ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବନ୍ଧୁଗାଁ ବ୍ଲକ କଂଗ୍ରେସ ତରଫରୁ ୯ ଟି ପ୍ରସଙ୍ଗରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ନିମନ୍ତେ ବିଡ଼ିଓଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ

ବନ୍ଧୁଗାଁ ତା ୧୮/୮/୨୩ ଆଜି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କଂଗେସ ତରଫରୁ ୯ ଟି ପ୍ରସଙ୍ଗରେ ମହାମହିମ ରାଜ୍ୟପାଳଙ୍କ ହସ୍ତକ୍ଷେପ ନିମନ୍ତେ ବିଡ଼ିଓ ଅଭିଷେକ କୁମାର ସେଠୀ ଙ୍କ ଜରୀଆରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଡାକରାରେ ବ୍ଲକ କଂଗ୍ରେସ ସଭାପତି ଡି ଏଙ୍କାଟି ଙ୍କ ନେତୃତ୍ବରେ ସାଂସଦଙ୍କ ବ୍ଲକ ପ୍ରତିନିଧି ଲକ୍ଷଣ ଖୋସଲା , ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳୀ ପିଡିକା, ଆଇନଜିବୀ କାମେଶ୍ୱର ରତ୍ନାଲୁ,ସମ୍ପାଦକ ଶ୍ରୀନିବାସ ପଟ୍ଟନାୟକ , ସଦାନା ୱାଟାକା, ପୁର୍ବତନ ସଭାପତି କେ ଭର୍ତା ରାଜୁ ଓ ପୁର୍ବତନ ସରପଞ୍ଚ ଗୁମ୍ଫା କାଡ୍ରାକାଙ୍କ ଉପସ୍ଥିତିରେ ଶତାଧିକ କଂଗ୍ରେସ ସମର୍ଥକ ଉପସ୍ଥିତ ରହି ଥିଲେ। ସ୍ମାରକ ପତ୍ରରେ ବ୍ଲକ ସ୍ତରରେ ଚାଲିଥିବା ୧୫ ରୁ ୫୦ ଶତକଡା ପିସି କାରବାର ବନ୍ଦ, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତ କୁ ଦେଇଥିବା ୫୦ ଲକ୍ଷ ଟଙ୍କା ସିଧାସଳଖ ପଞ୍ଚାୟତକୁ ଦେବା ଓ ପଞ୍ଚାୟତର ନିଷ୍ପତି ମୁତାବକ ପାରିତ ହେବା ପରେ ଅର୍ଥ ଖର୍ଚ୍ଚ କରାଯାଉ, ଖାଲି ପଡିଥିବା ୨,୨୬,୫୫୯ ସରକାରୀ ପଦବୀକୁ ତୁରନ୍ତ ପୂରଣ ଓ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରାଯାଉ, ପେଟ୍ରୋଲ, ଡିଜେଲ,ଗ୍ୟାସ, କିରୋସିନି ପରି ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥ ର ଦରଦାମ କମ, କୃଷିଜାତ ପଦାର୍ଥ ର ଅଭାବି ବିକ୍ରି ବନ୍ଦ କରିବା ସହ ପ୍ରତିବ୍ଲକରେ ଶୀତଳ ଭଣ୍ଡାର ବ୍ୟବସ୍ଥା, ଲୋ ଭୋଲ ଟେଜ, ପାୱାରକଟ, ବିଦ୍ୟୁତ ଦେୟ ବନ୍ଦ ଓ ଟାଟା କମ୍ପାନୀର ଖାଉଟି ମାରଣ ବିଜୁଳି ନୀତି ବନ୍ଦ, ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଙ୍କ ପାଇଁ କଂଗ୍ରେସ ଦେଇଥିବା ଅଧିକାରକୁ କ୍ଷୁର୍ଣ୍ଣ ନ କରିବା, ନାରୀ ନିର୍ଯାତନା ବନ୍ଦ, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ପ୍ରୀୟାପ୍ରିତି କରି ଚୟନ ନ କରାଯାଉ ଓ ପ୍ରକୃତ ହିତାଧିକାରୀ ଙ୍କୁ ଆବାସ ଗୃହରେ ସାମିଲ କରାଯିବା ଆବଶ୍ୟକ ବୋଲି ୯ ଗୋଟି ପ୍ରସଙ୍ଗରେ ସ୍ମାରକ ପତ୍ର ପ୍ରଦାନ କରି ଥିଲେ।ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଥାନା ଅଧିକାରୀ ପ୍ରସନ୍ନ କୁମାର ମିଶ୍ର, ଏସ ଆଇ ବିଜୟ କୁମାର ମୁରୁମୁ ଓ ଏ ଏସ ଆଇ ବି ଟି ସାଧୁ, ସୁରେନ୍ଦ୍ର ହୁଇକା ଓ କିଛି କର୍ମୀଙ୍କ ଦ୍ୱାରା ସୁରକ୍ଷା ପ୍ରଦାନ କରାଯାଇଥିଲା ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁରରେ ବିଜେଡି ପକ୍ଷରୁ ୨୬ ତମ ତିରୋଧାନ ଦିବସ ପାଳିତ

Sunil Chandra Nayak

ପ୍ରଧାନମନ୍ତ୍ରୀ ଙ୍କ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜୁ ଓ ଛାତ୍ର ସମ୍ମୀଳନୀ

Sunil Chandra Nayak

Leave a Comment

error: Content is protected !!