ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାବ୍ରି ଗୁଡାକୁ ରାଜସ୍ୱ ଗ୍ରାମର ମାନ୍ୟତା ଦାବି, ତହସିଲଦାରଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ

କୋକସରା,୧୯/୦୮// କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ମୌଜା ଅଧିନରେ ଥିବା ଦାବ୍ରିଗୁଡା ଗ୍ରାମକୁ ସ୍ୱତନ୍ତ୍ର ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ କରିବାକୁ ଗୁରୁବାର ଦାବ୍ରିଗୁଡା ଗ୍ରାମବାସୀ ମାନେ କୋକସରା ତହସିଲଦାର ଦେବବ୍ରତ କରାଟିଙ୍କୁ ଭେଟି ଲିଖିତ ଦାବି କରିଛନ୍ତି। ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଥିବା ଦାବ୍ରିଗୁଡା ଗ୍ରାମ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ପ୍ରାୟ ୧୫୦୦ ଜନସଂଖ୍ୟା ରହିଥିବା ବେଳେ ୧୦୦୦ ଭୋଟର ରହିଛନ୍ତି। ଗ୍ରାମରେ ଅନାବାଦୀ ସରକାରୀ ଗୋଚର ଜମି, ଜଳଚର, ରଇତାନି ଜମି ବହୁତ ମାତ୍ରରେ ରହିଥିବା ବେଳେ ଭୌଗୋଳିକ ସ୍ଥିତି ମଧ୍ୟ ରାଜସ୍ବ ଗ୍ରାମ ପାଇଁ ଉପଯୁକ୍ତ ରହିଛି।ତେବେ ପଡା ଗ୍ରାମ ହୋଇଥିବାରୁ ଦାବ୍ରିଗୁଡା ଗ୍ରାମ ମୌଳିକ ଅଧିକାରରୁ ବଞ୍ଚିତ ରହିଥିବା ଅଭିଯୋଗ କରିବା ସହ ବଡ଼ ପୋଡ଼ାଗୁଡା ଗ୍ରାମ ଉପରେ ସମସ୍ତ ସରକାରୀ କାଗଜପତ୍ର ଉପରେ ନିର୍ଭର କରୁଥିବା ଅଭିଯୋଗ କରିଛନ୍ତି। ଗୁରୁବାର ଦାବ୍ରିଗୁଡା ଗ୍ରାମବାସୀଙ୍କ ପକ୍ଷରୁ ସରପଞ୍ଚ ଯମୁନା ନାଏକ, ସମିତି ସଭ୍ୟ ଉମା ନାଏକ, ନାଏବ ସରପଞ୍ଚ ବିଡୁ ନାଏକ, ଧର୍ମାନନ୍ଦ ନାଏକ, ଚନ୍ଦ୍ରମଣି ବେଶ୍ରା, ନରେଶ ନାଏକ, ଦୁର୍ଜନ ବାଗ, ଉଦ୍ଧବ ନାଏକ, ହରିହର ବେଶ୍ରା ପ୍ରମୁଖ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଦୁର୍ଘଟଣା ରେ ସ୍ୱାମୀ ସ୍ତ୍ରୀ ମୃତ

masiha

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

ଅଟୋ ରୁ ପଡି ୧ ମହିଳା ମୃତ

Sunil Chandra Nayak

Leave a Comment

error: Content is protected !!