ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷାକ୍ତ ସାପ କାମୁଡା ରେ ଯୁବକ ଗୁରୁତର, ଜିଲ୍ଲା ମୁଖ୍ୟ ହସ୍ପିଟାଲ ସ୍ଥାନାନ୍ତର

କୋକସରା,୧୬/୮// କଳାହାଣ୍ଡି ଜିଲ୍ଲା କୋକସରା ଗ୍ରାମର କସ୍ତୁରୀ ନଗର ପଡାରେ ରହୁଥିବା ବବୃବାହାନ ଚନ୍ଦନଙ୍କ ପୁଅ ବିଟୁନ ଚନ୍ଦନ(୨୦)କୁ ଏକ ସାପ କାମୁଡି ଥିବା ଜଣାପଡିଛି । ବୁଧବାର ସନ୍ଧ୍ୟାରେ ପାଳ ଗଦାକୁ ଛତୁ ତୋଳିବାକୁ ଯାଇଥିବା ବେଳେ ପାଳ ଗଦାରେ ଥିବା ଏକ ବିଷାକ୍ତ ନାଗ ସାପ ଡାହାଣ ହାତ ପାପୁଲିରେ ଦଂଶନ କରିବାରୁ ଗୁରୁତର ଅବସ୍ଥାରେ ତାକୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଜଟିଳ ଥିବାରୁ ୧୦୮ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

୫ଟି ହାଇସ୍କୁଲ ରୂପାନ୍ତରିଣ କାର୍ଯ୍ୟକ୍ରମ

ବେଦବ୍ୟାସ ଟ୍ରକ୍ ଓନର୍ସ ଆସୋସିଏସନର ୧୫ତମ ଶପଥ ଗ୍ରହଣ ଉତ୍ସବ

ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!