ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ବ୍ଲକ ର ବଡଘୁମେର ପଞ୍ଚାୟତ ରେ ସମ୍ଭାବ୍ୟ ମରୁଡି ସ୍ଥିତି ଜଳଜଳ, ଚିନ୍ତା ରେ ଚାଷୀକୁଳ। ଶୁଖିଲା ଧାନପଲ୍ଲା ଧରି ଚାଷୀ ଉପଜିଲ୍ଲାପାଳ ଙ୍କ ଦ୍ବାରସ୍ଥ

ଆଷାଢ଼ ଯାଇ ଶ୍ରାବଣ ଯିବାକୁ ବସିଲାଣି ହେଲେ ନିଆଣ୍ଟିଆ ବର୍ଷା ଯୋଗୁଁ ଧର୍ମଗଡ ବ୍ଲକ ର ଅନେକ ପଞ୍ଚାୟତ ଏବେ ସମ୍ଭାବ୍ୟ ମରୁଡି ପରିସ୍ଥିତି ଜଳଜଳ ହୋଇ ଦିଶୁଛି। ଚଳିତ ବର୍ଷ ଧର୍ମଗଡ ବ୍ଲକ ରେ ବର୍ଷା ର ଅନିୟମିତତା ଦେଖା ଦେଇଥିବା ବେଳେ ବ୍ଲକ ର ବଡଘୁମେର, ଗଡିଆଯୋର,ଟିପିଗୁଡା,ଡୁମେରଗୁଡାଆଦି ପଞ୍ଚାୟତ ରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ଦେଖା ଦେଇଛି। ଗତ କିଛିଦିନ ତଳେ ଲଘୁଚାପ ବର୍ଷା ଆସିଲା ଚାଷି ଆଶା କରିଥିଲେ ଭଲ ବର୍ଷା ହେବ ହେଲେ ଟିପରି ଟାପର ବର୍ଷା ହୋଇ ଚାଷୀ ଙ୍କୁ ନିରାଶ କରି କୁଆଡେ ଉଭାନ ହୋଇଗଲା ଲଘୁଚାପ ବର୍ଷା। ଗତ ଜୁନ ଓ ଜୁଲାଇ ରେ ନିଅଣ୍ଟିଆ ବର୍ଷା ଏବଂ ଅଗଷ୍ଟ ୧୪ ସୁଦ୍ଧା ଆଦ୍ୟୈ ବର୍ଷା ନାହିଁ । ଏଣୁ ବୁଣାଧାନ ଓ ପଲ୍ଲା ଶୁଖି ପାଳ ହୋଇଗଲାଣି । ବଡଘୁମେର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖୁଟୁଲୁଗୁଡା ଏବଂ ଚାଉଲିଆପଡା ର ଶହଶହ ଚାଷୀ ଆଜି ଶୁଖିଯାଇଥିବା ଧାନପଲ୍ଲା ଧରି ଧର୍ମଗଡ ଉପଜିଲ୍ଲାପାଳ, ତହସିଲଦାର ଏବଂ କୄଷିଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।କଂଗ୍ରେସ ନେତା ଦିଗାମ୍ବର ଦୂରିଆ ଏବଂ ବିଜେପି ର ଘନଶ୍ୟାମ ଅଗ୍ରଓ୍ବାଲ ଚାଷୀଙ୍କ ସମର୍ଥନ ରେ ଓହ୍ଲାଇ ଛନ୍ତି ।ବର୍ତ୍ତମାନ ଏହି ପଞ୍ଚାୟତ ର କେବଳ ବଡଘୁମେର ଗ୍ରାମ କୁ କେନାଲ ପାଣି ଯୋଗାଣ କରାଯାଉଥିବା ବେଳେ ଖୁଟୁଲୁଗୁଡା ଓ ଚାଉଲିଆପଡା କୁ ପାଣି ଯୋଗାଣ ନାହିଁ । ଏବେ ବର୍ଷା ହେଲେ ମଧ୍ୟ ଚାଷ ଆଗେଇବା ସମ୍ଭବ ନୂହେଁ । ଧର୍ମଗଡ ବ୍ଲକ ର ଅଣ ଜଳସେଚିତ ଚାଷଜମି ପାଇଁ ୨୦୨୧ ରେ ମେଗାଲିଫ୍ଟ କେନାଲ ରୁ ଜଳସେଚନ ଆରମ୍ଭ ହୋଇଥିଲେ ମଧ୍ୟ ଏହି ସବୁ ପଞ୍ଚାୟତ ଏଥିରୁ ବାଦ ପଡିଛି। ଏହି ପଞ୍ଚାୟତ ଦେଇ ମେଗାଲିଫ୍ଟ କେନାଲ ଯାଇଥିଲେ ଏପରି ପରିସ୍ଥିତି ଉପୁଜିନଥାନ୍ତା ବୋଲି ଅଞ୍ଚଳ ର ଚାଷି ଅଭିଯୋଗ କରିଛନ୍ତି।ଅଣ ଜଳସେଚିତ ଏହି ଅଞ୍ଚଳ ର ଚାଷୀମାନେ ବିଭିନ୍ନ ବ୍ୟାଙ୍କ, ଫାଇନାନ୍ସ କମ୍ପାନୀ ଓ ମହାଜନି ଋଣ ଆଣି ଖରିଫ ଚାଷ ପାଇଁ ଜମି ପ୍ରସ୍ତୁତ କରି ଧାନ ବିହନ, ଖତସାର ଆଣି ଚାଷ କରିଥିଲେ। ହେଲେ ବର୍ଷା ର ଅନିୟମିତତା ଯୋଗୁଁ କୋଉଠି ମଧ୍ୟ ଚାଷ କାର୍ଯ୍ୟ ସମ୍ପାଦନ ହୋଇ ପାରିନାହିଁ। କେଉଁଠି ଚାଷି ପାଣି ମୋଟର ଲଗାଇ ନିଜର ତଳି ଘରା କୁ ବଞ୍ଚାଇବାକୁ ଚେଷ୍ଟା କରୁଛି ତ କେଉଁଠି ବିଭିନ୍ନ ପୋଖରୀ ରୁ ମୋଟର ପମ୍ପରେ ପାଣି ଉଠାଇ ଚାଷି ରୁଆ କରୁଥିବା ର ବିକଳ ଚିତ୍ର ମଧ୍ୟ ଦେଖିବାକୁ ମିଳିଛି। କହିବାକୁ ଗଲେ ଆଉ ଯଦି ଏକ ସପ୍ତାହ ମଧ୍ୟରେ ବଡ଼ ଧରଣର ବର୍ଷା ନହୁଏ ତାହେଲେ ଏହି ପଞ୍ଚାୟତ ରେ ସମ୍ଭାବ୍ୟ ମରୁଡି ଦେଖାଦେବା ନିଶ୍ଚିତ।ଚାଷ କୁ ନେଇ ଜୀବନ ଜୀବିକା କରୁଥିବା ଚାଷି କଣ କରିବେ ସେନେଇ ଆଶଙ୍କା ମଧ୍ୟରେ ରହିଛନ୍ତି,ଚାଷ ନହେଲେ ଦାଦନ ଯିବା ହିଁ ଏକମାତ୍ର ବିକଳ୍ପ ହେବ ବୋଳି ଅଞ୍ଚଳ ର ଅନେକ ଚାଷି ପ୍ରକାଶ କରିଛନ୍ତି। ଆଜି ଚାଷି ଙ୍କ ଅଭିଯୋଗ ପରେ ଧର୍ମଗଡ ଜିଲ୍ଲା କୃଷି ଜିଲ୍ଲା ଅଧିକାରୀ ଜାମି ସୂର୍ଯ୍ୟା ରାଓ କୄଷି ବିଭାଗ ପକ୍ଷରୁ ସମସ୍ତ ଜମି ସର୍ଭେ କରି କ୍ଷୟକ୍ଷତି ରିପୋର୍ଟ ସରକାର ଙ୍କୁ ପ୍ରଦାନ କରିବା ପାଇଁ କହିଛନ୍ତି। ତେବେ ଆଗକୁ ମରୁଡି ପ୍ରତିଧ୍ଵନି ଉପୁଜିବା ନେଇ ଏବେଠୁ ଚାଷୀ ଙ୍କ ଆଖିରୁ ନିଦ ହଜିଗଲାଣି । ସରୋଜ ଗୋପାଳ,ସହଦେବ ଗୋପାଳ, ଉମାକାନ୍ତ ସାହୁ,ଗଗନେଶ୍ବର ସୁନାନୀ,ଜନ୍ମେଜୟ ଗୋପାଳ ,ଚନ୍ଦ୍ର ହାସ୍ୟ ଗୋପାଳ, ପତିତ ଗୋପାଳ,ଶଶିକାନ୍ତ ଗୋପାଳ,ଜଗଦୀଶ ଗୋପାଳ,ଲକ୍ଷ୍ମୀ ଧର ଗୋପାଳ,ଯୁଧିଷ୍ଠିର ଗୋପାଳ, ତୁଳସୀ ଗୋପାଳ,ଦୂର୍ଯୋଧନ ଗୋପାଳ,ବନମାଳୀ ଗୋପାଳ,ଖଗେଶ୍ବର ଗୋପାଳ, ପଦ୍ମକିଶୋର ଗୋପାଳ,ବଳରାମଙ୍କ ଗୋପାଳ,ନିଜର କ୍ଷତିଗ୍ରସ୍ତ ଚାଷ ଜମି ଦେଖାଇବା ସହ ରାଜ୍ୟ ସରକାର ଚାଷି ଙ୍କୁ ସମସ୍ତ ଦେବତା ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଟ୍ରେନରୁ ପଡ଼ି ଜଣେ ଅଜଣା ମହିଳାଙ୍କ ମୃତ୍ୟୁ 

Sunil Chandra Nayak

ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

Sunil Chandra Nayak

ସାଧାରଣତନ୍ତ୍ର ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!