ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର ତା 20.08.23// ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଜ଼ିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ ଙ୍କ ସଭାପତିତ୍ୱ ରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକ ରେ ନକଲି ଆଦିବାସୀ କର୍ମଚାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ରାଜ୍ୟସ୍ତରୀୟ ଯାଞ୍ଚ କମିଟି ର ଅଧ୍ୟକ୍ଷ ତଥା ଉତ୍ତରାଞ୍ଚଳ ରାଜସ୍ବ କମିଶନର ସମ୍ବଲପୁର ଟାଲଟୁଲ ନୀତି ଅବଲମ୍ବନ ନ କରି ତ୍ୱରାନ୍ୱିତ କରିବାକୁ ଦାବୀ କରାଯାଇଛି l ଅଣ- ଆଦିବାସୀ ଙ୍କ ଜବରଦଖଲ ରେ ଥିବା ଆଦିବାସୀ ମାନଙ୍କ ଜମି ଫେରସ୍ତ, ଜମି ହସ୍ତାନ୍ତର ଅନୁମତି ବନ୍ଦ, ଆଦିବାସୀ ଏବଂ ଅନ୍ୟାନ୍ୟ ବନବାସୀ ଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ ଅନୁସାରେ ଜଙ୍ଗଲ ଜମି ର ପଟ୍ଟା ପ୍ରଦାନ, ବେଛାପରି ଗାଁ ଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ, ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ଗୁଡିକ ରେ ସିଟ ର ଅଭାବ ହେଉଛି ତେଣୁ ସିଟ ବୃଦ୍ଧି, ଏଟ୍ରୋସିଟି କେଶ ରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା, ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିବା,କେନ୍ଦୁପତ୍ର ରୁ ଜିଏସଟି ପ୍ରତ୍ୟାହାର କରିବା, ଟିଟିଲାଗଡ଼ ବ୍ଲକ, ବଙ୍ଗୋମୁଣ୍ଡା, ବଲାଙ୍ଗିର ବ୍ଲକ, ଲୋଇସିଂହା ବ୍ଲକ, ଆଗଲପୁର ବ୍ଲକ, ପୁଇଁତଲା ବ୍ଲକ କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରେ ସାମିଲ କରିବା ପାଇଁ ଆଲୋଚନା କରାଯାଇଥିଲା l ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ,ସେବlଶ୍ରମ କନ୍ୟାଶ୍ରମ ଗୁଡିକ ରେ ସିଟ ସଂଖ୍ୟା ବୃଦ୍ଧି କରିବା,ହଷ୍ଟେଲ ବୃଦ୍ଧି କରିବା, ଶିକ୍ଷକ ପଦବୀ ପୂରଣ କରିବା, ଆଦିବାସୀ ମାନଙ୍କ ପାଇଁ ଖାଲି ପଡ଼ିଥିବା ପଦବୀ ଗୁଡିକୁ ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟା ରେ ପୂରଣ କରିବା ପାଇଁ ସଭା ରେ ଦାବୀ କରିବା ପାଇଁ ଆନ୍ଦୋଳନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା l ବୈଠକ ରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସ୍ୱତନ୍ତ୍ର ଅତିଥି ଭାବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବ୍ରଜ ମୋହନ ବିଶି ,ସାଧାରଣ ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା,ଜ଼ିଲ୍ଲାକାର୍ଯ୍ୟକାରୀ ସଭାପତି ବନଳତା ମାଝି,ବ୍ଲକ ସଭାପତି ଭୁବନେଶ୍ୱର କୁଅଁର ପାଟଣାଗଡ , ଦଶରଥ ଛତ୍ରିଆ ଲୋଇସିଂହା ,ବ୍ଲକ ସଭାପତି ନିମାଇଁ ଝାଙ୍କର ବଲାଙ୍ଗିର, ସନ୍ତୋଷ ପୁଟା ସଇଁତଲା,ରସିକ ଧରୁଆ ବେଲପଡା , ମନରଞ୍ଜନ ଭୋଇ ବଙ୍ଗୋମୁଣ୍ଡା , ରାଜୀବ କୁଅଁର ମୁରିବାହାଲ , ବରୁଣଚନ୍ଦ୍ର ଭୋଇ ଆଗଲପୁର, ବ୍ଲକକାର୍ଯ୍ୟକାରୀ ସଭାପତି ଭୁବନେଶ୍ୱର ଧରୁଆ, ଦେଓଗାଁ ବ୍ଲକ କାର୍ଯ୍ୟକାରୀ ସଭାପତି ସୁରଥ ଧରୁଆ,ଟିଟିଲାଗଡ଼ କାର୍ଯ୍ୟକାରୀ ସଭାପତି ଦେବସିଂ ମାଝି, ଜ଼ିଲ୍ଲା କୋଷାଧକ୍ଷ ପ୍ରଫୁଲ୍ଲ ତୁମୁନିଆଁ, ପ୍ରମୁଖ ମଞ୍ଚାସିନ ଥିଲେ l ଗିରିଧାରୀ ଭୋଇ, ଥବିର ପୁଝାରୀ, ନିତ୍ୟାନନ୍ଦ ମାଝି, ଟଙ୍କଧର ଧରୁଆ, ମାହେଶ୍ୱରୀ ମାଝି, ପତ୍ରଙ୍ଗୀ ମାଝି, ସାରଥୀ ବାଗ, ଘନ ଭୋଇ, ମଧୁ ବିଶ୍ୱାଳ,ରାଜ ଭୋଇ,ବିକ୍ରମ ଭୋଇ, ଭୁବନ ମାଝି, ଜଗଜୀବନ ଭୋଇ,ସହିତ ଚଉଦ ଟି ବ୍ଲକ ର କର୍ମକର୍ତ୍ତା ଉପସ୍ଥିତ ଥିଲେ l

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ପାଳନ କଲା ବିଏମ୍ଏସର ୭୧ତମ ପ୍ରତିଷ୍ଠା ଦିବସ

Sunil Chandra Nayak

ରାଇରଙ୍ଗପୁର ରେ ନବ ନିଯୁକ୍ତ ଜିଲ୍ଲା ଶିଶୁ ସୁରକ୍ଷା ସମିତି ସଦସ୍ୟ ସୁରଥ ପଟ୍ଟନାୟକଙ୍କୁ ପୁଷ୍ପଗୁଛ ଦେଇ ଶୁଭେଛା ଜଣାଇଲେ ସାମ୍ବାଦିକ

Sunil Chandra Nayak

ଶିକ୍ଷା ଓ ସୃଜନୀ ସାହିତ୍ୟର କର୍ଣ୍ଣଧାର ବାବୁଲାଲ ପଲେଇଙ୍କ ସ୍ବାଗତ ସମ୍ବର୍ଦ୍ଧନା ସଭାରେ ଯୋଗଦେଲେ ବାଲେଶ୍ଵର ମସୀହା ନିଉଜ୍ ସାମ୍ବାଦିକ

masiha

Leave a Comment

error: Content is protected !!