ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାୟଗଡା ପୌର ନିର୍ବାଚନ ପ୍ରଚାର ମଇଦାନରେ ବିଜେଡି ପକ୍ଷରୁ ବିଧାୟକ ଅତନୁ ସବ୍ଯଶାଚୀ ନାୟକ

ରାୟଗଡା:୨୦/୩-ମ.ନି.ସ:- ରାୟଗଡା ପୌର ପରିଷଦର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଜେଡି ଚେୟାରମ୍ୟାନ ପ୍ରାର୍ଥୀ ପି,ମହେଶ ପଟ୍ଟନାୟକ ଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ ନାରା ନେଇ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଅତନୁ ସାବ୍ଯଶାଚୀ ନାୟକ,ରାଜ୍ୟ ସଭା ସାଂସଦ ଏନ୍,ଭାସ୍କର ରାଓ, ଆଜି ସାଂସଦଙ୍କ ବାସଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀରାଓ କହିଛନ୍ତିି, ସହରରେ ବାସକରୁଥିବା ୩ ହଜାରରୁ ଉର୍ଦ୍ଧ୍ବ ବସ୍ତି ବାସିନ୍ଦାଙ୍କୁ ଉଛେଦ ପାଇଁ ରେଳ ବିଭାଗ ନୋଟିସ ଜାରି କରିଛି ସେମାନଙ୍କୁ ଥଇଥାନ ପାଇଁ ଓଡିଶା ସରକାର ବିକଳ୍ପ ବ୍ଯବସ୍ତା କରୁଛନ୍ତି। ଅନ୍ଯତ୍ର ଥଇଥାନ ପାଇଁ ପ୍ରୟାସ ଚାଲିଛି। ବର୍ତ୍ତମାନ ପୌର ନିର୍ବାଚନ ସମୟରେ ବିଜେପି,କଂଗ୍ରେସ ବସ୍ତି ବାସିନ୍ଦାଙ୍କ ଭୋଟ ହାତେଇବାକୁ ମିଥ୍ୟା ପ୍ରଚାର ଚଳାଇଛନ୍ତି। ଚିନ୍ତାଲ ପେଟାରେ ବାସକରୁଥିବା ୨୦ ପରିବାରର ଶହେରୁ ଉର୍ଦ୍ଧ୍ବ ସଦସ୍ୟ ସାଂସଦ ଶ୍ରୀରାଓଙ୍କ ଦ୍ବାରା ଉପକୃତ ହୋଇଥିବା କହିଥିଲେ। ଶ୍ରୀରାଓ ଚିନ୍ତଲ ପେଟାରେ ସବୁ ପରିବାରକୁ ଜମି ପଟ୍ଟା ଓ ଘର ରାଜ୍ଯ ସରକାରଙ୍କ ଜାଗା ମିଶନ ଜରିଆରେ ବୋଲି ଶ୍ରୀରାଓ କହିଥିଲେ। ସାମାଦିକ ସମ୍ମିଳନୀରେ ବିଜେପି,କଂଗ୍ରେସ ଉପରେ ବର୍ଷିଥିଲେ ,ଭାସ୍କର ରାଓ କହିଥିଲେ ଏହାର ଉଚିତ୍ ଜବତ ବସ୍ତି ବାସିନ୍ଦା ନିର୍ବାଚନରେ ଦେବେ। ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀରାଓଙ୍କ ସହିତ ବିଜେଡିର ପୌରାଧ୍ଯକ୍ଷ ପ୍ରାର୍ଥୀ ମହେଶ ପଟ୍ଟନାୟକ,ଜିଲ୍ଲା ସାଧାରଣ ସମ୍ପାଦକ ଅମୀୟ ସ୍ବାଇଁ, ଜିଲ୍ଲା ଯୁବ ବିଜେଡି ସଭାପତି ଦେବାଶିଷ ଖାଡଙ୍ଗା ପ୍ରମୁଖ ଉପସ୍ଥିତ ରହିଥିଲେ।

ରାୟଗଡା ରୁ ଯୁଗଳ କିଶୋର ଜେନା ଙ୍କ ରିପୋର୍ଟ

Related posts

ଶ୍ରୀ ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ସ୍ଵଛ ପରିବେଶରେ ଆମେ ଓ ବୃକ୍ଷ

ଶୁଣିଲାନି ପ୍ରଶାସନ, ଦୁଃଖ ଶୁଣିଲେ ବିଜେପି ମୁଖପାତ୍ର 

Sunil Chandra Nayak

ଠିକାଦାରଙ୍କ ଠାରୁ ଚାନ୍ଦା ଅସୁଲି ଅଭିଯୋଗ ରେ  ବନ୍ଧୁକଧାରୀ ଗିରଫ 

Leave a Comment

error: Content is protected !!