ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ପକ୍ଷରୁ ଭୋଟର ସଚେତନ ମହାଅଭିଯାନ

ପାପଡାହାଣ୍ଡି 20/08, ମନିସ— -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡ଼ା ଠାରେ ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ବିଜେପି ପକ୍ଷରୁ ଭୋଟର ସଚେତନ ମହାଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଡାବୁଗାଁ ବିଧାନସଭା ସଂଯୋଜକ ତ୍ରିନାଥ ଅମନାତ୍ୟ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିରୂପେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପୂର୍ବତନ ସାଂସଦ ବଲଭଦ୍ର ମାଝୀ, ରାଜ୍ୟ କାଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ, ଜିଲ୍ଲା ମିଡ଼ିଆସେଲ ସଭାପତି ଦେବଦାସ ମହାଙ୍କୁଡ, ପାପଡାହାଣ୍ଡି ମଣ୍ଡଳ ସଭାପତି କ୍ଷେତ୍ରମୋହନ ପାତ୍ର,ମୈଦଲପୁର ମଣ୍ଡଳ ସଭାପତି ଅରୁଣ ବାହୁକ, ବରିଷ୍ଠ ବିଜେପି ନେତା ହରିମୋହନ ଶର୍ମା, ହରି ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ହୋଇଥିଲେ | 2024 ସାଧାରଣ ନିର୍ବାଚନ ପାଇଁ ତୃଣମୂଳ ସ୍ତର ରୁ କିଭଳି ମଜୁବତ କରାଯିବ ସେ ନେଇ ଆଲୋଚନା ହୋଇଥିଲା | ଭୋଟର ସଚେତନ କାର୍ଯ୍ୟକ୍ରମ କିଭଳି ହେବ ସେନେଇ ମତ ଦିଆଯାଇଥିଲା | ନୁଆ ଭୋଟର ନିମନ୍ତେ ପଞ୍ଜିକୃତ କରିବା, ଭୋଟର ଙ୍କ ତାଲିକା ସଂଶୋଧନ କରିବା, ଭୋଟର ଙ୍କ ନାମ ଓ ଠିକଣା ସ୍ଥାନାଂତର କରିବା ପାଇଁ ସହଯୋଗ କରିବା, ବୁଥ ସ୍ତରରୁ ଭୋଟର ଲିଷ୍ଟ ବା ବିଧାନସଭା ସ୍ତର ରୁ ଭୋଟର ଲିଷ୍ଟ ସଂଗ୍ରହ କରିବା,ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିବା, ସାମଜିକ ଗଣମାଧ୍ୟମ ମଧ୍ୟରେ ପ୍ରଚାର ପ୍ରସାର କରିବା, ପ୍ରାଚୀର ଲିଖନ, ପ୍ରତେକ ବୁଥ ପାଇଁ ସର୍ବନିମ୍ମ 50 ଭୋଟର ହିସାବ ରେ ବିଧାନସଭାରେ ଅନ୍ତଃତ 10000 ନୁଆଁ ଭୋଟରଙ୍କ ନାମ ପଞ୍ଜିକରଣ ହେବା ଆବଶ୍ୟକ | ବିଧାନସଭା ଅନ୍ତର୍ଗତ ସମସ୍ତ ନେତୃବୃନ୍ଦ ମଧ୍ୟରେ ସ୍ଥାନ ଏବଂ ନୂତନ ଭୋଟର ପଞ୍ଜିକରଣ ସଂଖ୍ୟା ଲକ୍ଷ୍ୟ ଦେବା ଆବଶ୍ୟକ. ବିଧାନସଭା ଅନୁସାରେ କେଉଁ ଭିତରେ କେଉଁମାନେ ସ୍ଥାନାନ୍ତରଣ ହେଲେ ସେମାନଙ୍କ ସବିଶେଷ ତଥ୍ୟ ରାଜ୍ୟ କାର୍ଯ୍ୟଳ୍ୟୟକୁ ନିଶ୍ଚିତ ଜଣାଇବେ ବୋଲି ଏହି କାର୍ଯ୍ୟକ୍ରମ ରେ ଆଲୋଚନା ହୋଇଥିଲା | ଅନ୍ୟ ମାନଙ୍କ ମଧ୍ୟରେ ଡାବୁଗାଁ ମଣ୍ଡଳ ର ସମସ୍ତ ବୁଥ ସଭାପତି, ବୁଥ ଲେବେଲ ଏଜେଣ୍ଟ, ଶକ୍ତି କେନ୍ଦ୍ର ପ୍ରମୁଖ,ଉପସ୍ଥିତ ରହିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆସିକା ବିଧାୟକଙ୍କ ବାସଭବନରେ ବିଜୟ ଉତ୍ସବ ପାଳିତ

କେନ୍ଦ୍ର ଚାଉଳ ରାଜନୀତିକୁ ନେଇ କୋକସରା ବ୍ଲକ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ଓ ଦାବିପତ୍ର ଦେଲେ ବିଜେଡି କର୍ମି

Sunil Chandra Nayak

ମଣ୍ଡଳ ପ୍ରବାସ ଯୋଜନା ଅନ୍ତର୍ଗତ ହାରଭଙ୍ଗା ମଣ୍ଡଳ ସ୍ତରରେ ପ୍ରସ୍ତୁତି ବୈଠକ “

Sunil Chandra Nayak

Leave a Comment

error: Content is protected !!