ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରପତିଙ୍କୁ ଭେଟିଲେ ହୋ ସମାଜର ପ୍ରତିନିଧି ମଣ୍ଡଳୀ – ରାଷ୍ଟ୍ର ହିତରେ ହୋ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବି

ମୟୂରଭଞ୍ଜ- ୧୭/୮ ( ମସିହା)ଆଦିବାସୀ ହୋ ସମାଜ ମହାସଭାର ଏକ ପ୍ରତିନିଧି ମଣ୍ଡଳୀ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ସାକ୍ଷାତ କରି ରାଷ୍ଟ୍ର ହିତରେ ହୋ ଭାଷା ଏବଂ ୱାରାଙ୍ଗଚିତି ଲିପିକୁ କେନ୍ଦ୍ର ସରକାର ରାଷ୍ଟ୍ର ହିତରେ ସାମ୍ବିଧାନିକ ସ୍ୱୀକୃତି ଦେବାକୁ ରାଷ୍ଟ୍ରପତିଙ୍କ ନିକଟରେ ଦାବି କରିଛନ୍ତି l ହୋ ମହାସଭାର କେନ୍ଦ୍ରୀୟ ସଭାପତି କୃଷ୍ଣଚନ୍ଦ୍ର ବଦ୍ରା, କେନ୍ଦ୍ରୀୟ ମହାସଚିବ ତିରିଲ ତିରିଆ, ରାଜ୍ୟ ଆବାହକ ମନୋରଞ୍ଜନ ତିରିଆ, ଆଦିବାସୀ ନେତା ବିର୍ସା କଣ୍ଡାଙ୍ଗକେଲ, ଅଲ ଇଣ୍ଡିଆ ଆଦିବାସୀ କମ୍ୟୁନିଟିର ସଭାପତି ପୁରୁଷୋତ୍ତମ ଗାଗରାଇ, ଦିଲ୍ଲୀ ଜଳ ବୋର୍ଡର ଅଧିକ୍ଷଣ ଯନ୍ତ୍ରୀ ବୁଦୁଲାଲ କୁଳୁ ପ୍ରମୁଖ ବୁଧବାର ଅପରାହ୍ନରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ହୋ ଭାଷା ଏବଂ ୱାରାଂଚିତି ଲିପିର ମାନ୍ୟତା ପାଇଁ ସ୍ମାରକପତ୍ର ପ୍ରଦାନ କରିଛନ୍ତି l ରାଷ୍ଟ୍ରପତିଙ୍କୁ ଦେଇଥିବା ସ୍ମାରକ ପତ୍ରରେ ଦର୍ଶାଯାଇଛି ଯେ ଆଦିବାସୀ ହୋ ଭାଷାର ଲିପି ଏକ ପ୍ରାଚୀନ ଲିପି l ତେଣୁ ହୋ ଭାଷା ସହିତ ଏହାର ଲିପିକୁ ମାନ୍ୟତା ମିଳିଲେ ଏହାଦ୍ୱାରା ଭାରତ ବର୍ଷର ଅତୀତର ଗୌରବମୟ ଗାରିମାକୁ ପୁନର୍ବାର ସ୍ମରଣ କରିବାରେ ସହାୟକ ହୋଇ ପାରନ୍ତା l କିମ୍ବଦନ୍ତୀ ଅନୁସାରେ ଖ୍ରୀଷ୍ଟ ପୂର୍ବ 6 ହଜାର ବର୍ଷ ପୂର୍ବେ ପ୍ରାକ ବୈଦିକ ଯୁଗରେ ଧନ୍ଵନ୍ତରୀ(ଦେୱାନ୍ତୁରୀ) ନାମକ ମୂଲ୍ୟବାନ ଗ୍ରନ୍ଥ ରଚନା କରାଯାଇଥିଲା l ଯାହାକି ମହେଞ୍ଜୋଦାରୋ (ମେଞ୍ଜ ଦାରୋ) ସଭ୍ୟତା ପୂର୍ବ ପ୍ରାକ ବୈଦିକ କାଳର ଥିଲା l ଯାହାକି ଅଗସ୍ତ୍ୟ ଋଷିଙ୍କର ବିନ୍ଧ୍ୟାଞ୍ଚଳ ପର୍ବତ ପାରି କରିବାର କେତେ ହଜାର ବର୍ଷ ପୂର୍ବରୁ ଜମ୍ବୁଡ଼ିପାରେ ଟୁଆର କାସାରା କୋଳାଙ୍କର ଅବତାର ହୋଇଥିଲା l ଯାହାକି ଭାରତୀୟ ସଭ୍ୟତାର ମୂଳ ଆଧାର ଅଟେ l ଭାଷା ବିଜ୍ଞାନୀଙ୍କ ମତରେ ସେତେବେଳକାର ସଂସ୍କୃତି, ପରମ୍ପରା ଆଗ୍ନେୟ ପରିବାର ଅନ୍ତର୍ଗତ ଥିଲା l ବିଭିନ୍ନ ପ୍ରାଚୀନ ଐତିହାସିକ ସ୍ଥଳୀରୁ ଆବିଷ୍କୃତ ଲିପିକୁ ବୈଜ୍ଞନିକ ଏବଂ ଐତିହାସିକମାନେ ପଢି ପାରୁ ନାହାଁନ୍ତି l ଯେଉଁ ଲିପି ଏକ ପ୍ରାଚୀନ ଲିପି ଏବଂ ଏହାର ୱାରାଂଚିତି ଲିପି ସହିତ ସାମଞ୍ଜସ୍ୟ ରହିଛି l ଏହି ଦୃଷ୍ଟି କୋଣରୁ ହୋ ଭାଷା ଏବଂ ଏହାର ଲିପି ୱାରାଂଚିତିକୁ କେନ୍ଦ୍ର ସରକାର ରାଷ୍ଟ୍ର ହିତରେ ମାନ୍ୟତା ପ୍ରଦାନ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଉଚିତ l ଏହାଦ୍ୱାରା ଦେଶବାସୀମାନେ ପ୍ରାଚୀନ କାଳର ଲିପି ସମ୍ପର୍କରେ ଅଧିକ ଅଧିକ ତଥ୍ୟ ଜାଣିବାକୁ ସକ୍ଷମ ହେବେ ବୋଲି ଆଦିବାସୀ ହୋ ସମାଜ ମହାସଭା ତରଫରୁ ଆଶାବ୍ୟକ୍ତ କରାଯାଇଛି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବାଲୁଗାଁ କଲେଜ ଛାତ୍ରୀ ଦୀପ୍ତି : ଅନେକ କଳା ପଦର୍ଶନ କରି ପାଇଛନ୍ତି ପ୍ରଥମ ସ୍ଥାନ !!!

Sunil Chandra Nayak

ଧର୍ମଗଡ଼ ସହରରେ ଅଭୂତପୂର୍ବ ତ୍ରିରଙ୍ଗା ଶୋଭାଯାତ୍ରା

Sunil Chandra Nayak

ଲେଖକ ସାମୁଖ୍ୟ ର ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ 

masiha

Leave a Comment

error: Content is protected !!