ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାହିତ୍ଯ ଓ ଶିକ୍ଷା ପାଇଁ ବୈଷ୍ଣବ ମେହେର ଓ ଲଳିତ ସୁନାରୀ ସମ୍ବାନିତ

ସିନାପାଲି ଅଂଚଳର ଦୁଇ ଜଣ ଯୁବ ପ୍ରତିଭା ଶିକ୍ଷକ କବି ବୈଷ୍ଣବ ମେହେର ଏବଂ କବି ଲଳିତ କୁମାର ସୁନାନିଙ୍କୁ ରାଜ୍ଯ ସ୍ତରୀୟ ସମ୍ମାନରେ ସମ୍ମାନିତ କରାଯାଇଛି l ଶିକ୍ଷା ଓ ସାହିତ୍ଯ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଗତ ରବିବାର କଟକ ସ୍ଥିତ କର୍ମବୀର ଗୌରୀଶଙ୍କର ଟାଉନ ହଲ ଠାରେ ଆୟୋଜିତ ଭବ୍ଯ ସାଧାରଣ ସଭାରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା l ଉକ୍ତ ସମ୍ବର୍ଦ୍ଧନା ସଭାରେ ବିଶିଷ୍ଟ ରାଜନୈତିଜ୍ଞ, ସାହିତ୍ଯିକ ଡଃ ପ୍ରସନ୍ନ ପାଟଶାଣୀ, ଡଃ ହୁସେନ ରବି ଗାନ୍ଧୀ, ଡଃ ସଂଗ୍ରାମ କେଶରୀ ସାମନ୍ତରାୟ, ନୀଲଗିରି ମହାରାଜ ଜୟନ୍ତ ଚଂଦ୍ର ମର୍ଦ୍ଦରାଜ ହରିଚନ୍ଦନ, ମହାରାଣୀ ମନୋଜା ମଞ୍ଜରୀ ଦେବୀ, ଆର୍ଯ୍ଯ କବି ପଣ୍ତିତ ଡଃ ପ୍ରମୋଦ କୁମାର ମିଶ୍ର, ଡଃ ନୄସିଂହାନନ୍ଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ସିନାପାଲି ଗଙ୍ଗାଧର ସାରସ୍ୱତ ସମିତିର ସଭାପତି ବୈଷ୍ଣବ ମେହେର ଉକ୍ତ କାର୍ଯ୍ଯକ୍ରମରେ ଉପସ୍ଥିତ ରହି ଉଭୟଙ୍କ ସମ୍ୱର୍ଦ୍ଧନା ସ୍ୱରୂପ ମାନପତ୍ର ଓ ଉପଢୌକନ ଗ୍ରହଣ କରିଥିଲେ l ଖବର ପାଇ ସିନାପାଲି ଅଂଚଳର ସାହିତ୍ଯିକ ଓ ବୁଦ୍ଧିଜୀବି ଆନନ୍ଦ ବ୍ଯକ୍ତ କରିବା ସହ ଉଭୟ ସମ୍ୱର୍ଦ୍ଧିତ ପ୍ରତିଭାଙ୍କୁ ଅଭିନନ୍ଦନ ଜଣାଉଛନ୍ତି l ଏଭଳି ସମ୍ମାନ ଏଠାକାର କବି ଲେଖକ ମାନଙ୍କୁ ଆଗକୁ ବଢ଼ିବାକୁ ଉତ୍ସାହିତ କରିବ ବୋଲି ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ମତ ପ୍ରକାଶ ପାଇଛି l ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ତିନୋଟି ଅସହାୟ ଗରିବ ପରିବାର ମୁହଁରେ ହସ ଫୁଟାଇଲେ ତିନି ଯୁବ ସମାଜ ସେବୀ 

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା କି ଗୀତ ଗାଇବୁ କବିରେ

Sunil Chandra Nayak

ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ

Leave a Comment

error: Content is protected !!