ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବ୍ଲକ ଅଫିସ ମାନଙ୍କରେ ବିଭିନ୍ନ ଦୁର୍ନୀତି କୁ ବିରୋଧ ଓ ବିଭିନ୍ନ ସମସ୍ୟା ନେଇ କଂଗ୍ରେସ କମିଟିର ବ୍ଲକ୍ ଘେରାଉ

ଜୁନାଗଡ଼,୧୮/୮(ମ ନି ସ)ଭାରତୀୟ ଜାତୀୟ କଂଗ୍ରେସ ଓ ରାଜ୍ୟ ସଭାପତି ଙ୍କ ଆହ୍ଵାନ କ୍ରମେ ଓଡ଼ିଶାରେ ବିଭିନ୍ନ ବ୍ଲକରେ ହେଉଥିବା ଦୁର୍ନୀତି ଓ ବିଭିନ୍ନ ସମସ୍ୟାକୁ ନେଇ ସମଗ୍ର ଓଡ଼ିଶାରେ ଥିବା ବିଭିନ୍ନ ବ୍ଲକ, ସମ୍ବୁଖରେ କଂଗ୍ରେସ କର୍ମୀମାନେ ଘେରାଉ କରିଥିଲେ। ଏହି ପରିପ୍ରେକ୍ଷୀ ରେ ଜୁନାଗଡ ବ୍ଲକ ସମ୍ମୁଖରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ସମ୍ପାଦକ ତଥା ଜିଲ୍ଲା କିଶାନ କଂଗ୍ରେସ ର ସଭାପତି ତୁଲେଶ୍ୱର ନାଏକ ଙ୍କ ନେତୃତ୍ଵ ରେ ବହୁ କଂଗ୍ରେସ କର୍ମୀ ଜୁନାଗଡ ବ୍ଲକ ସମ୍ମୁଖରେ ବିକ୍ଷୋଭ କରିବା ସହ ବି.ଡି.ଓ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଉପସ୍ଥିତ କର୍ମୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କାଟୁ ସମାଲୋଚନା କରିଥିଲେ।

ଏଥିସହ ଓଡ଼ିଶାର ଅନ୍ୟସବୁ ବ୍ଲକ ପରି ଜୁନାଗଡ଼ ଏ ବ୍ଲକ ରେ ବ୍ୟାପକ ପିସି କାରବାର,ଆବାସ ଯୋଜନାରେ ଦୁର୍ନୀତି,ଦରଦାମ ବୃଦ୍ଧି, ନାରୀ ନିର୍ଯାତନା,ଚାଷୀ ମାରଣ ନୀତି, ଟାଟା କମ୍ପାନୀରେ ଖାଉଟି ବିରୋଧୀ ନୀତି ପ୍ରମୁଖ ପ୍ରସଙ୍ଗରେ ତୀବ୍ର ସମାଲୋଚନା କରିଥିଲେ।। ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ସମ୍ପାଦକ ଚିତ୍ତ ରଞ୍ଜନ ନିଆଲ, ବ୍ଲକଯୁବ କଂଗ୍ରେସ ସଭାପତି ପ୍ରଭାତ ଦାଶ , ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ମନଟୁ ସାହୁ ଲକ୍ଷ୍ମଣ ଭୋଇ, ସୁନ୍ଦରଲାଲ କୁମାର, ସୁବ୍ରତ ବେହେରା, ସୁଶୀଲ ପାଢ଼ୀ, ନବୀନ ଟାକରି ସମେତ,ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହି ଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

5t ଅଧ୍ୟକ୍ଷ କଳାହାଣ୍ଡି ଗସ୍ତ ନେଇ କେପଟେନ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀ

masiha

ରାଇରଙ୍ଗପୁରରେ ପୁରୀ ଶ୍ରୀଜଗନ୍ନାଥଙ୍କ ଚାରି ଦ୍ବାର ସହ ରତ୍ନ ଭଣ୍ଡାର ଖୋଲିବା ପାଇଁ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ

masiha

ରାଜ୍ୟରେ ୯.୮ ଲକ୍ଷ ଭୋଟର ବାଦ୍ ପଡ଼ିବା ପ୍ରସଙ୍ଗ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍ ଘେରିଲା ବିଜେଡି

Sunil Chandra Nayak

Leave a Comment

error: Content is protected !!