ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନୀକରଣ ଯୋଜନାରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ଲାଞ୍ଜିଗଡ଼,୧୪/୦୮(ମନିସ)-ନୂତନ ଜଙ୍ଗଲ ସ୍ରୁଷ୍ଟି ସହିତ ଉଜୁଡ଼ା ଜଙ୍ଗଲର ସୁରକ୍ଷା କରିବା ଓ ପରିବେଶରେ ସନ୍ତୁଳନ ରକ୍ଷା କରିବାକୁ ରାଜ୍ୟ ସରକାର ବନ ବିଭାଗ ତରଫରୁ ବ୍ୟୟ କରୁଛନ୍ତି କୋଟି କୋଟି ଟଙ୍କା ! ତେବେ ଦୁର୍ନୀତିଖୋର ଅଧିକାରୀ ଓ କର୍ମଚାରୀମାନଙ୍କ ଯୋଗୁଁ ନୂତନ ଜଙ୍ଗଲ ସ୍ରୁଷ୍ଟି ହେବା ତ ଦୂରର କଥା ଓଲଟା ଜଙ୍ଗଲ ନଷ୍ଟ ହେବାରେ ବସିଲାଣି ! ଏଇ ପରିପ୍ରେକ୍ଷୀରେ ଦାୟିତ୍ବରେ କର୍ମଚାରୀମାନଙ୍କ ଦାୟିତ୍ବହୀନତା ଯୋଗୁଁ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରାଯିବା ସତ୍ତ୍ବେ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ବନାଞ୍ଚଳ ସିକେରକୁପା ସେକ୍ସନ ପାଣିମୁଣ୍ଡା ବିଟ୍ ଟେକରତୋଳା ଗାଁରେ ବନୀକରଣ ଯୋଜନା ଫସର ଫାଟିଛି ! ଏଠାରେ ୨୫ ହେକ୍ଟର ପରିମିତ ଅଞ୍ଚଳରେ ନୂତନ ଚାରାରୋପଣ ପାଇଁ ଧାର୍ଯ୍ୟ କରାଯାଇଛି ! ଏଥିପାଇଁ କାମ୍ପା ଯୋଜନାରୁ ବ୍ୟୟବରାଦ କରାଯାଇଥିବାବେଳେ ଶହଶହ ସଂଖ୍ୟାରେ ଅପରିପକ୍ବ ଚାରା ଯାହାକି ରୋପଣ ପାଇଁ ଅଯୋଗ୍ୟ ସେସବୁ ଆଣି ଲଗାଯାଇଥିବା ଜଣାପଡ଼ିଛି ! ସେଥିମଧ୍ୟରୁ ଶହଶହ ଚାରାଗଛ ମରିଯାଇଥିଲେ ହେଁ ଜୋରଜବରଦସ୍ତ ସେଗୁଡ଼ିକୁ ଲଗାଯାଇଥିବା ଲୋକେ ଅଭିଯୋଗ କରିଛନ୍ତି ! ବିଭିନ୍ନ ନର୍ସରୀରୁ ଅଦରକାରୀ ଚାରା ଆଣି ଏଠାରେ ଲଗାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି ! ଏପରିକି କାମ୍ପା ଯୋଜନାରେ ଚାରାରୋପଣ କରାଯାଉଥିବାବେଳେ ଏଠାରେ ନିୟୋଜିତ ଫରେଷ୍ଟ ଗାର୍ଡ ଚଞ୍ଚକତା କରି ସେସବୁକୁ ମନରେଗା ଯୋଜନା ଦର୍ଶାଉଥିବା ଅଭିଯୋଗ ହୋଇଛି ! ମନରେଗା ଯୋଜନା ଦେଖାଇ କାମ୍ପା ଯୋଜନାର ଲକ୍ଷଲକ୍ଷ ଟଙ୍କା ହଡ଼ପ କରିବାରୁ ପାଣିମୁଣ୍ଡା ବିଟ୍ ର ଫରେଷ୍ଟ ଗାର୍ଡ ତପିମଣି କୁମାର ମସୁଧା ରଖିଥିବାବେଳେ ଏହାକୁ ସିକେରକୁପା ସେକ୍ସନର ଫରେଷ୍ଟର ଭାଗିରଥୀ ନାଏକ ମଧ୍ୟ ଜାଣିଶୁଣି ନିରବ ସମର୍ଥନ ଦେଉଥିବା ଅଭିଯୋଗ ହୋଇଛି ! ମନରେଗା ଯୋଜନାରେ ଫଲ୍ସ ଏଣ୍ଟ୍ରି କରି ଫରେଷ୍ଟ ଗାର୍ଡ ଶ୍ରୀ କୁମାର ଲକ୍ଷଲକ୍ଷ ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହେଉଥିବାବେଳେ ମନରେଗା କାମ କରିଥିବା ରାମଚନ୍ଦ୍ରପୁର, ଟେକରତୋଳା ଗାଁର ଶ୍ରମିକମାନଙ୍କୁ ଚାରିମାସରୁ ଅଧିକ ସମୟ ବିତିଯାଇଥିଲେ ହେଁ ପାଉଣା ମିଳିନଥିବା ଅଭିଯୋଗ ହୋଇଛି ! ବାରମ୍ବାର ଅଭିଯୋଗ କଲାପରେ କିଛି ଶ୍ରମିକଙ୍କୁ ଫୋନ୍ ପେ, ଗୁଗୁଲ ପେ ରେ ପାରିଶ୍ରମିକ ଦେଇଥିବାରୁ ଫଲ୍ସଏଣ୍ଟ୍ରି ଓ ଜାଲିଆତି ଅଭିଯୋଗ ହୋଇଥିବା ସନ୍ଦେହ ବଢ଼ିଛି ! ମନରେଗା ଯୋଜନାରେ କାମ ହେଉଥିଲେ ହେଁ ଗାଁ ସାଥୀମାନଙ୍କୁ ମଧ୍ୟ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି ! ଏନେଇ ଟେକରତୋଳା ୱାର୍ଡସଭ୍ୟ ତଥା ଗୋବର୍ଦ୍ଧନପୁର ନାଏବ ସରପଞ୍ଚ ସଞ୍ଜୀବ କୁମାର ପଣ୍ଡା, ଗ୍ରାମବାସୀଙ୍କ ମଧ୍ୟରୁ ଅନାମ ବେହେରା, ବିଜୟ ପଣ୍ଡା, ନବିଖିତ ଗଉଡ଼, ବିଶ୍ବମ୍ବର ପୁଟେଲ, ଅର୍ଜୁନ ଗଉଡ଼, ନୀଲେଶ ଗଉଡ଼, ସୁଶାନ୍ତ ଗଉଡ଼, ପ୍ରମିଳା ଗଉଡ଼, ତରୁ ଗଉଡ଼, ପଦ୍ମିନୀ ମାଝୀ, ଯାଜ୍ଞସେନୀ ମାଝୀ, ଅନୁସୟା ମାଝୀ, ଗୌରୀ ମାଝୀ, କୁନ୍ତୀ ଗଉଡ଼, ସୂତ ଗଉଡ଼ଙ୍କ ସମେତ ଗ୍ରାମବାସୀ ଅଭିଯୋଗ କରିଛନ୍ତି ! ବନବିଭାଗ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆନଗଲେ ଗ୍ରାମବାସୀ ଭିଜିଲାନ୍ସର ଦ୍ବାରସ୍ତ ହେବେ ବୋଲି ଚେତାବନୀ ଦେଇଛନ୍ତି ! ଏ ସଂପର୍କରେ ପଚରାଯିବାରୁ ଫରେଷ୍ଟ ଗାର୍ଡ ଶ୍ରୀ କୁମାର ଏସବୁ ଅଭିଯୋଗକୁ ଖଣ୍ଡନ କରିଥିବାବେଳେ ବିଶ୍ବନାଥପୁର ବନାଞ୍ଚଳ ଅଧିକାରୀ ନରୋତ୍ତମ ମାଝୀଙ୍କ ଦ୍ରୁଷ୍ଟି ଆକର୍ଷଣ କରିବାରୁ ଅଭିଯୋଗ ସଂପର୍କରେ ସୂଚନା ପାଇଛି ତଦନ୍ତ ପରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି !

ଲାଞ୍ଜିଗଡ଼ ବ୍ଲକରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ତଥା ଅଙ୍ଗନବାଡି ଶିଶୁ ଓ ଗର୍ଭବତୀ ଙ୍କୁ ଦିଆଯାଉଥିବା ଅଣ୍ଡା ର ଧାର୍ଯ୍ୟ ମୁଲ୍ୟ ଠାରୁ ବଜାରରେ ମୂଲ୍ୟ ଅଧିକା

ଚମେଲୀ ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ  “ନୂଆ_ଓ ଯୁବ ଓଡିଶା-ନବୀନ ଓଡିଶା ” କାର୍ଯ୍ୟକ୍ରମ ଉଦଯାପିତ

masiha

ରତ୍ନଗିରି ନାଟ୍ୟ ସଂଘ ଦ୍ୱାରା ସଚେତନତା ଲୋକ ନାଟକ ପରିବେଷଣ

Sunil Chandra Nayak

Leave a Comment

error: Content is protected !!