ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଥାନା ଅଧିକାରୀଙ୍କୁ ସାମ୍ବାଦିକ ସଂଘର ସ୍ୱାଗତ ସମ୍ବର୍ଦ୍ଧନା

ଜୁନାଗଡ଼,୧୮/୮//  ଜୁନାଗଡ଼ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ଙ୍କୁ ସାମ୍ବାଦିକ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ନୂତନ ଥାନା ଅଧିକାରୀ ଶେଷଦେଵ ବେହେରା କୋରାପୁଟ କୋଟପାଡ଼ ରୁ ଆସି ଏଠାରେ ଦାୟିତ୍ୱ ନେଇଛନ୍ତି।ସାମ୍ବାଦିକ ସଂଘ ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।ଏଥିରେ ଜୁନାଗଡ଼ ସହରରେ ଟ୍ରାଫିକ ସମସ୍ୟା, ସିସିଟିଭି,ଚୋରି ତଥା ଶାନ୍ତି ଶୃଙ୍ଖଳା ବିଷୟରେ ଅବଗତ କରିଥିଲେ। ସଂଘର ସଭାପତି ହିମାଂଶୁ ବରାଡ଼,ସମ୍ପାଦକ ନରେନ୍ଦ୍ର ଖିତି, ଉପଦେଷ୍ଟା, ସନ୍ତୋଷ ସିଂହଦେଓ, ପ୍ରଭାକର ସେଠି ଉପସଭାପତି ଆଦିତ୍ୟ ମହାନ୍ତି, ସୁନ୍ଦରମୋହନ ଛତ୍ରୀଆ, ଖଗେଶ୍ୱର ଢଙ୍ଗଡାମାଝୀ, ବ୍ୟୋମକେଶ ପୁରୋହିତ, ବିଭୁପ୍ରସାଦ ପାଢ଼ୀ,ରଜନୀ ମିଶ୍ର, ରାକେଶ ବେମାଲ, ରବି ସୁନାନୀ, କୁମରମଣି ଦୁର୍ଗା ଓ ସଂଘର ଅନେକ ସଦସ୍ୟ ଉପସ୍ଥିତ ରହିଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ପିଏମ୍ ସ୍ୱନିଧି ମହୋତ୍ସବ ଅନୁଷ୍ଠିତ 

Sunil Chandra Nayak

ବାସନ୍ତୀ ପାଠାଗାରର ୩୭ତମ ବାର୍ଷିକୋତ୍ସବ ସଂପନ୍ନ

Sunil Chandra Nayak

ଭୂବନେଶ୍ବର ଏମ୍ସ ସିଇଓଙ୍କ ରାଇରଙ୍ଗପୁର ଗସ୍ତ !  ଆସନ୍ତା ୧୯ ତାରିଖରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଏମ୍ସର ଅଭିଜ୍ଞ ଚିକିତ୍ସା ବିଶେଷଜ୍ଞଙ୍କ ଦ୍ଵାରା ନିଃଶୁଳ୍କ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଶିବିର ନେଇ ସୂଚନା

Sunil Chandra Nayak

Leave a Comment

error: Content is protected !!