈନନ୍ଦିନ ଜୀବନରେ ସରକାରୀ କର୍ମଚାରୀ ଓ ବ୍ୟବସାୟୀମାନେ ଚଳିବା ମୁସ୍କିଲ୍ ହେଲାଣି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ଗରିବ, ନିରୀହ ଅସହାୟମାନଙ୍କୁ ବାର୍ଦ୍ଧକ୍ୟ, ବିଧବା ଓ ମହିଳା ଅବିବାହିତାମାନଙ୍କୁ ଭତ୍ତା ବାବଦରେ ମିଳୁଥିବା ୫୦୦ଟଙ୍କା ଏବଂ ଭିନ୍ନକ୍ଷମମାନଙ୍କୁ ମିଳୁଥିବା ୭୦୦ଟଙ୍କା ସମୁଦ୍ରକୁ ଶଙ୍ଖେ ସଦୃଶ ,ଏତିକିରେ ଭତ୍ତାରେ ହିତାଧିକାରୀ କିପରି ବଞ୍ଚିବେ କିନ୍ତୁ ପଣ୍ଡିଚେରୀର ୩୧୦୦, ତେଲେଙ୍ଗାନାରେ( ୨୦୦୦-୪୦୧୬), ହରିୟାଣାରେ ୨୭୫୦, ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶ ସରକାର ୨୫୦୦ଟଙ୍କା ଦେଉଥିବାବେଳେ ଏତେ ମହଙ୍ଗା ଦୁନିଆରେ ନବୀନ ସରକାର ସମସ୍ତଙ୍କର ଦୁଃଖ ବୁଝୁ ଥିବାବେଳେ ଭତ୍ତା ହିତାଧିକାରୀଙ୍କ ଦୁଃଖ ନ ବୁଝିବା ଅତି ଦୁଃଖର ବିଷୟ। ତେଣୁ ” ମୁଇଁ କଳାହାଣ୍ଡିଆ ଫର କଳାହାଣ୍ଡି,” ଭତ୍ତା ହିତାଧିକାରୀଙ୍କୁ ସଚେତନ କରିବା ସହ ଭତ୍ତା ଟଙ୍କା ବଢ଼ାଇବା ନିମନ୍ତେ କଳାହାଣ୍ଡି ଜିଲ୍ଲା ସାରା ଏକ ଦସ୍ତଖତ ଅଭିଯାନ କରିଛନ୍ତି। ସଂଗଠନ ତରଫରୁ ୬୦ବର୍ଷରୁ ଉର୍ଦ୍ଧ୍ବ ବାର୍ଦ୍ଧକ୍ୟ, ବିଧବା ଓ ଅବିବାହିତା ମହିଳା ମାସିକ ଭତ୍ତା ୫୦୦ରୁ ୨୫୦୦ଟଙ୍କାକୁ ବୃଦ୍ଧି ଓ ଭିନ୍ନକ୍ଷମ ଓ ୮୦ବର୍ଷରୁ ଉର୍ଦ୍ଧ୍ଵ ବାର୍ଦ୍ଧକ୍ୟ ଭତ୍ତା ୭୦୦ରୁ ୩୦୦୦ଟଙ୍କାକୁ ବୃଦ୍ଧି କରିବା ତଥା ସମସ୍ତ ବେସରକାରୀ ହସ୍ପିଟାଲରେ ସମ୍ପୂର୍ଣ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଦାବି ରହିଛି।ବିଭିନ୍ନ ସଂଗଠନ ମାନଙ୍କର ଦାବି ଉପସ୍ଥାପନ ଯୋଗୁଁ ଗଡ ୧୧ତାରିଖ ସଂଧ୍ଯା ୬ଟାରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ସମସ୍ତ ଭତ୍ତା ଟଙ୍କା ବଢାଇବା ସକାଶେ ରାଜ୍ୟ କ୍ଯାବିନେଟ ବୈଠକ ବସୁଥିବା ଶୁଣିବାକୁ ମିଳୁଛି। ଏପଟେ ସଂଗଠନ ଭବାନୀପାଟଣା ମ୍ୟୁନିସପାଲିଟିରେ ଦସ୍ତଖତ ଅଭିଯାନ ଚାଲିଥିବା ବେଳେ ସଭାପତି ସୁରେଶ ସଂଗ୍ରାମଙ୍କ ନେତ୍ରୁତ୍ଵରେ ସମାଜସେବିକା ଫୁଲମେ ମାଝୀ, ନାଏବ ସରପଞ୍ଚ କିଆ ବାଗ ଓ ସାଥୀ କେଶବ ମାଝୀ ମିଶି ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଲାଞ୍ଜି ଓ ବନ୍ଧପାରି ପଞ୍ଚାୟତରେ ସଚେତନ କରିବା ସହ ଦସ୍ତଖତ ଅଭିଯାନ କରିଥିଲେ। ବିଭିନ୍ନ ସଂଗଠନ ମାନଙ୍କର ଦାବି ଉପସ୍ଥାପନ ଯୋଗୁଁ ଗଡ ୧୧ତାରିଖ ସଂଧ୍ଯା ୬ଟାରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ସମସ୍ତ ଭତ୍ତା ଟଙ୍କା ବଢାଇବା ସକାଶେ ରାଜ୍ୟ କ୍ଯାବିନେଟ ବୈଠକ ବସିଥିବା ଶୁଣିବାକୁ ମିଳୁଛି। ଯଦି ଓଡିଶା ସରକାର ସାମାଜିକ ସୁରକ୍ଷା ଭତ୍ତା ୨୫୦୦ଟଙ୍କାରୁ ଅଧିକ ନ କରନ୍ତି ତା ହେଲେ ଦସ୍ତଖତ ଅଭିଯାନକୁ ଜୋରଦାର କରିବା ସହ ବଡ ଆନ୍ଦୋଳନ ହେବ ବୋଲି ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡା ଭିଡିଓ ବାର୍ତ୍ତାରେ ଚେତାବନୀ ଦେଇଛନ୍ତି।

ମସିହା ନିୟୁଜ ସର୍ଭିସ୍ 

Related posts

ବିପିୟୁଟି, ଓଡିଶା ରାଉରକେଲାରେ “ଭାରତୀୟ ଜ୍ଞାନ ପ୍ରଣାଳୀ” ଉପରେ ଦୁଇ ଦିନିଆ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବଣିଜରାରେ ସଂଯୁକ୍ତ କିଷାନ ମୋର୍ଚାର ବିରାଟ ଚାଷୀ ସମାବେଶ ,ରବି ଚାଷ ପାଇଁ କେନାଲ ରେ ପାଣି ଛାଡ଼ିବା ପାଇଁ କଲେ ଆହ୍ୱାନ 

masiha

ହୃଷିକେଶ ରାୟ ମହାବିଦ୍ୟାଳୟ ର ୩୭ତମ ବାର୍ଷିକୋତ୍ସବ

Sunil Chandra Nayak

Leave a Comment

error: Content is protected !!