ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋକଙ୍କ ୫୬ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

ବନ୍ଧୁଗାଁ ୨୧।୦୮।୨୩,ବନ୍ଧୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ କୋରାପୁଟ ଜିଲ୍ଲାପାଳ ମହମଦ୍ ଅବଦୁଲ୍ ଅଖତରଙ୍କ ସମେତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବଳଭଦ୍ର ଡ଼ିପି,ବନ୍ଧୁଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା,ତହସିଲଦାର ଶ୍ରୀ ସଦାଶିବ ଭତ୍ରା,ଉପସ୍ଥିତିରେ ସମୁଦାୟ ୫୬ଟି ଅଭିଯୋଗର ଶୁଣାଣି ହୋଇଥିଲା । ପୂର୍ବତନ ପିଇଓ ଲକ୍ଷ୍ମୀକାନ୍ତ କର୍କରା ଏକ ପ୍ରାଥମିକ ବିଦ୍ୟାଳୟର ସୋନ୍ଧର୍ଯ୍ୟ କରଣ କାର୍ଯ୍ୟର ପ୍ରଥମ ବିଲ ଠିକାଦାର ପାଇଥିବା ବେଳେ ଶେଷ ବିଲ ନିଜ ନାମରେ କାର୍ଯ୍ୟାଦେଶ ଥିବା ହେତୁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନାମରେ ଦେଢ଼ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ମୀନା ବେବରା ସଙ୍ଗୀନ ଅଭିଯୋଗ କରିଥିଲା ବେଳେ ବ୍ଲକର ଅଧିକାଂଶ ଗ୍ରାମ ପାଣି,ରାସ୍ତାଘାଟ,ଗାରିଡି ପଞ୍ଚାୟତରେ ବିଜୁଳି ସମସ୍ୟାର ଘାଣ୍ଟି ହେଉଥିବା ସହ ଆବାସ ଯୋଜନାରୁ ବାଦ ପଢିଥୁବା ୪୦ ଜଣ ହିତାଧି କାରି ବାଦ ପଢିଥିବା ଅନେକ ଲୋକ ବଞ୍ଚିତ ଥିବା ଅଭିଯୋଗ ହୋଇଥିଲା । ୨ ପଞ୍ଚାୟତରେ ଯୋଗାଯୋଗ ସେବା ବିଛିନ୍ନ, ଚାରିଖଣ୍ଡ ଗାଁକୁ ରାସ୍ତାର ଅବସ୍ଥାକୁ ନେଇ ଅସୁବିଧାର ସମୁଖୀନ ପାଇଁ ଅସୁବିଧା, ୨ ଗ୍ରାମରେ ପାଣିର ସମସ୍ୟା ଅଭିଯୋଗ,ଏହି ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ବନ୍ଧୁଗାଁ ବିଡିଓ ଶ୍ରୀ ଅଭିନାସ ସେଠି ପରିଚାଳନା କରିଥିବା ବେଳେ ଉପଜିଲ୍ଲାପାଳ ଶ୍ରୀ ବେଣୁଧର ଶବର, ଜିଲ୍ଲା ସ୍ୱାସ୍ତ୍ୟ ବିଭାଗ ଅଧିକାରୀ ଶ୍ରୀ ଅରୁଣ କୁମାର ପାଢ଼ୀ, ଡ଼ି.ଡବୁଲ୍ୟୁ.ଓ.ଶ୍ରୀ ସୁନିଲ କୁମାର ତାଣ୍ଡି , ଡ଼ି.ଏସ.ଡବ୍ଲ୍ୟୁ. ଶ୍ରୀମତି ଅନ୍ନପୂର୍ଣ୍ଣା କୁଣ୍ଡୁ , ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାମଚନ୍ଦ୍ର ନାହାକ,ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଗୌରାଙ୍ଗ କୁମାର ବିଡ଼ିକା,ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବନ୍ଧୁଗାଁ ଥାନା ତରଫରୁ ବ୍ୟାପକ ପୋଲିସ ମୃତୟନ ହୋଇଥିଲେ । ଏଥିରେ ସବୁ ବିଭାଗର ଜିଲ୍ଲା ଅଧିକାରୀ ମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ଵହଳଦା ତହସିଲ ଠାରୁ ଅଗ୍ନିଶମ କାର୍ଯ୍ୟାଳୟ ରାସ୍ତା ମରଣଯନ୍ତା ; ମରାମତି ପାଇଁ ଗ୍ରାମବାସୀଙ୍କ ଦାବି 

masiha

ବିଂଝାଲ ସମାଜ ଜିଲ୍ଲା ମହାସଭା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ପଲସାପଡା ଠାରେ ଶ୍ରମଦାନ ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!