ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଡାବୁଗାଁ ବ୍ଲକ କଂଗ୍ରେସ ତରଫରୁ ବ୍ଲକ କାର୍ଯ୍ୟ|ଳୟ ଘେରାଉ

ଡାବୁଗାଁ, ୧୮/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କଂଗ୍ରେସ ତରଫରୁ ବିଭିନ୍ନ ଦାବି ନେଇ ଶୁକ୍ରବାର ବ୍ଲକ କାର୍ଯ୍ୟ|ଳୟ ଘେରାଉ କରାଯାଇଛି | ଏଥିରେ ସମସ୍ତ କଂଗ୍ରେସ କର୍ମୀ ମାନେ ମାଁ ଠାକୁରାଣୀ ମନ୍ଦିର ପରିସରରେ ଏକତ୍ରିତ ହୋଇଥିଲେ | ସେଠାରୁ ଏକ ଶୋଭାଯାତ୍ରା ରେ ବାହାରି ଗ୍ରାମ ପରିକ୍ରମା କରି ବ୍ଲକ କାର୍ଯ୍ୟ|ଳୟ ସମ୍ମୁଖରେ ପହଞ୍ଚିଥିଲେ | ସେଠାରେ ଭିକ୍ଷୋଭ ପଦର୍ଶନ କରି କେନ୍ଦ୍ର ସରକାର ଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ | ପରେ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡିଓ ଶରତ ମାଝିଙ୍କୁ ପ୍ରଦାନ କରିଥିଲେ | ଉକ୍ତ ଦାବିପତ୍ରରେ ବିଭିନ୍ନ ବ୍ଲକ କାର୍ଯ୍ୟ|ଳୟରେ ବ୍ୟାପକ ପି.ସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରି, ନାରୀ ନିର୍ଯ୍ୟାତନା, ଚାଷୀ ମାରଣ ନୀତି, ଟାଟା କମ୍ପାନୀର ଖାଉଟି ବିରୋଧୀ ବିଜୁଳି ନୀତି କୁ ବିରୋଧ କରି ବ୍ଲକ ଘେରାଉ କରଯାଇଥିଲା | ଏଥିରେ ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝି, ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ବାବି ଜେନା, ଡାବୁଗାଁ ଜୋନ-୧ ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା, ଜୋନ-୨ ସଭାପତି ବଂଶୀଧର ମାଝି, ଉପସଭାପତି ସୁବାସ ଚନ୍ଦ୍ର ବିଶୋଇ ଓ କୃଷ ପନକା, ବ୍ଲକ ଯୁବ କଂଗ୍ରେସ ସଭାପତି ଶଶୀଧର ମାଝି, କୃଷକ ସେଲ ସଭାପତି ସତ୍ୟରଞ୍ଜନ ପାତ୍ର, ଏସସି ସେଲ ସଭାପତି କେଶବ ରେଲି, ନୁରେନ ତନ୍ତୀ, ରାମେଶ୍ଵର ପାଣିଗ୍ରାହୀ, ବିଜୟ ନିହାଲ, ଖଗପତି ସୁନା, ବିନ୍ମୟ ପନକା, ଧବଳ ନାୟକ ଏବଂ ୧୦୦ ରୁ ଊର୍ଦ୍ଧ୍ଵ କଂଗ୍ରେସ କର୍ମୀ ମାନେ ଯୋଗ ଦେଇଥିଲେ |           

 ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜିଲ୍ଳା ରେ ମଣ୍ଡି ସମସ୍ୟା ତଥା ଗରିବ ଓ କୃଷକ ବିରୋଧୀ କେନ୍ଦ୍ର ବଜେଟ ବିରୁଦ୍ଧରେ ଯୁବ କଂଗ୍ରେସର‌ ବିକ୍ଷୋଭ ପ୍ରଦର୍ଶନ

Sunil Chandra Nayak

୧୩୩ ତମ ମନ କି ବାତ୍ କାର୍ଯ୍ଯକ୍ରମ

Sunil Chandra Nayak

ଭୁବନ ରେ ବିଜେପି ର ମହିଳା ସମାବେଶ

Sunil Chandra Nayak

Leave a Comment

error: Content is protected !!