ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜାଦିକା ଅମୃତ ମହୋତ୍ସବ ଅବସରରେ ଜୁନାଗଡ ବନ ବିଭାଗ ଦ୍ବାରା ବୃକ୍ଷ ରୋପଣ ଅନୁଷ୍ଠିତ

ଜୁନାଗଡ୧୪/୮ -(ମ ନି ସ) ଜୁନାଗଡ ବନାଞ୍ଚଳ ଅଧିକାରୀଙ୍କ ଅଧିନସ୍ତ ଜାରିଙ୍ଗ ସ୍ଥିତ ସଂରକ୍ଷିତ ଜଙ୍ଗଲରେ ଆଜି ଆଜାଦିକା ଅମୃତ ମହୋତ୍ସବ ଅବସରରେ ବନ ବିଭାଗ ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇ ଯାଇଛି, ବନାଞ୍ଚଳ ଅଧିକାରୀ ସୀମାଞ୍ଚଳ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହିଳା ସଂୟ ସହାୟିକା ଗୋଷ୍ଠୀର ସଦସ୍ୟ ସମେତ ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟ ଓ ବୁଦ୍ଧିଜୀବିମାନେ ଉପସ୍ଥିତ ଥିଲେ, ଏଥିରେ ବିଭିନ୍ନ କିସମର ଚାରା ରୋପଣ କରାଯାଇଥିଲା, ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ଜୁନାଗଡ ପୂର୍ବତନ ବ୍ଳକ ଅଧ୍ୟକ୍ଷ ରଶ୍ମି ରଞ୍ଜନ ନାଏକ, ପୂର୍ବତନ ଦାସିଗାଁ ସରପଞ୍ଚ ଗୌରୀ ଶଙ୍କର ପାତ୍ର ,ଜାରିଙ୍ଗ ସରପଞ୍ଚ ସୁନୀଳ କୁମାର ନାଇଡ଼ୁ, ଡୁମେର ବାହାଲ ସେକ୍ସନ ବନପାଳ କାହ୍ନୁ ଚରଣ ତ୍ରିପାଠୀ,ଜାରିଙ୍ଗ ସେଣ୍ଟ୍ରାଲ ନର୍ସରୀ ବନପାଳ ବଳରାମ ଭୋଇ,ଜାରିଙ୍ଗ ବିଟ ବନରକ୍ଷୀ ଅରୁଣ କୁମାର ହରିଚନ୍ଦନ ପ୍ରମୁଖ ଆଜାଦିକା ଅମୃତ ମହୋତ୍ସବ ସମ୍ପର୍କରେ ସୁନ୍ଦର ବକ୍ତବ୍ୟ ରଖିଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ 

Related posts

ସଂସ୍କାର ପବ୍ଲିକ୍ ସ୍କୁଲରେ ‘ଆଭାର’ କାର୍ଯ୍ୟକ୍ରମ ଅଧୀନରେ ଅଭିଭାବକ ସଚେତନତା ଶିବିର

Sunil Chandra Nayak

RKVS Celebrates 80th Independence Day with Patriotic Fervour in Rayagada

Sunil Chandra Nayak

ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜଣେ ଅଧ୍ୟାପକଙ୍କ ଦ୍ବାରା ଟଙ୍କା ଆତ୍ମସାତ ଘଟଣାର ଭିଜିଲାନ୍ସ ତଦନ୍ତ ଦାବି

Leave a Comment

error: Content is protected !!