ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନର୍ଲା ଏସକନ୍ କ୍ଲବ ଆନୁକୁଲ୍ୟରେ ଫୁଟବଲ ମ୍ୟାଚ

ନର୍ଲା (ମନିସ ) ନର୍ଲା ହାଇସ୍କୁଲ ଖେଳ ପଡିଆ ଠାରେ ନର୍ଲା ଏସକନ୍ କ୍ଲବ ଆନୁକୁଲ୍ୟରେ ଏକ ଫୁଟବଲ ପ୍ରଦର୍ଶନୀ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚାରି ଗୋଟି ଦଳ ଯଥା ମଦନପୁର ରାମପୁର,ଟକର୍ଲା, ନର୍ଲା ଓ ଗୁଣପୁର ଖମପଡା ଦଳ ଭାଗ ନେଇଥିବା ବେଳେ ପ୍ରଥମ ଖେଳ ମଦନପୁର ରାମପୁର ଓ ଗୁଣପୁର ଫୁଟବଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇ ଗୁଣପୁର ଦଳ ମଦନପୁର ରାମପୁର ଦଳକୁ ୨/୦ ଗୋଲରେ ପରାସ୍ତ କରି ସିଧା ଫାଇନାଲକୁ ଯାଇଥିବା ବେଳେ ଦ୍ଵିତୀୟ ଖେଳ ନର୍ଲା ଓ ଟକର୍ଲା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏକ ଚିତାକର୍ଷକ ଖେଳରେ ଟକର୍ଲା ଦଳ ନର୍ଲାକୁ ୧/୦ ଗୋଲରେ ମାତ ଦେଇ ଫାଇନାଲକୁ ଯାଇଥିଲା। ଫାଇନାଲ ଖେଳ ଗୁଣପୁର ଓ ଟକର୍ଲା ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇ ଦର୍ଶକଙ୍କ ମନମୋହି ନେଇଥିଲା। ଦ୍ଵିତୀୟାର୍ଦ୍ଧରେ ଟକର୍ଲା ଦଳ ଗୁଣପୁର ଦଳକୁ ୧ ଗୋଲ ଦେଇ ଫାଇନାଲ ବିଜୟୀ ହୋଇଥିଲା। ଉକ୍ତ ପ୍ରଦର୍ଶନୀ ଖେଳକୁ ନର୍ଲା ସରପଞ୍ଚ ଶ୍ରୀମତୀ ତନୁଜା ହରପାଳ ଉଦଘାଟନ କରି ଖେଳ ଆରମ୍ଭ କରିଥିବା ବେଳେ ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ତଥା ବରିଷ୍ଠ ଫୁଟବଲ ଖେଳାଳୀ ଦୂର୍ଗା ପ୍ରସାଦ ମହାନ୍ତି ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରି ଅନ୍ୟ ଫୁଟବଲ ଦଳଙ୍କୁ ମଧ୍ୟ ଅତିଥିଙ୍କ ଦ୍ଵାରା ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଖେଳକୁ ସନ୍ତୋଷ ନନ୍ଦ ନାଏକ ,ବିନୋଦ ନାଏକ, ସରୋଜ ପଧାନ, ସୁରେଶ ନାଏକ ,୪ର୍ଥ ରେଫରି ଭାବେ ନାରାୟଣ ପଧାନ, ମ୍ୟାଚ ରେଫରି ତ୍ରିଲୋଚନ ଗଉଡ କାର୍ଯ୍ୟ ତୁଲାଇଥିଲେ। ଏଥିରେ ଏସକନ୍ କ୍ଲବର ସଭାପତି ସୁମନ୍ତ ପୁଝାରୀ, କିଶୋର ମାଝୀ, ବଣ୍ଟୁ ଚାନ୍ଦ,ଟୁନା ପୋଢ, ପୂର୍ଣ୍ଣ ପୁଝାରୀ ନର୍ଲା ଫୁଟବଲ କ୍ଲବର ଖେଳାଳୀ ମାନେ ସହଯୋଗ କରିଥିଲେ। 

ଦୀପକ ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ରାଜପୁର ସ୍କୁଲରେ ରାଣୀଲଷ୍ମୀବାଇ ପ୍ରଶିକ୍ଷଣ ଶିବିର

masiha

ଚଉଦତମ ଚାରଭାଟି ପଞ୍ଚାୟତ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

masiha

ପୁରୁଷ ହକି ବିଶ୍ଵ ଉପଲକ୍ଷେ ବ୍ଲକ ସ୍ତରୀୟ ଫୁଟବଲ ପ୍ରତିଯୋଗୀତା

Sunil Chandra Nayak

Leave a Comment

error: Content is protected !!