ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଉଡୋଳା ଗ୍ରାମର ସରକାରୀ ଜମି ଚିହ୍ନଟ ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

କୋକସରା,୧୮/୦୮ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ କାଉଡୋଳା ଗ୍ରାମରେ ରହିଥିବା ସରକାରୀ ଜମି ଚିହ୍ନଟ ପାଇଁ ଶନିବାର କାଉଡୋଳା ସରପଞ୍ଚଙ୍କ ନେତୃତ୍ୱରେ ସ୍ଥାନୀୟ କୋକସରା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କାଉଡୋଳା ଗ୍ରାମରେ ବିଗତ ବର୍ଷରେ ଜନସଂଖ୍ୟା ବୃଦ୍ଧି ଅନୁପାତରେ ଶିକ୍ଷିତ ବେରୋଜଗାରୀ ଯୁବକ ଯୁବତୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଗ୍ରାମରେ କୌଣସି କର୍ମ ନିଯୁକ୍ତି ପାଇଁ ସାଧନ ନଥିବା କାରଣରୁ ଶିକ୍ଷତ ଯୁବଗୋଷ୍ଠି ମାନେ ସ୍ୱାବଲମୀ ହେବାରେ ବାଧକ ସାଜିଛି। କାଉଡୋଳା ଗ୍ରାମରେ ସରକାରୀ ଜମି ରହିଥିବା ବେଳେ ଜବର ଦଖଲ କରି ଅନେକ ଲୋକ ନିଜ ଅକ୍ତିଆରରେ ରଖିଥିବା ନେଇ ଅଭିଯୋଗ ହୋଇଛି। ଏଣୁ ଜବର ଦଖଲ ଥିବା ସରକାରୀ ଜମିକୁ ଚିହ୍ନଟ କରିବାକୁ କାଉଡୋଳା ସରପଞ୍ଚ ଦେବିସିଂ ତାଣ୍ଡି, ବସନ୍ତ ସରାବୁ, ତ୍ରିଲୋକ୍ୟ ବେଶ୍ରା ପ୍ରମୁଖ ଶନିବାର କୋକସରା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରି ସରକାରୀ ଜମି ଚିହ୍ନଟ କରି ଜବର ଦଖଲକାରୀଙ୍କୁ ତୁରନ୍ତ ହଟାଇବାକୁ ଦାବି ଜଣାଇଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ପରିବର୍ତ୍ତନ ଫାଉଣ୍ଡେସନ ତରଫରୁ ସଫେଇ କାର୍ଯ୍ୟକ୍ରମ

masiha

ବିଦେଶୀ ପର୍ଯ୍ୟଟକଙ୍କ ଦୃଷ୍ଟିରେ ଢେଙ୍କାନାଳର ତଭାପାଳ ଗାଆଁ

ଶୁଣିଲାଣି ଗ୍ରାମ୍ୟ ଉନ୍ନୟନ ବିଭାଗ, ନିଜ ଖର୍ଚ୍ଚରେ ରାସ୍ତା ମରାମତି କରାଇଲେ ୨ ସମାଜସେବୀ

masiha

Leave a Comment

error: Content is protected !!