ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡିବ୍ୟାଙ୍ଗ ଯୁବତୀ ଙ୍କ ଦୁଃଖ ବୁଝିବ କିଏ ? ୯୦ ଶତକଡା ବିକଳାଙ୍ଗ ଥିଲେ ମଧ୍ୟ ଅସହାୟ ୧୯ ବର୍ଷର ଯୁବତୀ ଭତ୍ତା ପାଇବାରୁ ବଞ୍ଚିତ

ବନ୍ଧୁଗାଁ ତା ୧୯/୮/୨୩ // କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କମ୍ଭୁଗଣ୍ଡା ପଞ୍ଚାୟତ ବଡ଼ମାଥୁର ଗ୍ରାମର ସବିତା ତାଡିଙ୍ଗି ୧୯ ବର୍ଷ ୯୦ ଶତକଡା ବିକଳାଙ୍ଗ ଅସହାୟ ଯୁବତୀ ଆଜି ପର୍ଯ୍ୟନ୍ତ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଯୁବତୀ ଜଣକ ଯାଆଁଳା ଭଉଣୀ ହୋଇ ଜନ୍ମ ହୋଇଥିଲେ। ଦୁଇଟି ଯାଆଁଳା ଶିଶୁଙ୍କ ଜନ୍ମ ହେବା ପରେ ବାପାଙ୍କ ମୃତ୍ୟୁ ହେଇଯାଇଥିଲା । ବିକଳାଙ୍ଗ ଶିଶୁଙ୍କୁ କିପରି ଲାଳନ ପାଳନ କରିବେ ଅସହାୟ ମାଆ ଦୂତୀୟ ବିବାହ କରିଥିଲେ। କିନ୍ତୁ ଅଳ୍ପ କିଛି ବର୍ଷ ଭିତରେ ଦୂତୀୟ ସ୍ୱାମୀର ମଧ୍ଯ ମୃତ୍ୟୁ ହୋଇ ଥିଲା। ମାଆ ପାରମୁ କାଡ୍ରାକା ଜଣକ ହତାଶ ହୋଇ ବିକଳାଙ୍ଗ ଝିଅ ଓ ଯାଆଁଲା ଝିଅଙ୍କୁ ନେଇ କାବ୍ରିବାଡି ପଞ୍ଚାୟତର ସନପଲମଣ୍ଡା ଗ୍ରାମରୁ ନିଜ ଗାଁ ବଡ଼ମାଥୁର ଗ୍ରାମକୁ ଚାଲିଆସିଥିଲେ । ମାଆଙ୍କ ବୟାନ ଅନୁଯାଇ ନିଜେ ବଞ୍ଚିବାକୁ ଓ ବିକଳାଙ୍ଗ ଝିଅକୁ ପ୍ରତିପୋଷଣ କରିବାକୁ ସଂଘର୍ଷ କରୁଥିବା ଅସହାୟ ମାଆ ଅନେକ କଷ୍ଟରେ ଭୀମ ଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିରରେ ଆଣିଥିଲେ। ସେଠାରୁ ଆଜକୁ ପ୍ରାୟ ୫ ବର୍ଷ ହେଉଛି ବିକଳାଙ୍ଗ ପ୍ରମାଣ ପତ୍ର ପାଇନାହାନ୍ତି। ବିକଳାଙ୍ଗ ଝିଅର ଆଧାର କାର୍ଡ ଆଜି ପର୍ଯ୍ୟନ୍ତ ହୋଇ ପାରି ନାହିଁ। ଆଜି ପର୍ଯ୍ୟନ୍ତ ବିକଳାଙ୍ଗ ଯୁବତୀକୁ ଭତ୍ତା ଯୋଜନା ସାମିଲ କରିବାକୁ କହିଲେ ଆଧାର କାର୍ଡ ନ ଥିବାରୁ ହୋଇପାରୁ ନାହିଁ। କିପରି ଆଧାର କାର୍ଡ ହେବ ଓ ଅସହାୟ ବିକଳାଙ୍ଗ ଯୁବତୀ ଭତ୍ତା ଟଙ୍କା ପାଇବ ଏହା କଣ ସରକାରୀ କର୍ମଚାରୀ ଙ୍କ ଦାଇତ୍ୱ ନାହିଁ କି ? ସାଥିର ଯାଆଁଲା ଭଊଣି ବୟସ ପ୍ରାପ୍ତ ହେବା ପରେ ବିବାହ ହୋଇଛନ୍ତି। ଆଜି ରାଜ୍ୟ ସରକାରଙ୍କ ଭତ୍ତା ଯୋଜନାରେ ଅନେକ ଲୋକଙ୍କୁ ଯୋଗ୍ୟ ଓ ଅଯୋଗ୍ୟ ଥାଇ ମଧ୍ୟ ଭତ୍ତା ପାଉଛନ୍ତି। ବିକଳାଙ୍ଗ ଯୁବତୀ ଜଣକ ନା ଶୁଣି ପାରେ ନା କଥା କହିପାରେ ଏହା ସହିତ ତାର ଦୁଇଟି ଗୋଡ ଅକାମି ତାକୁ ଆପଣ ଦେଖିଲେ ସେ ଆପଣଙ୍କୁ ଦେଖି କେବଳ ହସି ଥାଏ। କି ପ୍ରକାଶ ଦୁଃଖ ରେ ଅଛି ସେହି ଯୁବତୀ ଆପଣ ନିଜେ ନ ଦେଖିଲେ ବିଶ୍ୱାସ କରିବେ ନାହିଁ। ଏହି ବିକଳାଙ୍ଗ ଯୁବତୀ ଙ୍କୁ ସ୍ଥାନୀୟ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ବିକଳାଙ୍ଗ ଭତ୍ତା ଟଙ୍କା ପାଇବା ପାଇଁ ଅତି ଶୀଘ୍ର ପଦକ୍ଷେପ ନେବାକୁ ବ୍ଲକର ସମସ୍ତ ଜନସାଧାରଣ ଅନୁରୋଧ କରିଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ତେରେସିଂହା +୨ କଲେଜରେ ସଚେତନତା କର୍ମଶାଳା

masiha

ବିଜାତଳା ବ୍ଲକ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାକ୍ତନ ସଭାପତିଙ୍କ ଦେହାନ୍ତ 

masiha

ରିଲ୍‌ ବନେଇବା ନିଶାରେ ସ୍କୁଲ୍ ପିଲା ,ବିପଦ ପୁର୍ଣ୍ଣ ଭିଡିଓ ଭାଇରଲ୍ 

Sunil Chandra Nayak

Leave a Comment

error: Content is protected !!