ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଜିଲ୍ଲା ଆଦର୍ଶ ସାମ୍ବାଦିକ ସଂଘ (ନାସ) ର ମେନେଜିଙ୍ଗ କମିଟି ଚୟନ ପ୍ରକ୍ରିୟା ସମ୍ପନ୍ନ 

ନୂଆପଡା,// ନୂଆପଡା ଜ଼ୀଲ୍ଲା ଆଦର୍ଶ ସାମ୍ବାଦିକ ସଂଘ(ନାସ) ର ଜ଼ୀଲ୍ଲା ସ୍ତରୀୟ ସାଧାରଣ ବୈଠକ ତରବୋଡ଼ ସମ୍ଭବ ପ୍ରୋଜେକ୍ଟ ଆମ୍ବ ବଗିଚା ଠାରେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସହିସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସିନାପାଲି, ଖଡ଼ିଆଳ, ବୋଡେ଼ନ, କୋମନା, ନୂଆପଡା ବ୍ଲକ ଅଞ୍ଚଳରୁ ୩୦ ଜଣ ସାମ୍ବାଦିକ,ସାମ୍ବାଦିକା ଯୋଗଦେଇ ନୂଆପଡା ଜ଼ୀଲ୍ଲା ଆଦର୍ଶ ସାମ୍ବାଦିକ ସଂଘ ର ମେନେଜିଙ୍ଗ କମିଟି ଗଠନ କରିଛନ୍ତି । ସଭାପତି ଭାବରେ ବରିଷ୍ଠ ସାମ୍ବାଦିକ ମୋତିଲାଲ ବାଗ ଙ୍କୁ ଚୟନ କରାଯାଥିବା ବେଳେ,ସାଧାରଣ ସଂପାଦକ ଭାବରେ ଟିକେଶ୍ୱର ନାଗ,ଉପସଭାପତି ଜଗନ୍ନାଥ ସାଗର,ସହ ସମ୍ପାଦକ ଦିଲ୍ଲୀପ ଦଳପତି, କୋଷାଧ୍ୟକ୍ଷ ମାଧବ ସାହୁ,ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସହିସ ,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅଜିତ କୁମାର ଯୋଶୀ ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି । ସେହିଭଳି ପାଞ୍ଚ ଗୋଟି ବ୍ଲକରୁ ପାଞ୍ଚଜଣ ବ୍ଲକ ସଂଯୋଜକ ଚୟନ କରାଯାଇଛି ଖଡ଼ିଆଳ ବ୍ଲକ ସଂଯୋଜକ ଦେବେଶ ହୋତା, ବୋଡେନ ବ୍ଲକ ଜଗତରାମ ଦଣ୍ଡସେନା, ସିନାପାଲି ବ୍ଲକ ବିହାରିଲାଲ ଜଗତ, କୋମନା ବ୍ଲକ ପ୍ରଶାନ୍ତ କୁମାର ଭୋଇ ଏବଂ ନୂଆପଡା ବ୍ଲକ ପୁଷ୍ପାଞ୍ଜଳି ଦେବାଙ୍ଗନ ଙ୍କୁ ଯଥାକ୍ରମେ ଚୟନ କରାଯାଇଥିବା ବେଳେ,ଉପଦେଷ୍ଟା ଭାବରେ ରମେଶ ଶର୍ମା ଏବଂ ଆଇନ ପରାମର୍ଶ ଦାତା ସଚିନ୍ଦ୍ର ମୋହନ ଯୋଶୀ ଙ୍କୁ ଚୟନ କରାଯାଇଛି । ଶେଷରେ ନାସ ର ସମ୍ପାଦକ ଟିକେଶ୍ୱର ନାଗ ଧନ୍ୟବାଦ ଅର୍ପଣ କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଗ୍ରାମପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣିକୁ ପ୍ରତ୍ୟାଖାନ କଲେ ସରପଞ୍ଚଙ୍କ ସମେତ ସମସ୍ତ ୱାର୍ଡ ମେମ୍ବର 

Sunil Chandra Nayak

ସ୍ଥାୟୀ ଜୀବନଶୈଳୀ ଓ ଶକ୍ତି ସଂରକ୍ଷଣ ଆଲୋଚନାଚକ୍ର

Sunil Chandra Nayak

ଘାଟିରେ ପିକ ଅପ୍ ଭ୍ୟାନ ଓଲଟି ୩୩ ଆହତ ,୧୩ ଗୁରୁତର କୋରାପୁଟ ସ୍ଥାନାନ୍ତର 

Sunil Chandra Nayak

Leave a Comment

error: Content is protected !!