ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ସଂସ୍କୃତି ଅଧିକାରୀଙ୍କୁ ସ୍ବାଗତ ଜଣାଇଲା ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ମହାସଂଘ

ବାଲେଶ୍ଵର,୨୨/୮/୨୩ – ସଂପ୍ରତି ରାଧାକୃଷ୍ଣ ରାମ ଗଞ୍ଜାମ ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ଯୋଗ ଦେଇଛନ୍ତି । ତାଙ୍କୁ ଛତ୍ରପୁରସ୍ଥିତ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ’ ପକ୍ଷରୁ ସୌଜନ୍ୟ ସାକ୍ଷାତକାର କରାଯାଇ ସଂଘ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟ, ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ସହିତ ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ମ୍ରୁତ୍ୟୁଞ୍ଜୟ ତ୍ରିପାଠୀ, ବଳଦେବ ସାହୁ, ଚିତ୍ତ ରଞ୍ଜନ ଦଳାଇ, କୁନୁ ବେହେରା ପ୍ରମୁଖ କଳାକାର ଉପସ୍ଥିତ ଥିଲେ । ଏହି ଅବସରରେ ସଂସ୍କୃତି ଅଧିକାରୀ ଶ୍ରୀ ରାମ ଜିଲ୍ଲାର ଉଭୟ କଳା ଓ କଳାକାରଙ୍କ ଉନ୍ନତି ଓ ବିକାଶ ନିମନ୍ତେ ଯଥାସାଧ୍ଯ ଯତ୍ନଶୀଳ ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରିଶେଷରେ କଳାକାର ମାନେ କାର୍ଯ୍ୟାଳୟ ପରିସରରେ ଥିବା ଆଞ୍ଚଳିକ ଚିତ୍ରକଳା ଗ୍ୟାଲେରୀ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ପାଳିତ

Sunil Chandra Nayak

ବିଦ୍ୟାଳୟ ପରିଚାଳନା କମିଟି ଗଠନ 

Sunil Chandra Nayak

ପଲ୍ଲୀର ପୁଅ ଦିଲ୍ଲୀରେ ସମ୍ମାନିତ

Sunil Chandra Nayak

Leave a Comment

error: Content is protected !!