ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପ କାମୁଡ଼ାରେ ୬ ବର୍ଷର ଶିଶୁପୁତ୍ର ମୃତ

ମୟୂରଭଞ୍ଜ -୧୯/୮ ( ମସିହା)ଦିନକୁ ଦିନ ସାପ କାମୁଡାରେ ମୃତ୍ୟୁ ସଂଖ୍ୟା ଵଢିଵଢି ଚାଲିଛି ।ଇତି ମଧ୍ୟରେ ବାମନଘାଟୀ ଉପଖଣ୍ଡରେ ୧୨ ଜଣରୁ ଉର୍ଦ୍ଧ୍ବ ନିରିହ ଛୁଆ,ଯୁବକ,ଯୁବତୀ,ମହିଳା ବୃଦ୍ଧାଙ୍କ ର ମୃତ୍ୟୁ ହୋଇଗଲାଣି । ସୂଚନାଯୋଗ୍ୟ ବାଦାମପାହାଡ଼ ଥାନା ଅନ୍ତର୍ଗତ ଅଙ୍ଗାରପଦା ଗ୍ରାମର ପ୍ରଦୀପ ହେମ୍ବ୍ରମ ଙ୍କ ଘର ଲୋକେ ଖାଇ ପିଇ ଶୁକ୍ରବାର ରାତିରେ ଶୋଇଥିଲେ ।ପ୍ରଦୀପଙ୍କ ବଡ଼ପୁଅ ଓ ସାନପୁଅ ଖାଇ ପିଇ ସାଙ୍ଗ ହିଁ ଘର ଭିତରେ ତଳେ ବିଛଣା ପକାଇ ଶୋଇଥିଲେ । ବିଳମ୍ବିତ ରାତିରେ ସାନ ପୁଅ ମୁକେଶ ହେମ୍ବ୍ରମ (୬) ରାତିରେ ପାଟି କରି ଚିତ୍କାର କରି ଉଠିଥିଲା ‌ଘର ଲୋକେ ପାଟିଶୁଣି ଉଠିଥିଲେ ।ଏକ ଚିତି ସାପ ତା’ର ହାତକୁ କାମୁଡ଼ି ଦେଇଥିଲା ।ହାତରୁ ରକ୍ତ ଝର ଝର ଵୋହିଥିଲା ।ଘର ଲୋକେ ସାପଟିକୁ ପାଇଥିଲେ । ରାତିରେ ପିଲାଟିକୁ ରାଇରଙ୍ଗପୁର ହସ୍ପିଟାଲ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।ସୁଲାଇପାଟ ଥାନାଧିକାରୀ ପ୍ରଦୀପ ବାରିକ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୯/୨୩ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରଙ୍କୁ ହସ୍ତାନ୍ତର କରିଛି ।ପରିବାର ଲୋକେ ପୁଅକୁ ହରାଇ ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କ୍ରେନ୍ ଧକ୍କାରେ ବୃଦ୍ଧ ମୃତ, ଘଟଣାସ୍ଥଳରେ ଚାପା  ଉତ୍ତେଜନା, ପୁଲିସ୍ ମୁତୟନ  କ୍ଷତି ପୂରଣ ଦାବି ନେଇ ଶବ ରଖି ରାସ୍ତାରୋକ କରିଛନ୍ତି ପରିବାର ତଥା ଆତ୍ମୀୟ ସ୍ୱଜନ  

Sunil Chandra Nayak

ବିଶ୍ବରଞ୍ଜନକୁ ମିଳିଲା କୁନ୍ତଳା ମହାରଥା ମେଧା ସମ୍ମାନ

masiha

ଧନଞ୍ଜୟ ମହାନ୍ତିଙ୍କ ପୂଣ୍ୟତିଥି ଓ ସ୍ମୃତି ସଭା

Sunil Chandra Nayak

Leave a Comment

error: Content is protected !!