ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ

ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ

ରାଉରକେଲା ୨୦/୮, ଆଧୁନିକ ଭାରତର ନିର୍ମାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ଜ୍ଞାନେନ୍ଦ୍ର ଦାସଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ଏବଂ ନେତୃବୃନ୍ଦ ଟ୍ରାଫିକ ଗେଟ ସ୍ଥିତ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ସଭାପତି ଶ୍ରୀ ଦାସ ରାଷ୍ଟ୍ର ଗଠନରେ ରାଜୀବ ଗାନ୍ଧୀଙ୍କ ଅବଦାନ ଏବଂ ଦେଶ ପାଇଁ ତାଙ୍କ ବଳିଦାନ ତାଙ୍କୁ ଦେଶବାସୀଙ୍କ ହୃଦୟରେ ସବୁଦିନ ସାଇତି ରଖିବ ବୋଲି ତାଙ୍କ ଅଭିଭାଷଣରେ କହିଥିଲେ l ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ ଏବଂ ଉପସଭାପତି ସନ୍ତୋଷ ବିଶ୍ୱାଳ ନିଜ ନିଜ ବକ୍ତବ୍ୟରେ ରାଜୀବ ଗାନ୍ଧୀ ଦେଶରେ କମ୍ପୁଟରର ବ୍ୟବହାର ଏବଂ ଭୋଟ ଦାନ ବୟସ ସୀମା ୧୮ ବର୍ଷ ନିର୍ଦ୍ଧାରଣ କରିବା ଏବଂ ଦେଶର ବିକାଶ ପାଇଁ ତାଙ୍କ ଦୁରଦୃଷ୍ଟି ବିଷୟରେ ଆଲୋଚନା କରିଥିଲେ l ସେବା ଦଳ ମୁଖ୍ୟ ବିନୋଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଦଳର ବରିଷ୍ଠ ନେତା ସବୀର ହୁସେନ , ଚିତ୍ତରଞ୍ଜନ ମହାନ୍ତି , ନଚିକେତା ମହାପାତ୍ର , ରବୀନ୍ଦ୍ର ନାୟକ ବ୍ଲକ ସଭାପତି ରଘୁନାଥ ଦାସ , ହରପ୍ରସାଦ ସାମଲ , ବିନୋଦ ତନ୍ତୀ ,ଯୁବ ନେତା ଇସ୍ତେହାର ମହମ୍ମଦ , ନାୱାବ ଅଖତାର , ସାକିର ହୁସେନ , ରତିକାନ୍ତ ମଲ୍ଲିକ , ମନ୍ମଥ ସୁତାର, ସିକନ୍ଦର ଅହମ୍ମଦ , ବନମାଳୀ ବିଶୋଇ , ବିଜୟ ପଟ୍ଟନାୟକ ,ଜୁଲୁ ରେହେମାନ , ଡେଭିଡ ରାଓ , ଶ୍ୟାମ ସାଗର , ମହିଳା କଂଗ୍ରେସର ସୁଶ୍ରୀ ରଞ୍ଜିତା ମଲ୍ଲିକ , ସୁନିତା ଲାକ୍ରା , ପ୍ରତିମା ପାଣିଗ୍ରାହୀ, ଝୁନୁ ପଟ୍ଟନାୟକ , କୁଲୱନ୍ତ କୌର , ରୁକସାନା ବେଗମ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀ ୩୪ତମ ବଳିଦାନ ଦିବସ ପାଳିତ

masiha

ଭାରତ ଜୋଡୋ ପଦଯାତ୍ରାକୁ ନେଇ କୋକସରା କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନର ଧମକ ଦେଲା କଂଗ୍ରେସ

Sunil Chandra Nayak

Leave a Comment

error: Content is protected !!