ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ବ୍ଲକରେ ଜଳସେଚନ ବିଭାଗୀୟ ଅଧିକାରୀଙ୍କ ସହ ଧର୍ମଗଡ଼ ବିଧାୟକଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

କୋକସରା,୧୬/୮// କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ବର୍ଷାର ଅନିୟମିତତା କାରଣରୁ ଅନେକ ପଂଚାୟତରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ଉପୁଜିଛି । କେମିତି ବ୍ଲକରେ ଚାଷିଙ୍କୁ ଜଳସେଚନର ସୁବିଧା ଯୋଗାଇ ଦିଆଯିବ ଏନେଇ ବୁଧବାର ଧର୍ମଗଡ଼ ବିଧାୟକ ମୋୖଷଧି ବାଗଙ୍କ ସଭାପତିତ୍ୱରେ କୁସୁମଖୁଣ୍ଟି ଡାକ ବଙ୍ଗଳାରେ ଇନ୍ଦ୍ରାବତୀ ବାମ କେନାଲ, ମେଗାଲିଫ୍ଟ କେନାଲ ଓ କୋକସରା କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଉପସ୍ଥିତିରେ ଏକ ପ୍ରସ୍ତତି କାଳୀନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପସ୍ଥିତ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ କ୍ଷୁଦ୍ର ଜଳସେଚନ ଓ ମେଗାଲିଫ୍ଟ କେନାଲରୁ ସମ୍ଭାବ୍ୟ ମରୁଡି ପ୍ରଭାବିତ ଆମପାଣି, ବଡ଼ ପୋଡ଼ାଗୁଡା, କାଉଡୋଳା, ସାନ ପୋଡ଼ାଗୁଡା, ବରାଡଙ୍ଗା, ମହିମା, ଗୋତୋମୁଣ୍ଡା, ଡୁଡୁକାଠେଙ୍ଗା, ଲଡୁଗାଁ, ଗମ୍ଭାରୀଗୁଡା ପଞ୍ଚାୟତରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ସମ୍ଭାବ୍ୟ ମରୁଡିକୁ ନେଇ ଆଶଙ୍କାରେ ରହିଥିବା ବେଳେ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ବେହେରା ଡ୍ୟାମ ,ଅଠର ନଲା ଚେକ ଡ୍ୟାମ, ଯତା ଖଲିଆ ଚେକ ଡ୍ୟାମ, ବାବେ କୋହରା ଚେକ ଡ୍ୟାମ ଓ ଅନ୍ୟ ଚେକ ଡ୍ୟାମ ମରାମତି ଅଭାବରୁ ପୋତି ହେବା ସହ କେନାଲ ଅନେକ ସ୍ଥାନରେ ଭାଙ୍ଗି ପଡିଥିବା କାରଣରୁ ତଳ ମୁଣ୍ଡ ପର୍ଯ୍ୟନ୍ତ ଜଳସେଚନ ହୋଇ ପାରୁନଥିବା ବେଳେ ମେଗାଲିଫ୍ଟ କେନାଲରୁ ମଧ୍ୟ ଅନେକ ପଞ୍ଚାୟତର ଚାଷି ଜଳସେଚନରୁ ବଞ୍ଚିତ ରହିଥିବା ଅଭିଯୋଗ କରିଥିଲେ। ମେଗାଲିଫ୍ଟ କେନାଲ ଲଡୁଗାଁ, ଗମ୍ଭାରୀଗୁଡା, ମାଝୀଗୁଡା, ଟେମରା, ସାନ ପୋଡ଼ାଗୁଡା ପଞ୍ଚାୟତ ଦେଇ ଯାଇଥିବା ବେଳେ ଦୀପ ତଳ ଅନ୍ଧାର ସଦୃଶ ଅନେକ ଅଞ୍ଚଳର ଚାଷୀମାନେ ମେଗାଲିଫ୍ଟ କେନାଲରୁ ଜଳସେଚନ ପାଇବାରୁ ବଞ୍ଚିତ ରହିଛନ୍ତି ବୋଳି ଉପସ୍ଥିତ ଜନ ପ୍ରତିନିଧିମାନେ ଅଭିଯୋଗ କରିଥିଲେ। ବିଧାୟକ ଏନେଇ ଇନ୍ଦ୍ରାବତୀ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅନିଲ କୁମାର ପାଣିଗ୍ରାହୀ, କୁସୁମଖୁଣ୍ଟି ବାମ କେନାଲ ଅଧିକ୍ଷଣ ଯନ୍ତ୍ରୀ ତୃପ୍ତ କୁମାର ପାତ୍ର, ମେଗାଲିଫ୍ଟ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ କୁମାର ଭୋଇ କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ବଣ୍ଟି ବାଗଙ୍କ ସହ ଜଳସେଚନ ପରିଚଳନା ଗତ ତ୍ରୁଟି ଅନିୟମିତତାର କାରଣ ଓ ଏହାର ନିରାକରଣ ସମ୍ପର୍କରେ ଆଲୋଚନା କରି କେମିତି ଚଳିତ ଖରିଫ ଋତୁରେ ଚାଷିଙ୍କୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ ସେନେଇ ଆଲୋଚନା କରିଥିଲେ। ଏହି ସମୀକ୍ଷା ବୈଠକରେ ଧର୍ମଗଡ଼ ବିଧାନସଭା ସଭାପତି ମାନସ ରଞ୍ଜନ ବାଗ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ତ୍ରିନାଥ ବାଗ, ଶଙ୍କର ଜୁଏଡ଼, ଆତ୍ମା ଅଧ୍ୟକ୍ଷ ଋତୁରାଜ ମାଝୀ, ବ୍ଲକ ବିଜେଡି ସଭାପତି ଶୁସାନ୍ତ କୁମାର ବେହେରା ସମେତ ଇନ୍ଦ୍ରାବତୀ ବାମ କେନାଲ, ମେଗାଲିଫ୍ଟ କେନାଲ ଓ କ୍ଷୁଦ୍ର ଜଳସେଚନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

masiha

ବଡ଼ବିଲ ସଙ୍କୁଳରେ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା : ନୂତନ ଶିକ୍ଷାନୀତି ଉପରେ ୧୪୪ ଶିକ୍ଷକଙ୍କୁ ପ୍ରଶିକ୍ଷଣ

Sunil Chandra Nayak

ଜିଲ୍ଲାସ୍ତରୀୟ ସ୍ଥାୟୀ ଜୀବନଶୈଳୀ ପ୍ରଦର୍ଶନୀ

masiha

Leave a Comment

error: Content is protected !!