ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରଡି ଉପସ୍ୱାସ୍ଥ୍ୟ କେନ୍ଦ୍ରର କରୁଣ ଚିତ୍ର , କେନ୍ଦ୍ରକୁ ଯିବାକୁ ବାଟ ନାହିଁ, ସ୍ୱସ୍ଥ୍ୟ ସେବା ଲୋକଙ୍କୁ ମିଳୁଥିବ କିଭଳି ? ତାହାକୁ ନେଇ ଉଠୁଛି ପ୍ରଶ୍ନ

କୋଲନରା : ୨୧/୦୮ :- ରାୟଗଡା ଜିଲ୍ଲା କୋଲନରା ବ୍ଲକରେ ଗାଁ ଗାଁରେ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଲକ୍ଷ ନେଇ ପ୍ରସ୍ତୁତ ହେଉଛି ସ୍ୱାସ୍ଥ୍ୟ ଯୋଜନା। ଏହି ଯୋଜନାକୁ କାର୍ଯ୍ୟକାରୀ କରି ସଫଳତା ଆଣିବା ନିର୍ଭର କରୁଛି ଜିଲ୍ଲା ଅଧିକାରୀ ଙ୍କ କାର୍ଯ୍ୟ ଦକ୍ଷତା ଓ ପରିଚାଳନା କରିବା ପଦ୍ଧତି ଉପରେ। ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଭଳି ଏକ ଜରୁରୀ ବ୍ୟବସ୍ଥା କିଭଳି ଚାଲୁଛି ଏହାର ତର୍ଜମା ନିହାତି ଜରୁରୀ। କାରଣ ଗାଁ ଗହଳିର ଲୋକେ ଅନେକ ସମୟ ରେ ଠିକ ସମୟରେ ଚିକିତ୍ସା ଅଭାବରୁ ଜୀବନ ହରାଉଥିବା ଅଭିଯୋଗ କରିଥାନ୍ତି। କୋଲନରା ବ୍ଲକ ଝୋରଡି ଗ୍ରାମ ପଞ୍ଚାୟତ ସଦରରେ ରହିଛି ଏକ ଉପ ସ୍ୱାସ୍ଥ୍ୟ କେନ୍ଦ୍ର। ଏଠାରେ ଜଣେ ଏ ଏନ ଏମ ଓ ଜଣେ ସି ଏଚ ଓ ରହିଥାନ୍ତି। କିନ୍ତୁ ଏହି ଉପ ସ୍ୱାସ୍ଥ୍ୟ କେନ୍ଦ୍ରର ନିର୍ମାଣ ହୋଇ ଚାରିବର୍ଷ ରୁ ଉର୍ଦ୍ଧ୍ବ ଦିନ ବିତିଗଲାଣି ସିନା ଏଠାରେ କାହାର ପାଦ ପଡ଼ିନାହିଁ। ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ଏହିଭଳି କେତେ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଭୁତ କୋଠି ହୋଇ ପଡି ରହିଛି ବିଭାଗ ପାଖରେ ଖବର ନାହିଁ। ସ୍ୱାସ୍ଥ୍ୟ ସେବା ଏମ ଏଚ ୟୁ ଗାଡି ଅଞ୍ଚଳରେ ବୁଲି ବୁଲି ଯୋଗାଉ ଥିବା ବେଳେ ସ୍ୱାସ୍ଥ୍ୟ କର୍ମୀ ବିଦ୍ୟାଳୟରେ ଜଣେ ରବୁଛନ୍ତି। ଏଠାରେ ଉଲ୍ଲେଖ ଥାଉକି ଝୋରଡି ଗ୍ରାମ ପଞ୍ଚାୟତ ରେ ରହିଛି ୧୦ ଗୋଟି ଗାଁ ଓ ୮ ଗୋଟି ୱାର୍ଡ । ଝୋରଡି ଠାରୁ ଜଣେ ରୋଗୀକୁ ରାମନାଗୁଡା ଯିବାକୁ ୮ କିଲୋମିଟର, ରେଖାପଦର ନିଉ ପିଏଚସି ଯିବାକୁ ମଧ୍ୟ ସେହି ୭ ରୁ ୮ କିଲୋମିଟର ଦୂର ହେଉଥିବା ବେଳେ, ମିନାଝୋଲା ନିଉ ପିଏଚସି ଯିବାକୁ ୫ ରୁ ୬ କିଲୋମିଟର ଦୂର ହେଉଛି। ଏତିକି ଦୂର ଜରୁରୀ ଚିକିତ୍ସା ପାଇଁ ଧାଇଁ ଗଲା ପରେ ଯଦି ଡାକ୍ତର ନ ଥାଆନ୍ତି ତେବେ ରୋଗୀ ଓ ସମ୍ପର୍କୀୟ ଙ୍କ ଅବସ୍ଥା କିଭଳି ଥିବ ତାହା ଚିନ୍ତା କରିବା କଥା।ସ୍ୱାସ୍ଥ୍ୟ କର୍ମୀ ମାନେ ପ୍ରତ୍ୟେକ କେନ୍ଦ୍ର ରେ ରହିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଥିବା ବେଳେ ସରକାର ଙ୍କ ଆଦେଶ କୁ ଅଣ ଦେଖା କରୁଥିବା ଅଭିଯୋଗ ହୋଇଛି।ରାତି ଅଧିଆ କୌଣସି ରୋଗୀଙ୍କ ଅସୁବିଧା ହେଲେ ମୃତ୍ୟୁ ସୁନିଶ୍ଚିତ ଛଡ଼ା ଅନ୍ୟ କୌଣସି ବିକଳ୍ପ ପନ୍ଥା ନ ଥିବା କହିଛନ୍ତି ଅଞ୍ଚଳବାସୀ । ସ୍ୱାସ୍ଥ୍ୟ କର୍ମୀ କିଭଳି ଭାବେ ନିଜର କର୍ମ ସ୍ଥଳ ରେ ରହି ରୋଗୀଙ୍କ ସେବା କରିବେ ଏଥି ପ୍ରତି ଜିଲ୍ଲା ପ୍ରଶାସନ ରାୟଗଡ଼ା ଦୃଷ୍ଟି ଦେବାକୁ ଦାବି ହୋଇଛି ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବୁଥ ସ୍ତରୀୟ ଅଧିକାରୀ ଙ୍କୁ ନେଇ ବୈଠକ 

masiha

ଉଦଯାପିତ ହେଲା ଜିଲ୍ଲା ସ୍ତରୀୟ ବିକାଶ ମେଳା ବିଭିନ୍ନ ବିଭାଗର ଆଇ ଇ ସି ସହିତ ପାରମ୍ପରିକ ଖାଦ୍ୟ ମେଳା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେଲା

masiha

ଜନନାୟକ ଏନ୍. ଭାସ୍କର ରାଓଙ୍କ ୭୪ତମ ଜନ୍ମଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!