ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ଅଖଣ୍ଡ ଭାରତ ସଂକଳ୍ପ ଦିବସ ପାଳିତ

ନବରଙ୍ଗପୁର-(ମନିସ) ନବରଙ୍ଗପୁର ଜିଲ୍ଲା ଚନ୍ଦା ହାଣ୍ଡି ବ୍ଲକ୍ ଅନ୍ତର୍ଗତ ଫଟକି ଗ୍ରାମ ପଞ୍ଚାୟତ ଫଟକି ଠାରେ ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଅଖଣ୍ଡ ଭାରତ ସଂକଳ୍ପ ଦିବସ ପାଳିତ ହୋଇଯାଇଛି। ୧୮୫୬ ମସିହାରୁ ଆରମ୍ଭ କରି ଦେଶ ଅନେକ କ୍ରାନ୍ତିକାରୀ ଙ୍କ ତ୍ୟାଗ ବଳିଦାନ ଦ୍ଵାରା କଷ୍ଟ ଲବ୍ଧ ସ୍ୱାଧୀନତାର ସ୍ୱର୍ଣୀମ ଇତିହାସକୁ ସ୍ମରଣ କରି ଆଜି ଫଟକି ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ଅଖଣ୍ଡ ଭାରତ ସଂକଳ୍ପ ଦିବସ ପାଳନ କରାଯାଇଥିଲା। ଅଗଷ୍ଟ ୧୪ ୧୯୪୭ ସ୍ୱାଧୀନତା ପୂର୍ବରୁ ଭାରତ ଅଖଣ୍ଡ ହୋଇ ରହିଥିଲା କିନ୍ତୁ ସ୍ୱାଧୀନତା ପରେ ଅର୍ଥାତ ଅଗଷ୍ଟ ୧୫ ତାରିଖ ଦିନ ଭାରତ ଖଣ୍ଡ ବିଖଣ୍ଡିତ ହୋଇ ଧର୍ମ ଆଧାରିତ ବିଭାଜନ ହେଲା। ଏଣୁ ଏହି ଦିବସକୁ ବିଭାଜନ ର ବିଭିଶିକାକୁ ମନେ ପକାଇ ପୁନଃ ଭାରତ ବିଶ୍ୱକୁ ମାର୍ଗ ଦର୍ଶନ କରିବା ସହ ବିଶ୍ଵ ଗୁରୁ ଆସନରେ ଅଧିଷ୍ଠିତ ହେବ ଏଥିରେ ତିଳେହେଁ ଦ୍ଵିମତ ନାହଁ ଏଣୁ ଭାରତ ରୁ ବିଭାଜିତ ହୋଇଥିବା ଦେଶ ଙ୍କୁ ମିଶ୍ରିତ କରି ଭାରତକୁ ଅଖଣ୍ଡ ଭାରତ ଗଠନ କରିବା ପାଇଁ ସଂକଳ୍ପ ନିଆ ଯାଇଥିଲା | ଏଥିରେ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ , ଦୁର୍ଗା ବାହିନୀ ଓ ମାତୃଶକ୍ତି ର କାର୍ଯ୍ୟକର୍ତ୍ତା ଉପସ୍ଥିତି ଥିଲେ।

ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାର ଏସ ଆଇ ଟି ତଦନ୍ତ ଓ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କ ଇସ୍ତଫା ସମେତ ୧୩ ଦଫା ଦାବିରେ ମିଳିତ ବିରୋଧୀ ରାଜନୈତିକ ଦଳ ପକ୍ଷରୁ ରାଉରକେଲା ରେଳଷ୍ଟେସନ ସମ୍ମୁଖରେ ଗଣଧାରଣା

Sunil Chandra Nayak

ବିଜୁ ମହିଳା ଜନତା ଦଳର ବ୍ଲକ ସଭାପତି ଭାବରେ ପ୍ରମିଳା ପଧାନଙ୍କ ନାମ ବିଧିବଦ୍ଧ ଭାବରେ ଘୋଷଣା 

Sunil Chandra Nayak

ବିକଶିତ ଭାରତ, ବିକଶିତ ଓଡ଼ିଶାର ସଂକଳ୍ପ ସଭା

masiha

Leave a Comment

error: Content is protected !!