ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଜିଲ୍ଲା ଆଦର୍ଶ ସାମ୍ବାଦିକ ସଂଘ (ନାସ) ର ମେନେଜିଙ୍ଗ କମିଟି ଚୟନ ପ୍ରକ୍ରିୟା ସମ୍ପନ୍ନ 

ନୂଆପଡା,// ନୂଆପଡା ଜ଼ୀଲ୍ଲା ଆଦର୍ଶ ସାମ୍ବାଦିକ ସଂଘ(ନାସ) ର ଜ଼ୀଲ୍ଲା ସ୍ତରୀୟ ସାଧାରଣ ବୈଠକ ତରବୋଡ଼ ସମ୍ଭବ ପ୍ରୋଜେକ୍ଟ ଆମ୍ବ ବଗିଚା ଠାରେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସହିସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସିନାପାଲି, ଖଡ଼ିଆଳ, ବୋଡେ଼ନ, କୋମନା, ନୂଆପଡା ବ୍ଲକ ଅଞ୍ଚଳରୁ ୩୦ ଜଣ ସାମ୍ବାଦିକ,ସାମ୍ବାଦିକା ଯୋଗଦେଇ ନୂଆପଡା ଜ଼ୀଲ୍ଲା ଆଦର୍ଶ ସାମ୍ବାଦିକ ସଂଘ ର ମେନେଜିଙ୍ଗ କମିଟି ଗଠନ କରିଛନ୍ତି । ସଭାପତି ଭାବରେ ବରିଷ୍ଠ ସାମ୍ବାଦିକ ମୋତିଲାଲ ବାଗ ଙ୍କୁ ଚୟନ କରାଯାଥିବା ବେଳେ,ସାଧାରଣ ସଂପାଦକ ଭାବରେ ଟିକେଶ୍ୱର ନାଗ,ଉପସଭାପତି ଜଗନ୍ନାଥ ସାଗର,ସହ ସମ୍ପାଦକ ଦିଲ୍ଲୀପ ଦଳପତି, କୋଷାଧ୍ୟକ୍ଷ ମାଧବ ସାହୁ,ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସହିସ ,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅଜିତ କୁମାର ଯୋଶୀ ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି । ସେହିଭଳି ପାଞ୍ଚ ଗୋଟି ବ୍ଲକରୁ ପାଞ୍ଚଜଣ ବ୍ଲକ ସଂଯୋଜକ ଚୟନ କରାଯାଇଛି ଖଡ଼ିଆଳ ବ୍ଲକ ସଂଯୋଜକ ଦେବେଶ ହୋତା, ବୋଡେନ ବ୍ଲକ ଜଗତରାମ ଦଣ୍ଡସେନା, ସିନାପାଲି ବ୍ଲକ ବିହାରିଲାଲ ଜଗତ, କୋମନା ବ୍ଲକ ପ୍ରଶାନ୍ତ କୁମାର ଭୋଇ ଏବଂ ନୂଆପଡା ବ୍ଲକ ପୁଷ୍ପାଞ୍ଜଳି ଦେବାଙ୍ଗନ ଙ୍କୁ ଯଥାକ୍ରମେ ଚୟନ କରାଯାଇଥିବା ବେଳେ,ଉପଦେଷ୍ଟା ଭାବରେ ରମେଶ ଶର୍ମା ଏବଂ ଆଇନ ପରାମର୍ଶ ଦାତା ସଚିନ୍ଦ୍ର ମୋହନ ଯୋଶୀ ଙ୍କୁ ଚୟନ କରାଯାଇଛି । ଶେଷରେ ନାସ ର ସମ୍ପାଦକ ଟିକେଶ୍ୱର ନାଗ ଧନ୍ୟବାଦ ଅର୍ପଣ କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼, ଶ୍ରୀ ରାମେଶ୍ୱର ପ୍ରଧାନ ଦୁର୍ଗମ ଅଂଚଳ ପରିଦର୍ଶନ

masiha

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସେଁପୁରରେ ଶ୍ରୀବଳଦେବ ଜନ୍ମ ଓ ରକ୍ଷା ବନ୍ଧନ ମହୋତ୍ସବ ପାଳିତ

masiha

ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗ ପକ୍ଷରୁ     ନିମନ୍ତ୍ରିତ ଅଭିଭାଷଣ ଓ ପୁସ୍ତକ ଲୋକାର୍ପଣ ଉତ୍ସବ 

masiha

Leave a Comment

error: Content is protected !!